29.1 C
Bhubaneswar
Wednesday, April 24, 2024
Homeଓଡିଶାଲୋପ ପାଇବାକୁ ବସିଲାଣି କଥାମ କୁହା ଶୁଆବଂଶ

ଲୋପ ପାଇବାକୁ ବସିଲାଣି କଥାମ କୁହା ଶୁଆବଂଶ

କାମାକ୍ଷାନଗର : ଅବିଭକ୍ତ ଢେଙ୍କାନାଳ ଜିଲ୍ଲାରେ ରହିଅଛି ବହୁ ସଂରକ୍ଷିତ ଗ୍ରାମ୍ୟ ଜଙ୍ଗଲ । ଏହି ସବୁ ସରଂକ୍ଷିତ ଜଙ୍ଗଲରେ ରହିଥାନ୍ତି ବିଭିନ୍ନ ପ୍ରଜାତିର ଜଙ୍ଗଲୀ ପକ୍ଷୀ । ସେମାନଙ୍କ ମଧ୍ୟରୁ ମନୁଷ୍ୟ ସହ ତାଳ ମିଶାଇ କଥା କହି ପାରୁଥିବା ପକ୍ଷୀ ମାନଙ୍କ ମଧ୍ୟରୁ ଶୁଆ ଅନ୍ୟତମ । ସ୍ଥାନୀୟ ଭାଷାରେ ୫ ପ୍ରଜାତିର ଶୁଆ ଦେଖିବାକୁ ମିଳିଥାଏ । ଦୋଳନାହାକିଆ, ଟୁହି, ପୁଷବନ୍ଦାଣିଆ, ଚାନ୍ଦିନୀ ଏବଂ ଭାଲିଆଖାଇ । ପୈାଷ ମାସରୁ ବୈଶାଖ ମାସ ମଧ୍ୟରେ ଏମାନେ ଅଣ୍ଡା ଦେଇ ବଂଶ ବିଧ୍‌ତାର କରିଥାନ୍ତି । ଗୋଟିଏ ବର୍ଷକ ମଧ୍ୟରେ ଥରେ ଅଣ୍ଡା ଦେଇଥାଏ । ଦୁଇ ରୁ ପାଂଚଟି ଅଣ୍ଡା ଶୁଖିଲା କିମ୍ବା କଂଚା ଗଛ କୋରଡରେ ୨୧ ଦିନ ପରେ ଅଣ୍ଡାରୁ ଛୁଆ ଫିୁଟି ଦୁଇ ମାସ ଗଛ କୋରଡରେ ରହିବା ପରେ ମୁକ୍ତ ଆକାଶରେ ଉଡିବୁଲନ୍ତି । ଶୁଆମାନେ ସାଧାରଣତଃ ଦଳଦଳ ବହୁ ଉଚ୍ଚରେ ରହିଥାନ୍ତି । କେବଳ ପ୍ରଜନନ ସମୟରେ ଗଛ କୋରଡରେ ବସା ବାନ୍ଧି ରହିଥାନ୍ତି । ପ୍ରତି ବର୍ଷ ଏଭଳି ଭାବେ ଆସି ଗଛ କୋରଡରେ ବସା ବାନ୍ଧି ରହିଥାନ୍ତି । ରୋଗପ୍ରତିରୋଧକ ଶକ୍ତି ଅଧିକା ଥିବା ଏହି ୫ ପଜାତିର ଶୁଆ ମାନଙ୍କ ଉପରେ ଶିକାରୀ ମାନଙ୍କ ଲୋଳୁପ ଦୃଷ୍ଟି ବଢିବାରେ ଲାଗିଛି ।

ଲୁଚି ଛପି ଗଛ କୋରଡରୁ ପର ଉଠିନଥିବା ଶୁଆ ଶାବକ ଧରି ବଜାରେ ଉଚ୍ଚ ଦରରେ ବକ୍ରି କରୁଥିବା ନଜର ଆସୁଛି । ଶିକାରୀ ମାନେ ପ୍ରଥମେ ଶୁଆ ବସା ଠାବ କରି ନଜର ରଖିଲା ପରେ ଗଛ ଚଢି ଅତି ସହଜରେ ଶାବକ ବିକ୍ରି କରିପାରୁଛନ୍ତି । ଲାଲ ଥଂଟ ଓ ଗଳାରେ ମାଳିଥିବା ଶୁଆ ମାନଙ୍କର ଅଧିକ ଚାହିଦା ରହିଛି । ଏହି ଶୁଆ ଗୁଡିକ ୪ ମାସ ମଧ୍ୟରେ ମନୁଷ୍ୟକୁ ଅନୁକରଣ କରି କଥା କହିଥାଏ ।
ରାଜ୍ୟ ସରାକାରଙ୍କ ଦ୍ୱାରା ପ୍ରଣିତ ବନ୍ୟପ୍ରାଣୀ ଆଇନକୁ ଖୋଲାଖୋଲି ଭାବେ ଉଲଙ୍ଘନ କରି ପଞ୍ଜୁରୀ ଭିତରେ ତିନି ତିନି ଥର ଖାଦ୍ୟ ଦେଇ ମନାଇ ନେଇଥାନ୍ତି । ମୁକ୍ତା ଆକାଶରେ ଉଡିବା ଶୁଆଟି କିଛି ବର୍ଷ ପଞ୍ଜୁରୀ ଭିତରେ ରହିବା ପରେ ମୃତ୍ୟୁ ବରଣ କରିଥାଏ । ନାଁ ସେ ମୁକ୍ତ ଭାବେ ଆକାଶରେ ଉଡିପାରେ ନାଁ ବଂଶ ବିସ୍ତାର କରିପାରେ । ଖାଦ୍ୟ ପାଇବା ଆଶାରେ ଶୁଆ ମାନେ ୫୦ ରୁ ୬୦ କିଲୋମିଟର ପର୍ଯ୍ୟନ୍ତ ଆକାଶରେ ଉଡି ଉଚା ଶଳଗଛରେ ଆଶ୍ରୟ ନେଇଥାନ୍ତି ।

ଏକ ନିର୍ଧିଷ୍ଟ ପ୍ରକାର ମାଟିକୁ ଶୁଆମାନେ ଖାଇଥାନ୍ତି । ୧୯୯୯ ମସିହା ମହାବାତ୍ୟରେ ଶତାଧିକ ପୋଲା କୋରଡ ଥିବା ଗଛ ଭାଙ୍ଗି ଯିବା ପରେ ଶୁଆ ଗୁଡିକ ନିରାଶ ହୋଇଯିବା ପରେ ଗତ ୨୦୧୩ ମସିହାରେ ଫାଇଲନ୍ ହେବା ପରେ ପୁନଶ୍ଚ ଦେଖିବାକୁ ମିଳୁଛି । କେତେକ ଶୁଆ ତାଳ ଗଛ ଓ ଖଜୁରୀ ଗଛରେ ଅଣ୍ଡା ଦେବା ପରେ ଶିକାରୀ ମାନେ ତାକୁ ନଷ୍ଟ କରିଦେଉଥିଲେ । କ୍ରମାଗତ ଭାବେ ଏମାନଙ୍କର ବଂଶ ବିସ୍ତାର କମିବାରେ ଲାଗିଛି । ସରକାରୀ କିମ୍ବା ବେସରକାରୀ ସ୍ତରରେ ଜନସାଧାରଣଙ୍କ ସଚେତନ କରାନଗଲେ ଆଗାମୀ ଦିନରେ କଥାକୁହା ଶୁଆ ମାନଙ୍କର ବଂଶ ଲୋପ ପାଇଯିବ । ବିଦେଶୀ ରଙ୍ଗୀନ ଶୁଆକୁ ସୈାଖୀନ ପାଇଁ ବନବିଭାଗ ଅନୁମତି ଦେବା ସହ ପଞ୍ଜୁରୀ ନିର୍ମାଣ ନିଷେଧ କରାଇଲେ ଶୁଆ ବଂଶ ସୁରକ୍ଷା ହୋଇପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking