34.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶପୁଣି ଫେରିଲା ଜିକା ଭାଇରସ : କେରଳରୁ ଚିହ୍ନଟ ହେଲେ ପ୍ରଥମ ଆକ୍ରାନ୍ତ

ପୁଣି ଫେରିଲା ଜିକା ଭାଇରସ : କେରଳରୁ ଚିହ୍ନଟ ହେଲେ ପ୍ରଥମ ଆକ୍ରାନ୍ତ

ନୂଆଦିଲ୍ଲୀ : ସାମ୍ପ୍ରତିକ ସମୟରେ ଦେଶରେ କରୋନା ଭୂତାଣୁ ସଂକ୍ରମଣ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଥିବା ବେଳେ କେତେକ ରାଜ୍ୟରେ ଡେଙ୍ଗୁ ରୋଗୀ ମଧ୍ୟ ବ୍ୟାପକ ଆକାରରେ ଚିହ୍ନଟ ହୋଇସାରିଛନ୍ତି। ଏବେ କେରଳରେ ଜିକା ଭାଇରସ୍ ଠାବ କରାଯାଇଛି। କେରଳର ତିରୁବନନ୍ତପୁରମ୍ ଅନ୍ତର୍ଗତ ପରସାଲା ଅଞ୍ଚଳର ଜଣେ ୨୪ ବର୍ଷୀୟା ମହିଳା ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ବୀନା ଜର୍ଜ କହିଛନ୍ତି। ଏକ ଘରୋଇ ହସ୍ପିଟାଲରେ ସନ୍ତାନ ପ୍ରସବଜନିତ କାରଣରୁ ଚିକିତ୍ସାଧୀନ ଥିବା ଏହି ମହିଳା ଜଣକଙ୍କଠାରେ ଗତ ଜୁନ୍ ୨୮ ତାରିଖରେ ଜିକା ଭାଇରସ୍ ସଂକ୍ରମଣଜନିତ ଲକ୍ଷଣ ଦେଖାଯାଇଥିଲା। ମହିଳା ଜଣକ ଗର୍ଭବତୀ ଥିବାରୁ ତାଙ୍କୁ ଗତ ଜୁନ୍ ୭ ତାରିଖରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ତେବେ ଜିକା ଭାଇରସ୍ ସଂକ୍ରମିତ ହୋଇଥିବା ଏହି ମହିଳା ଜଣକଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଯଦିଓ ଉକ୍ତ ମହିଳା କୌଣସି ଅନ୍ୟ ରାଜ୍ୟକୁ ଯାଇଥିବାର ରେକର୍ଡ ନାହିଁ, ତଥାପି ତାଙ୍କ ଘର ତାମିଲନାଡ଼ୁ ସୀମାବର୍ତ୍ତୀ ଅଞ୍ଚଳରେ ବୋଲି ଜଣାପଡ଼ିଛି। ସପ୍ତାହକ ତଳେ ତାଙ୍କ ମା’ଙ୍କଠାରେ ମଧ୍ୟ ସମାନ ଲକ୍ଷଣ ପ୍ରକାଶ ପାଇଥିଲା। ଜିକା ଭାଇରସ୍ ସଂକ୍ରମିତଙ୍କଠାରେ ଡେଙ୍ଗୁ ରୋଗୀ ପରି ଲକ୍ଷଣ ପ୍ରକାଶ ପାଇଥାଏ। ଯେପରିକି ଏହି ଭୂତାଣୁ ଦ୍ୱାରା ସଂକ୍ରମିତଙ୍କଠାରେ ଜ୍ୱର, ଚର୍ମରେ ନାନାଦି ଦାଗ ହେବା ଓ ଜଏଣ୍ଟ୍‌ ପେନ୍ ଆଦି ଲକ୍ଷଣ ଦେଖାଦେଇଥାଏ। ଏହି ମହିଳା ଜଣକଙ୍କଠାରେ ଜିକା ଭାଇରସ୍ ରହିଥିବା ନିଶ୍ଚିତ ହୋଇଥିବା ବେଳେ ରାଜ୍ୟରେ ଆହୁରି ୧୩ ଜଣଙ୍କଠାରେ ଏହା ରହିଥିବା ଅନୁମାନ କରାଯାଉଛି। ଏନେଇ ପୁଣେ ସ୍ଥିତ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ରିପୋର୍ଟକୁ କେରଳ ସରକାର ଅପେକ୍ଷା କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking