24.1 C
Bhubaneswar
Thursday, May 9, 2024
Homeଓଡିଶାପର ବାରଣ୍ଡାରେ ଦିନ କଟୁଛି

ପର ବାରଣ୍ଡାରେ ଦିନ କଟୁଛି

ଫୁଲବାଣୀ : ବାରମ୍ବାର ଅନୁରୋଧ ପରେ ଆବାସ ଯୋଜନା ପାଇଁ ଯୋଗ୍ୟ ହେଲେ । ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀଙ୍କ କଥାରେ ପଡ଼ି ବର୍ଷ ବର୍ଷ ଧରି ଯେଉଁ ଝାଟିମାଟି ଘରେ ରହୁଥିଲେ ତାହାକୁ ଭାଙ୍ଗିଦେଲେ । କିଛି ମାସ ଗଲାପରେ ଅଯୋଗ୍ୟ ଘୋଷିତରୁ ବାସହୀନ ହୋଇଗଲେ । ଏବେ ପରପିଣ୍ଡାରେ ଆଶ୍ରୟ ନେଇଛନ୍ତି ହିତାଧିକାରୀ । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକର ଗୁଞ୍ଜିବାଡି ପଞ୍ଚାୟତର ଗାଟୁମାହା ଗ୍ରାମରୁ । ଜଣେ ମହିଳାଙ୍କ ଅଭିଯୋଗରୁ କଥା ପଦାକୁ ଆସିଛି ।

ଗାଟୁମାହା ଗ୍ରମାରେ ବିଧବା ବୃଦ୍ଧ ଜୁନାଦେଇ ଦିଗାଲଙ୍କ ଘର । ସେ ଗତ ଦିନରେ ଆବାସ ଯୋଜନାରେ ସାମିଲ୍ ପାଇଁ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ପରେ ନିୟମ ପ୍ରକାରେ ସେ ଯୋଗ୍ୟ ବିବେଚିତ ହୋଇଥିଲେ । ଗତ ୨୦୨୦ ଜୁଲାଇ ୭ ତାରିଖ ବିଜୁ ପକ୍କାଘର ନିର୍ମାଣ ପାଇଁ  ମିଳଥିଲା କାର୍ଯ୍ୟାଦେଶ । ଯେଉଁ ଝାଟିମାଟି ଘର ଥିଲା ତାକୁ ଭାଙ୍ଗି ଦେଇ ବୃଦ୍ଧା ଜଣକ ଆରମ୍ଭ କରିଥିଲେ ଫାଉଣ୍ଡେସନ ଖୋଳା କାମ । ପଞ୍ଚାୟତ ନିର୍ବାହୀ ଅଧିକାରୀ କାର୍ଯ୍ୟ ଆରମ୍ଭ କଲେ ଅନୁଦାନ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପ୍ରତିଶ୍ରୁତି ପ୍ରକାରେ ଫାଉଣ୍ଡେସନ କାର୍ଯ୍ୟ ଶେଷ କଲେ । କାମ ଶେଷ ପରେ ମଧ୍ୟ ଟଙ୍କା ନମିଳିବାରୁ ବୃଦ୍ଧା ଜଣକ ଟଙ୍କା ପାଇଁ ପହଞ୍ôଚଥିଲେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ପାଖରେ । ବ୍ୟାଙ୍କ ଏକାଉଣ୍ଟକୁ ଟଙ୍କା ପଠାଇ ଦିଆଯାଇଥିବା ନେଇ ପଞ୍ଚାୟତ ପକ୍ଷରୁ ଅବଗତ କରାଯାଇଥିଲେ ମଧ୍ୟ ଏକାଉଣ୍ଟକୁ କୌଣସି ପ୍ରକାର ଟଙ୍କା ଆସିନଥିଲା ।

ପରବର୍ତ୍ତୀ ସମୟରେ ଗତ ୨୦୨୦ ନଭେମ୍ବର ୨ ତାରିଖରେ ପଞ୍ଚାୟତ ପକ୍ଷରୁ ବୃଦ୍ଧାଙ୍କୁ ପୁଣିଥରେ ଅଯୋଗ୍ୟ ଘୋଷିତ କରାଯାଇଥିଲା । ଯେଉଁ କାର୍ଯ୍ୟାଦେଶ ଦିଆଯାଇଥିଲା ତାହାକୁ ରଦ୍ଦ କରାଗଲା ବୋଲି ଘୋଷଣା କରାଯାଇଥିଲା । ତେବେ ସଂପୂର୍ଣ୍ଣଭାବେ ଗୃହହୀନ ହୋଇ ପଡିଥିବା ବୃଦ୍ଧାଜଣକ ନିଜର ସମସ୍ୟା ସମ୍ପର୍କରେ କ.ନୂଆଗାଁ ବିଡିଓ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ସେହି ସମୟରେ ଲିଖିତ ଅବଗତ କରିଥିଲେ । ଘର ଭାଙ୍ଗିବାକୁ କହିବାରୁ ସେ ନିଜର ଝାଟିମାଟି ଘର ଭାଙ୍ଗିଥିିବା ଦର୍ଶାଇବାରୁ ତାହାକୁ କ୍ଷତିପୁରଣ ଦିଆଯିବ ବୋଲି ବି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ କିଛି ମିଳିନାହିଁ । ଏଭଳି କରି ଭୁଆଁ ବୁଲାଯାଉଛି ବୋଲି ବୃଦ୍ଧାଜଣକ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ବୃଦ୍ଧାଜଣକ ଗୃହହୀନ ଯୋଗୁଁ ପର ବାରଣ୍ଡାରେ ଆଶ୍ରୟ ନେଉଛନ୍ତି । ବୃଦ୍ଧାଙ୍କୁ ସରକାରଙ୍କ କୌଣସି ଯୋଜନାରେ ମଧ୍ୟ ଘରଟିଏ ମିଳିନଥିବା ବେଳେ କେଉଁ କାରଣରୁ ଆବାସ ଯୋଜନା ତାଲିକାରୁ ବାଦ୍ ଦିଆଯାଇ କାର୍ଯ୍ୟାଦେଶ ରଦ୍ଦ କରାଗଲା ତାହାର ତଦନ୍ତ ପାଇଁ ବିିଭିନ୍ନ ମହଲରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking