25.8 C
Bhubaneswar
Saturday, July 27, 2024
Homeଓଡିଶାବିଏନ ମହାନ୍ତି ଆଣ୍ଡ ଆସୋସିଏଟସ ୩୧ତମ ପ୍ରତିଷ୍ଠା ଦିବସ ଅବସରରେ ରକ୍ତଦାନ ଶିବିର

ବିଏନ ମହାନ୍ତି ଆଣ୍ଡ ଆସୋସିଏଟସ ୩୧ତମ ପ୍ରତିଷ୍ଠା ଦିବସ ଅବସରରେ ରକ୍ତଦାନ ଶିବିର

ଯାଜପୁର : ବିଏନ ମହାନ୍ତି ଆଣ୍ଡ ଆସୋସିଏଟସ ୩୧ ତମ ପ୍ରତିଷ୍ଠା ଦିବସ  ତଥା ଅନୁଷ୍ଠାନର ପ୍ରତିଷ୍ଠାତା ବିବେକାନନ୍ଦ ମହାନ୍ତି ଙ୍କ ୬୩ ତମ ଜନ୍ମଦିନ ଅବସରରେ  ଦୂର୍ଗା ମନ୍ଦିର ନିକଟସ୍ଥ ହରେକୃଷ୍ଣ ଭବନରେ ଆଜି ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ଶିବିରରୁ ୬୩ ୟୁନିଟ ରକ୍ତ ସଂଗୃହିତ ହୋଇଛି ।ମୁଖ୍ୟ ଅତିଥି ଭାବେ କୋରେଇ ନିର୍ବାଚନ ମଣ୍ଡଳୀ ବିଜେପି ପାର୍ଥି ଆକାଶ ଦାସ ନାୟକ ଯୋଗଦେଇ ଉଦଘାଟନ କରିଥିଲେ।ପ୍ରଥମେ ଗଣେଶ୍ଵର ମଲ୍ଲିକ ରକ୍ତଦାନ କରି ଶିବିର ଆରମ୍ଭ କରିଥିଲେ। ଅତିଥି ଭାବେ ଶ୍ରମିକ ନେତା ବିଦ୍ୟାଧର ମହାନ୍ତି, ଉପନଗରପାଳ ସୁବାସ ବଳ, କାଉନ୍ସିଲର ସିଦ୍ଧାର୍ଥ ଶଙ୍କର ସାମଲ, ମଣୀନ୍ଦ୍ର କୁମାର ସାହୁ, ବିଜେଡି ନେତା ରସା ନନ୍ଦ ମହାନ୍ତି, ଡଃ ସଦାନନ୍ଦ ମହାନ୍ତି, ଶ୍ରମିକ ନେତା ପ୍ରଫୁଲ ନାୟକ, ଆଲୋକ ମହାନ୍ତି, ବିଜେପି ନେତା ସତ୍ୟନାରାୟଣ ମହାନ୍ତି, ବିଜେଡି ଜିଲ୍ଲା ସଭାନେତ୍ରୀ ସବିତା ରାଉତ, ସୁସ୍ମିତା ମହାନ୍ତି, ହିରଣ୍ମୟୀ ମହାନ୍ତି, ବସନ୍ତ ମଞ୍ଜରି ମହାନ୍ତି, ନିଗମାନନ୍ଦ ମହାନ୍ତି, ବିଶ୍ଵନାଥ ସାହୁ, ମଳୟ କୁମାର ମହାନ୍ତି, ପ୍ରେମାନନ୍ଦ ମହାନ୍ତି, ବିନୋଦ ଶର୍ମା, ସମ୍ବାଦ ଜିଲ୍ଲା ପ୍ରତିନିଧି ସଂଗ୍ରାମ କେଶରୀ ସିଂହ, ସାହିତ୍ୟିକ ଚିତରଞ୍ଜନ ବେହେରା, ଆଇନୀଜୀବୀ ବିଜୟ ମହାନ୍ତି, ଶିକ୍ଷାବିତ ଦୁଷ୍ମନ୍ତ କୁମାର ନାୟକ, ଦିବ୍ୟ ଂଶ ନାୟକ, ଚିନ୍ମୟୀ ମହାନ୍ତି, ଗୋକୁଳା ନନ୍ଦ ମହାନ୍ତି, ମାୟାଧର ଜେନା, ରଞ୍ଜିତ ରାୟ, ବିଦ୍ୟାଧର ସାହୁ, ବିଜୟ ଦାସ, ସାମ୍ବାଦିକ କୈଳାସ ନାୟକ, ଚିନ୍ତାମଣୀ ପାଢୀ, ପବିତ୍ର ରଞ୍ଜନ ମହାନ୍ତି, ପ୍ରଦ୍ୟୁମ୍ନ ବୋଇତାଇ, ଅଭିମନ୍ୟୁ ମିଶ୍ର, ଶ୍ୟାମଳେନ୍ଦୁ ପାତ୍ର, ପ୍ରଶାନ୍ତ ପାତ୍ର, ନାଗରିକ ମଂଚ ସମ୍ପାଦକ ଚନ୍ଦ୍ରମଣି ସାମଲ ପ୍ରମୂଖ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking