32.1 C
Bhubaneswar
Sunday, May 19, 2024
Homeଓଡିଶାନୂଆପୋଖରୀ ନବିକରଣ ନେଇ ପ୍ରସ୍ତାବ

ନୂଆପୋଖରୀ ନବିକରଣ ନେଇ ପ୍ରସ୍ତାବ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପୈାରାଚଂଳରେ ଅବସ୍ଥାପିତ ହୋଇଛି ସର୍ବପୁରାତନ ଭାଗିରଥି ସାଗର ପୋଖରୀ (ନୂଆପୋଖରୀ) । ଏହାର ଉନ୍ନତିକରଣ ନେଇ ପ୍ରଶାସନ ନିକଟରେ ପୈାରସଂସ୍ଥା ପକ୍ଷରୁ ରାଜ୍ୟ ସରକାରଙ୍କୁ ୪ କୋଟି ୭୨ ଲକ୍ଷ ଟଙ୍କାର ପ୍ରସ୍ତାବ ଦେଇଛନ୍ତି। ଏଥିନିମନ୍ତେ ଜିଲ୍ଲା ପୈାରାସଂସ୍ଥା ଅଧିକାରୀ ବିଭିନ୍ନ ଉଦ୍ୟମ କରୁଥିବା ଜଣାପଡିଛି ।

ମିଳିଥିବା ସୁଚନା ମୁତାବକ, ଭାଗିରଥିସାଗର ପୋଖରୀର ପଙ୍କ ପୁନ୍ନରୁଦ୍ଧାର ହେବା ସହିତ ଉନ୍ନତି କରଣ କରାଯିବ । ପୋଖରୀ ମଝିରେ ଥିବା ମନ୍ଦିରଟିର ନବିକରଣ ହେବା ସହିତ ଉନ୍ନତି କରାଯିବ । ପୋଖରୀ କୁଳରୁ ମନ୍ଦିର ନିକଟକୁ ପାଥୱ ନିର୍ମାଣ କରାଯିବ । ଏହାର ଚାରିପଟେ ପ୍ରାତଃ ଓ ସଂଧ୍ୟାରେ ଭ୍ରମଣ ଲାଗି ଚଲାପଥ ନିର୍ମାଣ କରାଯିବ । ଜଳାଶୟ ନିକଟରେ ଅତ୍ୟାଧୁନିକ ପାର୍କ ନିର୍ମାଣ କରାଯିବ । ପୋଖରୀ ଚାରିପାଖ ଆଲୋକିକରଣ ସହ ବୋଟିଂ ବ୍ୟବସ୍ଥା ରହିବ ।

ମାତ୍ର ଶିତଦିନେ ବିଦେଶୀ ପକ୍ଷୀଙ୍କ ଆଗମନ ଓ ତାଙ୍କ ରାବରେ ମୁଖରିତ ହୋଇଉଠେ ପୋଖରୀ କୁଳ । ହେଲେ ରକ୍ଷଣା ବେକ୍ଷଣ ଅଭାବରୁ ଏହି ପ୍ରାଚୀନ ପୋଖରୀ ଦଳରେ ଭର୍ତି ହୋଇଛି । ତେଣୁ ବୋଟିଂ ବ୍ୟବସ୍ଥା କରାଯିବା ସଂଭବ ହେଉନାହିଁ । ତେବେ ଏନେଇ ରଜ୍ୟ ସରକାର ପ୍ରତି ସଦର ମହକୁମା ଗୁଡିକରେ ଅତ୍ୟାଧୁନିକ ପାର୍କ ନିର୍ମାଣ କରାଯିବା ନେଇ ପ୍ରସ୍ତାବ ମାଗିଥିଲେ । ଏହାକୁ ଭିତି କରି ନୁଆପୋଖରୀଟିର ନାମ ସୁପାରିଶ କରାଯାଇଛି । ପ୍ରସ୍ତାବ ଅନୁମୋଦନ ହେବା ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking