28.1 C
Bhubaneswar
Saturday, April 27, 2024
Homeଓଡିଶାପ୍ରେମୀ ଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର

ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର

ଝାରସୁଗୁଡ଼ା : ଝାରସୁଗୁଡା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ରେଙ୍ଗାଲି କିଶାନ ପଡାରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ପୁଲିସ ଉଦ୍ଧାର କରିଛି । ମୃତକ ଦ୍ୱୟ  କିଶାନ ପଡାର ବିଦେଶୀ କିଶାନଙ୍କ ପୁଅ ସୁବ୍ରତ(୨୭) ଓ ସମ୍ବଲପୁର ଜିଲ୍ଲା ଠେଲକୁଲି ଥାନା ଗୁମ୍‌କାରମା ଗ୍ରାମର ବସୁଦେବ ପିଙ୍ଗଙ୍କ ଝିଅ ସୁମତୀ ପିଙ୍ଗ(୨୨) ବୋଲି ଜଣାପଡିଛି । ପୁଲିସ ଉଭୟଙ୍କ ମୃତଦେହକୁ ଉଦ୍ଧାରକରି ବ୍ୟବଚ୍ଛେଦ ପାଇଁ ପଠାଇଥିବାବେଳେ ଯୁବତୀଙ୍କ ପରିବାର ଲୋକ ଏହା ଆତ୍ମହତ୍ୟା ନୁହେଁ ଏକ ଷଡଯନ୍ତ୍ରପୂର୍ଣ୍ଣ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି । ଏହି ଅଭିଯୋଗ ନେଇ ଯୁବତୀଙ୍କ ମାମୁଁ ସଂକୀର୍ତ୍ତନ କିସାନ ଓ ପରିବାରବର୍ଗ ଝାରସୁଗୁଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ତ ହୋଇଛନ୍ତି ।

ସେମାନେ କହିଛନ୍ତି ତାଙ୍କ ଭାଣିଜି ସୁମତୀ ଓ ସୁବ୍ରତଙ୍କୁ  ସୁବ୍ରତଙ୍କ ପରିବାର ଲୋକେ ହତ୍ୟା କରି ଆତ୍ମହତ୍ୟାର ରୁପ ଦେଇଛନ୍ତି । ତେଣୁ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ମୃତ ସୁମତୀକୁ ନ୍ୟାୟ ପ୍ରଦାନ କରାଯାଉ । ଅନ୍ୟପଟେ ସୁବ୍ରତଙ୍କ ପରିବାର ଲୋକେ କହିଛନ୍ତି ରବିବାର ରାତିରେ ସମସ୍ତେ  ଖାଇପିଇ ଘରେ ଶୋଇଥିଲେ । ହେଲେ ସୋମବାର ସକାଳେ ସୁବ୍ରତ ଓ ସୁମତି ତାଙ୍କ ଘର କବାଟକୁ ବହୁ ଡେରିଯାଏଁ ଖୋଲି ନଥିଲେ । ଫଳରେ ପରିବାର ଲୋକେ କବାଟ ଖୋଲିବାରୁ ଉଭୟଙ୍କ ମୃତଦେହ ଦେଖି କୁମ୍ଭାରବନ୍ଧ ଫାଣ୍ଡିକୁ ଖବର ଦେଇଥିଲେ ବୋଲି କହିଛନ୍ତି । ଅନ୍ୟପଟେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଏନେଇ ପଚାରିବାରୁ କହିଛନ୍ତି ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ପରି ଜଣାପଡୁଥିବା ବେଳେ ଯୁବତୀଙ୍କ ପରିବାରବର୍ଗର ଅଭିଯୋଗ ପରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking