32.1 C
Bhubaneswar
Friday, April 26, 2024
Homeଓଡିଶାଲେଡି କନେଷ୍ଟବଳଙ୍କ ଦବଙ୍ଗଗିରୀ, କାର୍ଯ୍ୟରତ ସାମ୍ବାଦିକଙ୍କୁ ମାଡ଼ ଓ ଗାଳି

ଲେଡି କନେଷ୍ଟବଳଙ୍କ ଦବଙ୍ଗଗିରୀ, କାର୍ଯ୍ୟରତ ସାମ୍ବାଦିକଙ୍କୁ ମାଡ଼ ଓ ଗାଳି

କେନ୍ଦ୍ରାପଡା : କେନ୍ଦ୍ରାପଡା ଏସପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ମହିଳା କନେଷ୍ଟବଳ ଦେଖାଛନ୍ତି ଗୁଣ୍ଡାଗିରୀ। ଏସପିଙ୍କ କାର୍ଯ୍ୟାଳୟରେ ସମସ୍ତଙ୍କ ଆଗରେ ଜଣେ ସାମ୍ବାଦିକଙ୍କୁ ଗୋଡାଇ ଗୋଡାଇ ଚଟକଣା ପରେ କଟକଣା ମାରିବା ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ଦଳ ପକ୍ଷରୁ ଧାରଣା ଦିଆଯାଇଥିଲା । ଏହି ଖବର ସଂଗ୍ରହ ପାଇଁ ଜଣେ ସାମ୍ବାଦିକ କେନ୍ଦ୍ରାପଡା ଏସପିଙ୍କ କାର୍ଯ୍ୟାଳୟ ଯାଇଥିବା ସମୟରେ ପଶି ନାଏକ ନାମକ ଜଣେ ମହିଳା କନେଷ୍ଟବଳ ସେଠାରେ ମୁହଁରେ ମାସ୍କ ନଦେଇ ବସି ମୋବାଇଲ୍ ଦେଖୁଥିଲେ। ସାମ୍ବାଦିକଙ୍କ ପେଜରକୁ ଏହା ଆସିବାରୁ ସେ ମହିଳା କନେଷ୍ଟବଳ ଫଟୋ ଉଠାଇ ସଙ୍ଗେ ସଙ୍ଗେ ନିଜ ମୋବାଇଲ ଜରିଆରେ ଭାଇରାଲ କରିଥିଲେ।

ଏହା ପରେ ମହିଳା କନେଷ୍ଟବଳ ରାଗ ଅଞ୍ଚଳକୁ ଉଠି ଯାଇଥିଲା ଓ ସେ ସାମ୍ବାଦିକଙ୍କୁ ସମସ୍ତଙ୍କ ଆଗରେ ଚାପୁଡା ପରେ ଚାପୁଡା ମାରି ଚାଲିଥିଲେ। ସାମ୍ବାଦିକ ଜଣକ ମହିଳା କନେଷ୍ଟବଳଙ୍କ କାଳରୁ ବର୍ତିବା ପାଇଁ ସ୍ଥାନ ଛାଡି ଚାଲି ଯାଇଥିଲେ ବି ମହିଳା କନେଷ୍ଟବଳ ଏସପି କାର୍ଯ୍ୟାଳୟ ବାହାରକୁ ଆସି ସାମ୍ବାଦିକଙ୍କୁ ଗୋଡାଇ ମାଡି ମାରିବାକୁ ଚେଷ୍ଟା କରିଥିଲେ। ଏହି ଘଟଣା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ଯ ସୃଷ୍ଟି କରିଛି। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମହିଳା କନେଷ୍ଟବଳଙ୍କ ଦାଦାଗିରୀକୁ ନିନ୍ଦା କରାଯାଇଛି। ସମ୍ପୃକ୍ତ ମହିଳା କନେଷ୍ଟବଳଙ୍କୁ ଗିରଫ କରାଯାଇ ତାଙ୍କ ନାମରେ ମାମଲା ରୁଜ୍ଜୁ କରାଯିବା ସହ ତାଙ୍କ ଉପରେ ପ୍ରଶାସନ ପକ୍ଷରୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସାମ୍ବାଦିକମାନଙ୍କ ମଧ୍ୟରେ ମତ ପ୍ରକାଶ ପାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking