36.1 C
Bhubaneswar
Monday, May 6, 2024
Homeଓଡିଶାଏଣେ ତେଣେ ପଡି ଖତ ଖାଉଛି ସିସିଟିଭି କେବୁଲ

ଏଣେ ତେଣେ ପଡି ଖତ ଖାଉଛି ସିସିଟିଭି କେବୁଲ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ଉପଖଣ୍ଡରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବଢିବାରେ ଲାଗିଛି । ଏହାକୁ ରୋକିବାକୁ ନେଇ ପ୍ରଶାସନ ତରଫରୁ ବିଭିନ୍ନ ସ୍ଥାନରେ ଖଞ୍ଜା ଯାଇଥିଲା ଲକ୍ଷ୍ୟାଧିକ ଟଙ୍କାରେ ୧୪ ଟି ସିସିଟିଭି କ୍ୟାମେରା । ହେଲେ ଏହି କ୍ୟାମେରା ଗୁଡି ଦିର୍ଘ କିଛି ମାସ ହେଲା ସିସିଟଭି କ୍ୟାମେରା ଗୁଡି ଅଚଳଥିବା ଦେଖିବାକୁ ମିଳିଛି । ସିସିଟିଭିର କେବୁଲ ଗୁଡିକ ଡ୍ରେନ ମଧ୍ୟରେ ପଡି ଖତ ଖାଉଛି । ଯାହାକୁ ନେଇ ତିବ୍ର ଅସନ୍ତୋଷ ବଢିବାରେ ଲାଗିଛି ।

ସ୍ଥାନୀୟ ଅଚଂଳରେ ଅପରାଧିକ କାର୍ଯ୍ୟକଳାପରେ ଅଙ୍କୁଶ ଲଗାଇବାକୁ ଏନଏସି ତରଫରୁ ୯ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟରେ ଗତ ବର୍ଷ ସସିଟିଭି ଲଗାଯାଇଥିଲା । ସ୍ଥାନୀୟ ଥାନାରୁ ଏହାର ମନିଟରିଂ କରାଯାଉଥିଲା । ତେବେ କିଭଳି ଭାବେ କ୍ୟାମେରା ଗୁଡିକ ଚୋରି ହେବା ସହିତ କେବୁଲ ଗୁଡିକ ଏଣେତେଣେ ପଡିଥିବା ଦେଖିବାକୁ ମିଳୁଛି । ତେବେ ଲକ୍ଷ୍ୟାଧିକ ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ସିସିଟଭି କ୍ୟାମେରା ପ୍ରତି ପୁଲିସ ଅଧିକାରୀଙ୍କ ଅପାରାଗତା ନେଇ ସ୍ଥାନୀୟ ଅଂଚଳରେ ପ୍ରଶ୍ନ ଉଙ୍କିମାରୁଛି । ଏଥପ୍ରତି ପ୍ରଶାସନ ଦୃଷ୍ଟି ଦେବା ସହିତ କାର୍ଯ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧରେ ପଦକ୍ଷେପ ନେବା ପାଇଁ ବୁଦ୍ଧିଜୀବି ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking