36.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶକୋଭିଡ୍ ଔଷଧ ତାଲିକାରୁ ବାଦ୍‌ପଡ଼ିଲା ଆଇଭରମେକ୍ଟିନ୍ ଓ ଡକ୍ସିସାଇକ୍ଲିନ୍‌

କୋଭିଡ୍ ଔଷଧ ତାଲିକାରୁ ବାଦ୍‌ପଡ଼ିଲା ଆଇଭରମେକ୍ଟିନ୍ ଓ ଡକ୍ସିସାଇକ୍ଲିନ୍‌

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନସ୍ଥ ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ (ଡିଜିଏଚ୍‌ଏସ୍‌) କୋଭିଡ୍ ଚିକିତ୍ସା ଓ ପରିଚାଳନା ମାର୍ଗଦର୍ଶିକାରେ ସଂଶୋଧନ କରିଛି । ଲକ୍ଷଣବିହୀନ ଏବଂ ଆଂଶିକ ଲକ୍ଷଣ ଥିବା କରୋନା ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ଔଷଧ ତାଲିକାରୁ ଆଇଭରମେକ୍ଟିନ୍ ଓ ଡକ୍ସିସାଇକ୍ଲିନ୍‌କୁ ବାଦ୍ ଦିଆଯାଇଛି । ଗତ ମେ’ ୨୭ତାରିଖରେ ଜାରି ହୋଇଥିବା ନୂଆ ମାର୍ଗଦର୍ଶିକା ଅନୁଯାୟୀ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଡାକ୍ତରମାନଙ୍କୁ ପତ୍ରଲେଖି ହାଇଡ୍ରକ୍ସିକ୍ଲୋରୋକୁଇନ୍ ଆଇଭରମେକ୍ଟିନ୍‌, ଡକ୍ସିସାଇକ୍ଲିନ୍‌, ଜିଙ୍କ୍ ମଲ୍ଟି ଭିଟାମିନ୍ ପ୍ରଭୃତି ପ୍ରେସ୍‌କ୍ରିପ୍ସନରେ ନଲେଖିବାକୁ ପରାମର୍ଶ ଦେଇଛି ।

କିନ୍ତୁ ଏହି ମାର୍ଗଦର୍ଶିକାକୁ ଇଣ୍ଡିଆନ କାଉନସିଲ୍ ଫର୍ ଇଣ୍ଡିଆନ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ଅନୁମୋଦନ କରିନଥିବାରୁ ଏ ସଂକ୍ରାନ୍ତରେ ମତାନ୍ତର ଥିବା ମନେ ହେଉଛି । ଅନ୍ୟପକ୍ଷରେ ରେମ୍‌ଡେସିଭିର୍ ସଂକ୍ରାନ୍ତରେ ଡିଜିଏଚ୍‌ଏସ୍ ମାର୍ଗଦର୍ଶିକାରେ କୁହାଯାଇଛି ବିଶ୍ୱବ୍ୟାପୀ କେବଳ ସୀମିତ ବୈଜ୍ଞାନିକ ପ୍ରମାଣକୁ ଭିତ୍ତିକରି ଏହାକୁ ଜରୁରୀକାଳୀନ ବ୍ୟବହାର କରାଯାଇପାରିବ । କେବଳ ଆଂଶିକ ଲକ୍ଷଣରୁ ସାଂଘାତିକ ସଂକ୍ରମିତ ହେବାର ୧୦ଦିନ ମଧ୍ୟରେ ଅକ୍ସିଜେନ ଗ୍ରହଣ କରି ଚିକିତ୍ସାଧୀନ ଥିବା ରୋଗୀଙ୍କ ଭିତରେ ରେମ୍‌ଡେସିଭିର୍ ପ୍ରୟୋଗ କରିହେବ । ତେବେ ଏହାର କୁପ୍ରଭାବ ସମ୍ଭାବନା ଥିବାରୁ ପରୀକ୍ଷାମୂଳକ ଭାବେ ଦିଆଯାଉଥିବା ରେମ୍‌ଡେସିଭିର୍ ପ୍ରୟୋଗବେଳେ ଡାକ୍ତରମାନେ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବା ଉଚିତ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking