30.1 C
Bhubaneswar
Monday, May 6, 2024
Homeବ୍ରେକୀଙ୍ଗ୫ ରାଜ୍ୟ ଫେରନ୍ତାଙ୍କ ଉପରେ କଡା ନଜର

୫ ରାଜ୍ୟ ଫେରନ୍ତାଙ୍କ ଉପରେ କଡା ନଜର

ଭୁବନେଶ୍ୱର: ୫ ରାଜ୍ୟ ଫେରନ୍ତାଙ୍କ ଉପରେ କଡା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଜିଲ୍ଲାପାଳ, ପୌରାଂଚଳ କମିଶନରଙ୍କୁ ନଜର ରଖିବାକୁ ଦିଆଯାଇଛି ନିର୍ଦ୍ଦେଶ । ମହାରାଷ୍ଟ୍ର, ପଂଜାବ, ମଧ୍ୟପ୍ରଦେଶ ଓ ଛତିଶଗଡ ଫେରନ୍ତାଙ୍କ ଉପରେ ନଜର ରଖାଯିବ । ତେବେ ଏହି ୫ ହାଇ ରିସ୍କ ରାଜ୍ୟ ଫେରନ୍ତାଙ୍କ ପାଇଁ ସ୍ୱତନ୍ତ୍ର କଟକଣା କରାଯାଇଛି । ଫେରନ୍ତାଙ୍କ ପାଇଁ ୭ ଦିନିଆ ହୋମ ଆଇସୋଲେସନ ବାଧ୍ୟତାମୂଳକ କରାଯାଇଛି । ଯଦି ଟିକାକରଣର ପ୍ରମାଣପତ୍ର ଥ୍ଧଶ, ତେବେ ହୋମ ଆଇସୋଲେସନ ଅନାବଶ୍ୟକ ରହିଛି । ଆରଟିପିସିଆର ନେଗେଟିଭ ରିପୋର୍ଟ ଥିଲେ ସଂଙ୍ଗରୋଧ ଜରୁରୀ ନୁହେଁ ବୋଲି କୁହାଯାଇଛି । ପୂର୍ବରୁ ୧୨ ରାଜ୍ୟ ଫେରନ୍ତାଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ରହିଥିଲା । ସୂଚନାଯୋଗ୍ୟ, ନିମ୍ନଗାମୀ ହୋଇଥିବା କରୋନା ଏବେ ପୁଣି ଉପରମୁହାଁ ହେବାକୁ ବସିଛି । ମହାରାଷ୍ଟ୍ର, ମଧ୍ୟପ୍ରଦେଶରେ କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ଏବେ ସମସ୍ତ ରାଜ୍ୟ ସରକାର ସଜାଗ ହୋଇ ଉଠିଛନ୍ତି । ବିଶେଷ ଭାବରେ କରୋନାର ନୂଆ ଷ୍ଟ୍ରେନ ଚିନ୍ତା ବଢାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking