28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଉଦ୍ଧବ ଠାକରେଙ୍କ ଉପରେ ଭାରୀ ପଡିଲା କି ‘ନାରୀଙ୍କ ଅଭିଶାପ’

ଉଦ୍ଧବ ଠାକରେଙ୍କ ଉପରେ ଭାରୀ ପଡିଲା କି ‘ନାରୀଙ୍କ ଅଭିଶାପ’

ମୁମ୍ବାଇ: ବିପଦରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଆସନ । ଆସନ ଏବେ ଟଳମଳ ହେଉଛି । ଶିବସେନାର ବିଧାୟକ ଏବଂ ମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହ ଏକମତ ହେବା ପରେ ସିଏମ ଠାକରେଙ୍କ ମୁଶକିଲ ବଢି ଯାଇଛି । ମହାରାଷ୍ଟ୍ରରେ ଏବେ ରାଜନୈତିକ ସଙ୍କଟ ଦେଖା ଦେଇଥିବା ବେଳେ ଅମରାବତୀ ସାଂସଦ ନବନୀତ ରାଣା ଏବଂ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାବ୍ୱତଙ୍କ ବୟାନ ଏବେ ଚର୍ଚ୍ଚାରେ ରହିଛି । ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ମହାରାଷ୍ଟ୍ର ଏନସିପି ଏବଂ କଂଗ୍ରେସକୁ ନେଇ ସରକାର ଚଳାଉଛନ୍ତି । ଅନେକ ଥର ଠାକରେଙ୍କୁ ବିରୋଧର ସାମ୍ନା ହେବାକୁ ପଡିଛି । ଭିନ୍ନ ଭିନ୍ନ ମୁଦ୍ଦା ନେଇ ଅନେକ ତାଙ୍କ ଆଡକୁ ଆଙ୍ଗୁଳି ଉଠାଇଛନ୍ତି । ଉଦ୍ଧବ ଠାକରେ ଙ୍କୁ ଦୁଇ ଜଣ ମହିଳା ମଧ୍ୟ ଖୋଲା ଖୋଲି ଚ୍ୟାଲେଞ୍ଜ ଦେଇଛନ୍ତି । ଏହି ଦୁଇ ଜଣ ମହିଳା
ଠାକରେ ସରକାରଙ୍କୁ ନେଇ ଏମିତି ପ୍ରଶ୍ନବାଣ ମାରିଥିଲେ ଯାହା ବତ୍ତମାନ ରାଜନୈତିକ ସଂକଟ ଭିତରେ ସାମ୍ନାକୁ ଆସିଛି । ଉଦ୍ଧବ ସରକାର ଏବେ ବିପଦରେ । ଆଉ ଏବେ ଚର୍ଚ୍ଚା ଏହା ହେଉଛି କି ଦୁଇ ଜଣ ମହିଳାଙ୍କ କଥା ସତ ହୋଇନି ତ । ମହାରାଷ୍ଟ୍ର ରେ ଅଜାନ ବିବାଦ କୁ ନେଇ ନବନୀତ ରାଣା ଏବଂ ତାଙ୍କ ସ୍ୱାମୀ ରବି ରାଣା ଉଦ୍ଧବ ସରକାରଙ୍କୁ ହନୁମାନ ଚାଳିଶା ପାଠ କରିବାକୁ କହିଥିଲେ । ଖାଲି ଏତିକି ନୁହେଁ ମାତୋଶ୍ରୀ କୁ ଯାଇ ହନୁମାନ ଚାଳିଶା ପାଠ କରିବାକୁ କହିଥିଲେ । ଏହା ପରେ ନବନୀତ ରାଣା ଶିବସେନା ର ବିରୋଧି ହୋଇଗଲେ । ମୁମ୍ବାଇଠୁ ନେଇ ଅମରାବତୀଯାଏ ସବୁଠି ତାଙ୍କୁ ବିରୋଧ କରିବାକୁ ଲାଗିଲେ । ବିବାଦ ବଢିଥିଲା ଏବଂ ରାଣା ଦମ୍ପତିଙ୍କ ନାମରେ କେସ ଦର୍ଜ ହୋଇଥିଲା । ୧୩ ଦିନ ଯାଏ ରାଣା ଦମ୍ପତ୍ତି ଙ୍କୁ ଜେଲରେ ରହିବାକୁ ପଡିଥିଲା । ଜେଲରୁ ଆସିବା ପରେ ସିଏମ ଠାକରେ ଙ୍କୁ ନିର୍ବାଚନ ଲଢିବାକୁ ଚୁନୈାତି ଦେଇଥିଲେ । ବର୍ତ୍ତମାନ ସମୟରେ ରାଜନୈତିକ ଅସ୍ଥିରତା ଚାଲିଥିବା ବେଳେ ନବନୀତ ରାଣା ବିମାନ ରେ ହନୁମାନ ଚାଳିଶା ପାଠ କରୁଥିବା ଦେଖିବାକୁ ମିଳିଛି । ହନୁମାନ ଚାଳିଶା ବିବାଦ ରେ ଶିବସେନାର ହିନ୍ଦୁତ୍ୱ ପରି ଛବି ଉପରେ ପ୍ରଭାବ ପଡିଲା ଆଉ ଏବେ ଠାକରେଙ୍କ ସରକାର ଟଳମଳ ସ୍ଥିତିରେ ରହିଛି ।
ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ମଧ୍ୟରେ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବୟାନ ମଧ୍ୟ ଭାଇରାଲ ହେଉଛି । ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଠାକରେ ସରକାରଙ୍କ ଉପରେ ବର୍ଷିଥିଲେ । ଏହାରି ଭିତରେ ବିଏମସି ମଧ୍ୟ କଙ୍ଗନାଙ୍କ ଘରକୁ ଭାଙ୍ଗିଥିଲା । ସେତେବେଳେ କଙ୍ଗନା ଉଦ୍ଧବ ସରକାରଙ୍କୁ ଚ୍ୟାଲେଞ୍ଜ କରିଥିଲେ । କଙ୍ଗନା କହିଥିଲେ ,ଉଦ୍ଧବ ସରକାର ଏହା ଆତଙ୍କ , ଭଲ ହୋଇଛି ଏହା ମୋ ସହିତ ହୋଇଛି । ଜୟ ହିନ୍ଦ , ଜୟ ମହା ରାଷ୍ଟ୍ର । ବିଏମସିର କାର୍ଯ୍ୟାନୁଷ୍ଠାନରେ କଙ୍ଗନା କହିଥିଲେ ଯେ, ଆଜି ମୋ ଘର ଭାଙ୍ଗିଗଲା , କାଲି ତୁମର ଗର୍ବ ଭାଙ୍ଗିଯିବ । ଏହା ହେଉଛି ସମୟର ଚକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking