37.1 C
Bhubaneswar
Sunday, May 5, 2024
Homeମନୋରଞ୍ଜନରିଲିଜ୍ ପରେ ଦର୍ଶକଙ୍କ ମନ କିଣିଲା କାର୍ତ୍ତିକ-କିଆରାଙ୍କ ଫିଲ୍ମ, ‘ଆଦିପୁରୁଷ’କୁ ଦେଇପାରେ ଟକ୍କର

ରିଲିଜ୍ ପରେ ଦର୍ଶକଙ୍କ ମନ କିଣିଲା କାର୍ତ୍ତିକ-କିଆରାଙ୍କ ଫିଲ୍ମ, ‘ଆଦିପୁରୁଷ’କୁ ଦେଇପାରେ ଟକ୍କର

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆରୟନ ଏବଂ ଅଭିନେତ୍ରୀ କିଆରା ଆଡଭାନୀଙ୍କ ଫିଲ୍ମ ‘ସତ୍ୟପ୍ରେମ କି କଥା’ ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରଠାରୁ ଦର୍ଶକ ବହୁତ ଆଶା ରଖିଥିବା ବେଳେ ରିଲିଜ୍ ପରେ ଫିଲ୍ମଟି ଦର୍ଶକଙ୍କ ଆଶା ପୂରଣ କରୁଥିବା ପରି ଦେଖାଯାଇଛି। ବହୁତ ସମୟ ପରେ ଲୋକମାନେ ଏକ ଭଲ ପ୍ରେମ କାହାଣୀ ଦେଖିବାକୁ ପାଇଥିବା କଥା କହିବାରେ ଲାଗିଛନ୍ତି। ଏହି ଚଳଚ୍ଚିତ୍ରର ବିଶେଷ କଥା ହେଉଛି ଫିଲ୍ମରେ ଏକ ସ୍ବତନ୍ତ୍ର ବାର୍ତ୍ତା ଦିଆଯାଇଛି, ଯାହା ପାଇଁ ଫିଲ୍ମକୁ ଦେଖିବାକୁ ଦର୍ଶକଙ୍କ ଉତ୍ସାହ ବଢ଼ିଛି। ‘ଭୁଲ ଭୁଲୈଆ ୨’ପରେ ଦର୍ଶକମାନେ ପୁଣି ଥରେ କିଆରା-କାର୍ତ୍ତିକଙ୍କ ଯୋଡି ଦେଖିବାକୁ ପାଇଛନ୍ତି। ଏହି ଦୁଇଜଣ ପୁଣିଥରେ ବଡ ପରଦାରେ ଯାଦୁ ସୃଷ୍ଟି କରିଛନ୍ତି।

ଫିଲ୍ମ ‘ସତ୍ୟପ୍ରେମ କି କଥା’କୁ ସୋସିଆଲ ମିଡିଆରେ ପ୍ରଶଂସା କରାଯାଉଛି। ଲୋକମାନେ ଫିଲ୍ମ ଦେଖିବା ସହିତ ଟ୍ୱିଟରରେ ନିଜର ପ୍ରତିକ୍ରିୟା ଦେଉଛନ୍ତି। କିଛି ଲୋକ ଏହି ଫିଲ୍ମକୁ ବ୍ଲକବଷ୍ଟର ହିଟ୍ ବୋଲି କହୁଥିବା ବେଳେ କେହି କେହି ଏହାକୁ ପ୍ରଶଂସା କରି କରି ଥକୁ ନଥିବା ଦେଖାଯାଇଛି। ଆସନ୍ତୁ ନଜର ପକାଇବା ଟ୍ବିଟର ବ୍ୟବହାରକାରୀଙ୍କ ପ୍ରତିକ୍ରିୟା ଉପରେ…

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking