34.1 C
Bhubaneswar
Friday, March 29, 2024
Homeଓଡିଶା‘ଅମ୍ପାନ’ ଭୟ ଘାରିଲା

‘ଅମ୍ପାନ’ ଭୟ ଘାରିଲା

ଭୁବନେଶ୍ବର : ବାତ୍ୟା ‘ଅମ୍ପାନ’କୁ ନେଇ ଏବେ ଚାରିଆଡ଼େ ଭୟର ବାତାବରଣ ସୃଷ୍ଟି ହୋଇଛି। ତେବେ ବାତ୍ୟା ଓଡ଼ିଶା ଛୁଇଁବ କି ନା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବାତ୍ୟା ଓଡ଼ିଶା, ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ କେଉଁଠି ସ୍ଥଳଭାଗ ଛୁଇଁବ ସେ ବିଷୟରେ କିଛି ସ୍ପଷ୍ଟ ଆକଳନ କରାଯାଇ ନାହିଁ। ଆସନ୍ତା ୧୮ତାରିଖ ସୁଦ୍ଧା ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି ପାଣିପାଗ ବିଭାଗ ଓ ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନକରିଛନ୍ତି। ତେବେ ବାତ୍ୟା ପ୍ରଭାବରେ ଓଡ଼ିଶା ଉପକୂଳର ୧୨ଟି ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି।
ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନ ଅନୁସାରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ସକାଳ ସୁଦ୍ଧା ଅବପାତରେ ପରିଣତ ହେବ। ପରବର୍ତ୍ତୀ ୧୨ ଘଣ୍ଟାରେ ଅର୍ଥାତ ଶନିବାର ସନ୍ଧ୍ୟା ସୁଦ୍ଧା ଏହା ଘନୀଭୂତ ହୋଇ ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରାଞ୍ଚଳରେ ସାମୁଦ୍ରିକ ବାତ୍ୟାର ରୂପ ନେବ। ୧୭ତାରିଖରେ ଏହା ଉତ୍ତର-ପଶ୍ଚିମରେ ଗତି କରିବ ଏବଂ ୧୮ରୁ ୨୦ ଭିତରେ ମୋଡ଼ ବଦଳାଇ ଉତ୍ତର-ଉତ୍ତର ପୂର୍ବ ଦିଗରେ ଉତ୍ତର ବଙ୍ଗୋପସାଗରକୁ ମୁହାଁଇବ ।
ମେ’ ୨୦ ସନ୍ଧ୍ୟାରେ ଏହା ଓଡ଼ିଶା-ପଶ୍ଚିମବଙ୍ଗ ମଧ୍ୟବର୍ତ୍ତୀ ଅଞ୍ଚଳ କିମ୍ବା ପଶ୍ଚିମବଙ୍ଗର କୌଣସି ଏକ ଅଞ୍ଚଳ ଦେଇ ସ୍ଥଳଭାଗ ଅତିକ୍ରମ କରିପାରେ। ଏହାର ପ୍ରଭାବରେ ଉପକୂଳ ଜିଲ୍ଲା ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ବର ପ୍ରଭାବିତ ହେବ। ମେ ୧୯ ରାତିରୁ ୨୦ତାରିଖ ରାତି ମଧ୍ୟରେ ବାତ୍ୟାର ବେଗ ଘଣ୍ଟା ପ୍ରତି ୧୨୦ କି.ମିରେ ପହଞ୍ଚିପାରେ ବୋଲି ସେ ଆକଳନ କରିଛନ୍ତି। ଏହାଦ୍ବାରା ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଜିଲ୍ଲା ଅଧିକ ପ୍ରଭାବିତ ହେବ ବୋଲି ଆକଳନ କରାଯାଇଛି । ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking