29.1 C
Bhubaneswar
Monday, May 6, 2024
Homeଓଡିଶାସରାମୂଳୀ ପଞ୍ଚାୟତବାସୀଙ୍କ ଦୁଃଖ, ନଦୀ ସାଜିଛି ବାଧକ

ସରାମୂଳୀ ପଞ୍ଚାୟତବାସୀଙ୍କ ଦୁଃଖ, ନଦୀ ସାଜିଛି ବାଧକ

ବ୍ରାହ୍ମଣୀଗାଁ : କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଞ୍ଚଳ ସରାମୂଳୀ ପଞ୍ଚାୟତବାସୀ ଦୁଃଖ ଆଜି ସାମ୍‌ନାକୁ ଆସିଛି । ଯାତାୟାତ ବ୍ୟବସ୍ଥା ନଥିବାରୁ ଏହି ପଞ୍ଚାୟତକୁ ରାସନ ସାମଗ୍ରୀ ପହଞ୍ôଚ ପାରୁନି । ଭାଙ୍ଗିଯାଇଥିବା ପୋଲ ତିଆରି ନହେବାରୁ ଲୋକଙ୍କୁ ରାସନ ସାମଗ୍ରୀ ଆଣିବା ପାଇଁ ହଟହଟା ହେବାକୁ ପଡୁଛି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ଉପାନ୍ତ ଅଞ୍ଚଳରେ ରହିଛି ସରାମୂଳୀ ପଞ୍ଚାୟତ । ଜିଲ୍ଲା ସଦର ମହକୁମାରୁ ୧୮୦ କିମି ଓ ବ୍ଲକ କାର୍ଯ୍ୟାଳୟରୁ ୬୦ କିମି ଦୂରରେ ରହିଛି ଏହି ପଞ୍ଚାୟତ । ଏହି ଅଂଚଳର ବିକାଶ ତଥା ଗମନାଗମନର ସୁବିଧା ପାଇଁ ପ୍ରଧାନ ମନ୍ତ୍ରୀ ସଡକ ଯୋଜନାରେ ଗତ ୫ବର୍ଷ ହେବ ରାସ୍ତା ନିର୍ମାଣ ହୋଇଛି ।

କିନ୍ତୁ ସେତେବେଳର ଯନ୍ତ୍ରୀ ମାନଙ୍କ ଆକଳନରେ ପୂରୁଣା ପୋଲ ଗୁଡିକର ପୁନଃଉଦ୍ଧାର କରାଯାଇପାରି ନାହିଁ । ଫଳରେ ବର୍ତ୍ତମାନ ସେଗୁଡିକ ଅତିଦୁର୍ବଳ ହେବା ସହ ଭାଙ୍ଗିବାକୁ ଲାଗିଲାଣି । ସରାମୂଳୀ ପଂଚାୟତର ପାକାଲମାହା ନିକଟସ୍ଥ ଏକ ପୋଲ ଗତ ବର୍ଷାରେ ସମ୍ପର୍ଣ୍ଣ ଭାଙ୍ଗିଯିବା ଫଳରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଏସମ୍ପର୍କରେ ସ୍ଥାନୀୟ ସରପଂଚ ଓ ଗ୍ରାମବାସୀ ଦାବି କରିବା ପରେ ତରବରିଆ ହୋଇ ବିଲମାଳିଆ ଦେଇ ଏକ ପାଶ୍ୱର୍ ରାସ୍ତା କରାଯାଇଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଉକ୍ତ ରାସ୍ତା ପାଣିରେ ଜମି ରହୁଥିବାରୁ ବଡ ବଡ ଭାରୀଯାନ ଯାତାୟାତ କଲାବେଳେ ମାଟିରେ ଦବିଯାଉଛି । ଫଳରେ ପଡିଏସ୍ ଚାଉଳ ଗାଡି ପଞ୍ଚାୟତରେ ପହଞ୍ôଚ ପାରୁନଥିବାରୁ ଲୋକେ ରାସନ ସାମଗ୍ରୀ ପାଇପାରୁନାହାନ୍ତି ।

ଏସମ୍ପର୍କରେ ସ୍ଥାନୀୟ ସରପଂଚ ଚନ୍ଦ୍ରଶେଖର ମୁଠାମାଝୀଙ୍କୁ ପଚାରିବାରୁ ସେ ବାରମ୍ବାର ବ୍ଲକ ଏବଂ ଉପଜିଲ୍ଲାପାଳଙ୍କୁ ଅବଗତ କରିଥିବା କହିଛନ୍ତି । ବର୍ତ୍ତମାନର ତାଲାବନ୍ଦର କଟକଣା ଥିବାରୁ ଲୋକେ ବାହାର ବଜାରକୁ ନଯାଇ ଘରେ ସୁସ୍ଥ ଅବସ୍ଥାରେ ରହିବା ପାଇଁ ସରକାର ଆଗୁଆ ପିଡିଏସ୍ ସାମଗ୍ରୀ ଓ ରିଲିଫ ଯୋଗାଇଦେବାର ବ୍ୟବସ୍ଥା କରୁଛନ୍ତି । ପୋଲ ଭାଙ୍ଗିଯାଇଥିବାରୁ ସରାମୂଳୀ ପଂଚାୟତ ବାସୀ ଏଥିରୁ ବଂଚିତ ହୋଇଥିବା ହସ୍ତଗତ ହୋଇଛି । ଏସମ୍ପର୍କରେ ଆରଡି କନିଷ୍ଠ ଯନ୍ତ୍ରୀ ଓ ବିଡିଓଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ବି ତାହା ସମ୍ଭବ ହୋଇପାରିନାହିଁ । ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ତୁରନ୍ତ ପଦକ୍ଷେପ  ଗ୍ରହଣ କରିବାକୁ ସରପଂଚ ଶ୍ରୀ ମୁଠାମାଝୀ,ସନାତନ ବଲ୍ୟାର ସିଂ, କୁଳରଂଜନ ଉଠାଣ ସିଂ, ରାଜେନ୍ଦ୍ର ଦାରା ମାଝୀ ପ୍ରମୁଖ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking