28.1 C
Bhubaneswar
Saturday, April 27, 2024
Homeଓଡିଶାବିକାଶରେ ବାଧକ ସାଜିଛି ରାସ୍ତା : ରହଣୀ କନ୍ଧମାଳ, ଭାତହାଣ୍ଡି କଳାହାଣ୍ଡିରେ 

ବିକାଶରେ ବାଧକ ସାଜିଛି ରାସ୍ତା : ରହଣୀ କନ୍ଧମାଳ, ଭାତହାଣ୍ଡି କଳାହାଣ୍ଡିରେ 

ଫୁଲବାଣୀ : ଦେଶ ସ୍ୱାଧୀନ ପରଠାରୁ ଗମନାଗମନ ବ୍ୟବସ୍ଥା ହିଁ କନ୍ଧମାଳ ଜିଲ୍ଲାକୁ ଅନୁନ୍ନତ କରି ରଖିଛି । ଅନେକ ଅଞ୍ଚଳକୁ ଏ ଯାଏଁ ରାସ୍ତା ନାହିଁ । ବିଶେଷ କରି କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତବାସୀଙ୍କୁ ରାସ୍ତା ଦାଉ ସାଧୁଛି । କେତେକ ଗାଁର ରହଣୀ କନ୍ଧମାଳରେ ହୋଇଥିବାବେଳେ ମୌଳିକ ସୁବିଧା ପାଇଁ କଳାହାଣ୍ଡି ଉପରେ ନିର୍ଭର କରିବାକୁ ପଡୁଛି । ତେଣୁ ସେମାନଙ୍କ ଭାତହାଣ୍ଡି କଳାହାଣ୍ଡିରେ ବୋଲି ସେମାନେ ପ୍ରକାଶ କରିଛନ୍ତି । ତେଣୁ ରାସ୍ତା ହିଁ ଏହି ଦୁଇ ଜିଲ୍ଲାର ସଂଯୋଗରେ ବାଟ ଓଗାଳୁଥିବାବେଳେ ବିକାଶରେ ବି ବାଧା ସୃଷ୍ଟି କରିଛି । ଅଧିକାରୀଙ୍କଠାରୁ ଆରମ୍ଭ କରି ଜନ ପ୍ରତିନିଧିଙ୍କ ନିକଟରେ ଅଭିଯୋଗ କଲେ କେବଳ ପ୍ରତିଶ୍ରୁତି ଦେଇ ସମୟ ନେଉଥିବାରୁ ସୀମାନ୍ତବାସୀ ଦୁର୍ଦ୍ଦଶାଗ୍ରସ୍ତ ହୋଇପଡିଛନ୍ତି ।

କନ୍ଧମାଳ ଜିଲ୍ଲାର ୧୨ ବ୍ଲକ ମଧ୍ୟରୁ ବାଲିଗୁଡା ଅନ୍ୟତମ । ବ୍ଲକର ବହୁ ଗାଁକୁ ସବୁଦିନିଆ ରାସ୍ତା ନାହିଁ । ବ୍ଲକରେ ୧୪ ପଞ୍ଚାୟତର ୧୮୩ ୱାର୍ଡ ଓ ୨୩୪ ରାଜସ୍ୱ ଗାଁ ରହିଛି ।  ଅନେକ ରାଜସ୍ୱ ଗାଁକୁ ପକ୍କା ରାସ୍ତା ନାହିଁ । ଖମନଖୋଲ ପଞ୍ଚାୟତ ଏହାର ଏକ ଉଦାହରଣ । ଉକ୍ତ ପଞ୍ଚାୟତର ପରୁଭଟ୍ଟା – ଲତେରଗାଁ ରାସ୍ତା କଦର୍ଯ୍ୟ ହୋଇପଡିଛି । ରାସ୍ତାର ଲମ୍ବ ୬ କିମି. ରହିଛି । କିଛି ଅଂଶ ରାସ୍ତା ଥିବାବେଳେ ଆଉ କିଛି ଅଂଶ ପାଦରେ ଚାଲି ଯିବାକୁ ପଡୁଛି । ଅଞ୍ଚଳବାସୀ ରାସ୍ତା ପାଇଁ ପ୍ରଶାସନ ତଥା ରାଜନୈତିକ ଦଳମାନଙ୍କୁ କହି କହି ଥକି ଗଲେଣି । କେବଳ ମିଳିଛି ପ୍ରତିଶୃତି । ଏହି ଦୁଇ ଗାଁରେ ଶତାଧିକ ପରିବାର ରହୁଛନ୍ତି । ପରୁଭଟ୍ଟାବାସୀ ମୌଳିକ ସେବା ପାଇଁ କଳାହାଣ୍ଡି ଜିଲ୍ଲାର ମହୋନଗିରି ଗ୍ରାମ ଉପରେ ନିର୍ଭର କରୁଛନ୍ତି । ସେମାନଙ୍କ ବହୁ ସମ୍ପର୍କୀୟ ମଧ୍ୟ ସେହି ଜିଲ୍ଲାର ସୀମାନ୍ତ ଗାଁଗୁଡିକରେ ରହୁଛନ୍ତି ।

ମହନୋଗିରି ସେମାନଙ୍କ ଭାତହାଣ୍ଡି ସଦୃଶ ହୋଇଥିଲେ ବି ସରକାରୀ କାର୍ଯ୍ୟ ଖମନଖୋଲ ପଞ୍ଚାୟତରେ ହେଉଛି । ସ୍ୱାସ୍ଥ୍ୟ ସେବା ପାଇଁ ବାରଖମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ବାଲିଗୁଡା ବ୍ଲକ ଉପରେ ନିର୍ଭର କରୁଛନ୍ତି । ଖମନଖୋଲ ପୁରୁଭଟ୍ଟା ରାସ୍ତା ଏକ ପ୍ରକାର ରହିଛି । ହେଲେ ପରୁଭଟ୍ଟା  ଓ ଲତେରଗାଁ ଲୋକଙ୍କ ଅଭିଯୋଗ ଯେ, ଏହି ରାସ୍ତା ସଂକ୍ରାନ୍ତରେ କାହା ପାଖରେ କିଛି ଖବର ନାହିଁ । ପ୍ରଶାସନ ଦୀର୍ଘଦିନ ହେଲା ମାଟି ମୁଠାଏ ପକାଇନି । ଏହି ୬ କିମି ରାସ୍ତା କେବଳ ଚଲା ରାସ୍ତା ହୋଇ ରହିଛି । ରାସ୍ତାରେ ଦୁଇ ଚକିଆ ଓ ଚାରି ଚକିଆ ଯାନ ଯିବା କଷ୍ଟକର । ଏହି ରାସ୍ତା ଯଦି ତିଆରି ହୁଏ ତେବେ କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲା ସହିତ ଯୋଗାଯୋଗ ସହଜସାଧ୍ୟ ହେବ । ବାଲିଗୁଡାରୁ କଳହାଣ୍ଡିକୁ ଏହି ରାସ୍ତା ସଂଯୋଗ ହେବ ଓ ବହୁକିମି କମିବ କଳାହାଣ୍ଡିରୁ କନ୍ଧମାଳ ଯିବା ଆସିବା କରିବା ପାଇଁ । ଏହି ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସାମିଲ କରାଗଲେ ସବୁ କିଛି ସୁବିଧା ହେବ । କଲାହାଣ୍ଡି ଜିଲ୍ଲା ପ୍ରଶାସନ ଓ କନ୍ଧମାଳ ଜିଲ୍ଲା ସୀମାନ୍ତ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking