31.1 C
Bhubaneswar
Sunday, May 5, 2024
Homeଓଡିଶାଶାଢୀ ପ୍ୟାକେଟ ଭିତରେ ଗଞ୍ଜେଇ ଚାଲାଣ : ଯୁବତୀଙ୍କ ସହ ୩ ଜଣଙ୍କୁ ଅଟକ ରଖିଛି...

ଶାଢୀ ପ୍ୟାକେଟ ଭିତରେ ଗଞ୍ଜେଇ ଚାଲାଣ : ଯୁବତୀଙ୍କ ସହ ୩ ଜଣଙ୍କୁ ଅଟକ ରଖିଛି ପୋଲିସ

କଳାହାଣ୍ଡି  : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆଦର୍ଶ ଥାନା ପୋଲିସ୍ ଏକ ବୋଲେରୋ ଗାଡ଼ି(JH 05X6263) ଏକ ବୋଲେରୋ ରୁ ପୁଣି ଗଞ୍ଜେଇ ଜବତ କରିଛି । ଗତ ବିଳମ୍ବିତ ରାତିରେ ବୋଲେରୋ ଗାଡ଼ି ଟି କଳାହାଣ୍ଡି ଜିଲ୍ଲା ଆମପାଣି ଅଞ୍ଚଳ ରୁ ଭବାନୀପାଟଣା, କେସିଙ୍ଗା ସହର ଦେଇ ବଲାଙ୍ଗିର ପଟକୁ ଯାଉଥିବା ସମୟରେ କେସିଙ୍ଗା ଆଇଆଇସି ସତ୍ୟ କୁମାର ନନ୍ଦ ଙ୍କ ନେତୃତ୍ବରେ ପୋଲିସ ବୋଲେରୋ ଗାଡ଼ି କୁ ଅଟକାଇ ଥିଲା ଓ ସନ୍ଦେହ ରେ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ବୋଲେରୋ ଗାଡ଼ି ଭିତରେ ଶାଢ଼ୀ ରହିଥିଲା ବେଳେ ଶାଢ଼ୀ ଭିତରୁ ଗଞ୍ଜେଇ ରହିଥିବା ନେଇ ପୋଲିସ ଜାଣିବାକୁ ପାଇଥିଲା ।

କେସିଙ୍ଗା ଅତିରିକ୍ତ ତହସିଲଦାର ଉପସ୍ଥିତିରେ ଗାଡ଼ି ଭିତରୁ ଗଞ୍ଜେଇ କୁ ଜବତ୍ କରାଯାଇଛି ଓ ପୋଲିସ ସଂପୃକ୍ତ ବୋଲେରୋ ଗାଡ଼ି କୁ ମଧ୍ୟ ଜବତ କରିବା ସହ ଗାଡ଼ି ର ଡ୍ରାଇଭର ଓ ଜଣେ ଯୁବତୀ ସହ ଅନ୍ୟ ଏକ ଯୁବକକୁ ଥାନା ରେ ଅଟକ ରଖି ପଚରାଉଚରା କରୁଛି । ଅଟକ ଥିବା ୩ ଜଣ ବିହାର ଅଞ୍ଚଳର ବୋଲି ଜଣାପଡିଛି । କେସିଙ୍ଗା ଆଦର୍ଶ ଥାନା ପୋଲିସ ଗତ କିଛି ଦିନ ହେଲା ଚୋରା ଚାଲାଣ ଗଞ୍ଜେଇ କୁ ଲଗାତାର ଧରିବାରେ ସଫଳ ହେଉଥିବା ଜଣାପଡ଼ିଛି । ତେବେ ଆଜି ଜବତ୍ ହୋଇଥିବା ଗଞ୍ଜେଇ ର ପରିମାଣ କେତେ ରହିଛି ତାହା ଜଣାପଡ଼ି ନଥିବା ବେଳେ ବର୍ତ୍ତମାନ ସୁଦ୍ଧା ତଦନ୍ତ ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking