29.1 C
Bhubaneswar
Saturday, April 27, 2024
Homeଓଡିଶା୨ଶିଶୁପୁତ୍ର ସହ ମା’ର ଆତ୍ମଦାହ ଉଦ୍ୟମ

୨ଶିଶୁପୁତ୍ର ସହ ମା’ର ଆତ୍ମଦାହ ଉଦ୍ୟମ

ମହାକାଳପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ଅଞ୍ଚଳରେ ଆଜି ସକାଳେ ଘଟିଛି ଏକ ଅଭାବନୀୟ ଘଟଣା। ମହାକାଳପଡ଼ା ବ୍ଲକର ଲାଂଜୁଡ଼ା ପଞ୍ଚାୟତ ଅନ୍ତର୍ଗତ ଭୋପାଳ ଗାଁରେ ପାରିବାରିକ କଳହରୁ ଜଣେ ବିବାହିତା ମହିଳା ନିଜର ୨ ପୁଅଙ୍କ ସମେତ ନିଜ ଦେହରେ ନିଆଁ ଲଗାଇ ଦେଇଥିବାର ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ଭୋପାଳ ଗାଁର ସଚିତ୍ର ସ୍ବାଇଁଙ୍କ ସ୍ତ୍ରୀ ଲୋଭାବତୀ ସ୍ବାଇଁ ଆଜି ସକାଳ ପ୍ରାୟ ସାତଟା ସମୟରେ ଭିତର ପଟୁ କବାଟ କିଳି ନିଜ ଦେହରେ କିରାସିନି ଢାଳି ନିଜ ଦେହରେ ଓ ୨ ପୁଅଙ୍କ ଦେହରେ ନିଆଁ ଲଗାଇ ଆତ୍ମଦାହ ଉଦ୍ୟମ କରିଥିଲେ। ସେମାନଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ଧାଇଁ ଆସି ଉଦ୍ଧାର କରିଥିଲେ। ଏଥିରେ ମହିଳା ଓ ତାଙ୍କ ସାନପୁଅଙ୍କର ୮୦ ଭାଗ ଶରୀର ପୋଡ଼ିଯାଇଛି। ଅପରପକ୍ଷରେ ବଡ଼ପୁଅର ୨୦ ଭାଗ ଶରୀର ପୋଡ଼ିଯାଇଛି। ବଡ଼ ପୁଅର ବୟସ ୮ ବର୍ଷ ଓ ସାନ ପୁଅର ବୟସ ୬ ବର୍ଷ ବୋଲି ଜଣାଯାଇଛି। ସେମାନଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏହାପରେ ସାନପୁଅ ଓ ମାଆଙ୍କ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ କଟକ ବଡ଼ ମେଡିକାଲକୁ ନିଆଯାଇଥିବାର ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking