39.1 C
Bhubaneswar
Friday, April 26, 2024
Homeଓଡିଶାପଥର ବ୍ଲାଷ୍ଟିଂ ହେଲା କାଳ : ହାତଗୋଡ଼ ହରାଇ ବେସାହାରା ପାଲଟିଗଲେ ଦୁର୍ବଳ

ପଥର ବ୍ଲାଷ୍ଟିଂ ହେଲା କାଳ : ହାତଗୋଡ଼ ହରାଇ ବେସାହାରା ପାଲଟିଗଲେ ଦୁର୍ବଳ

କଳାହାଣ୍ଡି : ଦିନ ଥିଲା ଏକାଏକା ପ୍ରତିପୋଷଣ ଦାୟିତ୍ୱ ନିଜ କାନ୍ଧରେ ନେଇ ବେଶ ସୁରୁଖୁରୁରେ ଚଳାଉଥିଲେ ପରିବାର । ହେଲେ ହଠାତ ସମୟ ବଦଳିଯିବ କେବେ କଳ୍ପନା କରି ନ ଥିଲେ । ଯେଉଁ ପରିବାର ତାଙ୍କ ଝାଳ ଫୁଟା ପରିଶ୍ରମର ସାହାରା ପାଲଟିଥିଲା ଏବେ ସେ ପରିବାରରେ ବୋଝ ପାଲଟି ଗଲେ। ଏବେ ବେସାହାରା ହୋଇ ସାହାରା ଖୋଜି ବୁଲୁଛି ଦୁର୍ବଳ। ଆମେ କହୁଛୁ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଗୋଇନ୍ଟା ପଡାର ଦୁର୍ବଳ ଗଇତାଙ୍କ କଥା । ସେପ୍ଟେମ୍ବର ମାସ ୧୧ତାରିଖ ଦିନର ଘଟଣା। ହଠାତ ପରିବାର ପାଖକୁ ଖବର ପହଞ୍ଚିଥିଲା ପଥର ବ୍ଲାଷ୍ଟିଂରେ ଦୁର୍ବଳ ଗୁରୁତର । ପରିବାର ଉପରେ ଚଡକ ପଡିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିରହିଥିବା ଦୁର୍ବଳକୁ ନିଆଗଲା ଡାକ୍ତର ଖାନା ।

ଧର୍ମଗଡ଼, ଭବାନୀପାଟଣା ପରେ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରାଗଲା। ସେଠାରେ ତାଙ୍କୁ ଅପରେସନ କରାଯାଇ ଶେଷରେ ଗୋଡ଼ କଟା ଗଲା। ସେହି ଦିନଠୁ ପରିବାର ଉପରେ ବଡ଼ ଦୁର୍ଦଶା ଆରମ୍ଭ ହେଲା। ପରିବାରରେ ଏକ ମାତ୍ର ଦୁର୍ବଳ ଉପରେ ନିର୍ଭର ହୋଇ ପ୍ରତିପାଦିତ ହେଉଥିବାବେଳେ ଏବେ ଶଯ୍ୟାଶାୟୀ ହୋଇ ଏକ ପ୍ରକାର ପଙ୍ଗୁ ପାଲଟି ଯାଇଛି ଦୁର୍ବଳ। ଦୁର୍ଦଶା ଦିନକୁ ଦିନ ଚରମ ସୀମାରେ ପହଂଚି ଗଲା। ଏପରି ନିଜ ବଡ଼ ଝିଅକୁ ଅର୍ଥ ଅଭାବରୁ ଚିକିତ୍ସା କରାଇନପାରି ଶେଷରେ ହରାଇ ବସିଲେ।ଏଣେ ବେନିୟମ ଭାବେ ଜଣେ ସାଧାରଣ ଶ୍ରମିକକୁ ବ୍ଲାଷ୍ଟିଂ କରାଇ ଥିବା କ୍ରସରମାଲିକ ଅନେକ ସହାୟତା ପ୍ରତିଶୃତି ଦେଇଥିଲେ ।

ବର୍ତ୍ତମାନ ସୁଦ୍ଧା ଦେଖାଦେଉନ ଥିବା ଓ ଫୋନ କଲେ ମଧ୍ୟ ଗ୍ରହଣ କରୁନ ଥିବା ଅଭିଯୋଗ କରନ୍ତି ପରିବାର ଲୋକେ।ସୂଚନାଯୋଗ୍ୟ, ବହୁଦିନ ଧରି ଦୁର୍ବଳ ଗୋଳାମୁଣ୍ଡା ବ୍ଲକ ତୁମ୍ରା ସ୍ଥିତ ଏକ କ୍ରସରରେ ଶ୍ରମିକ ଭାବେ ନିୟୋଜିତ ହୋଇଥିଲେ। ତେବେ କ୍ରସର ମାଲିକ ରାଜ କୁମାର ନାଏକ ଗତ ସେପ୍ଟେମ୍ବର ୧୧ତାରିଖ ୨୦୨୦ରବିବାର ପଥର ବ୍ଲାଷ୍ଟିଂ କରିବା କାର୍ଯ୍ୟରେ ନିୟୋଜିତ ଥିଲେ। ତେବେ ଦୁର୍ଘଟଣା ପରେ ପରିବାରଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦେବାକୁ ମାଲିକ ପ୍ରବର୍ତ୍ତିତାଇ ଥିବାବେଳେ ଦୀର୍ଘ ୬ମାସ ବିତିଯାଇଥିଲେ  ମାଲିକଙ୍କ ମୁହଁ ଦେଖାଯାଉ ନ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତୁରନ୍ତ ଜିଲ୍ଲା ପ୍ରଶାସନ ଦୁର୍ବଳ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଅଂଚଳ ବାସୀଙ୍କ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking