33.1 C
Bhubaneswar
Sunday, April 28, 2024
Homeଅପରାଧବଜାର ଯିବା ବାଟରେ ଅପହରଣ କରି ନାବାଳିକାଙ୍କୁ ଗଣଦୁଷ୍କର୍ମ

ବଜାର ଯିବା ବାଟରେ ଅପହରଣ କରି ନାବାଳିକାଙ୍କୁ ଗଣଦୁଷ୍କର୍ମ

ବିହାର: ରାଜ୍ୟରେ ଦିନକୁ ଦିନ ବଢୁଛି ଦୁଷ୍କର୍ମ ଏବଂ ଗଣଦୁଷ୍କର୍ମ । ପ୍ରତିଦିନ ବିଭିନ୍ନ ସ୍ଥାନରୁ ଦୁଷ୍କର୍ମର ଅନେକ ଘଟଣା ସାମନାକୁ ଆସୁଛି । ସେହିଭଳି ଏକ ଘଟଣା ଆସିଛି ବିହାରର ମୋତିହାରୀ ଅଞ୍ଚଳରୁ । ଔଷଧ ଆଣିବା ପାଇଁ ବଜାରକୁ ଯାଉଥିବା ବେଳେ ଜଣେ ନାବାଳିକାଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ, ଏହାର ଏକ ଭିଡିଓ କରି ଭାଇରାଲ କରାଯାଇଥିବା କୁହାଯାଇଛି ।

ପତାହୀ ଥାନା ଅନ୍ତର୍ଗତ ଏକ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟରା ଘଟିଥିବା ଅଭିଯୋଗ ହୋଇଛି । ଗଣଦୁଷ୍କର୍ମର ଏହି ଭିଡିଓ ଭାଇରାଲ ହେବା ପରେ ଏହି ଘଟଣା ଲୋକଲୋଚନକୁ ଆସିଛି । ସନ୍ଧ୍ୟା ସମୟରେ ପୀଡିତା ଜଣକ ଔଷଧ ଆଣିବା ପାଇଁ ବଜାର ଯାଇଥିବା ସମୟରେ ତିନି ଜଣ ଯୁବକ ତାଙ୍କୁ ଏକ ଦୋକାନକୁ ନେଇଯିବା ସହ ସେଠାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ । ଏଥିସହିତ ସମସ୍ତ ଘଟଣାର ଭିଡିଓ କରି ସୋଶିଆଲ ମିଡଆରେ ଭାଇରାଲ କରି ଦେଇଛନ୍ତି । ତେବେ ଘଟଣା ସମ୍ପର୍କରେ ପୀଡିତାଙ୍କ ପରିବାରକୁ ଜଣା ପଡିବା ପରେ ପଚାରିବାରୁ ସତ ଜଣାପଡିଥିଲା । ଏହାପରେ ପରିବାର ପିଡୀତାଙ୍କୁ ନେଇ ଘଟରା ସମ୍ପର୍କରେ ପୋଲିସରେ ଅଭିଯୋଗ କରିଛନ୍ତି ।

ପୋଲିସ ଅଭିଯୋଗ ଅନୁସାରେ ଗୁନୁ, ହିମାଂଶୁ ଏବଂ ଅନ୍ୟ ଜଣଙ୍କ ବିରୁଦ୍ଧରେ ମାମଲା ଦାୟର କରି ନାବାଳିକାଙ୍କୁ ଜିଲ୍ଲା ସଦର ହସ୍ପିଟାଲ ପଠାଯାଇଛି । ତେବେ ଏହି ଘଟଣା ଦୁଇ ମାସ ତଳର ବୋଲି ସୂଚନା ଦେଇଛନ୍ତି ପୋଲିସ ଏସ. ପି କୁମାର ଆଶିଷ । ତେବେ ସୋମବାର ଏ ନେଇ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଖୋଳତାଡ ଜାରି ରଖିଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking