34.1 C
Bhubaneswar
Friday, March 29, 2024
Homeଓଡିଶାଇରିଡି ଘାଟିରେ ଆନ୍ଧ୍ରର ରାସ୍ତା ନିର୍ମାଣ ଘଟଣା, ଭାଜପା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ଇରିଡି ଘାଟିରେ ଆନ୍ଧ୍ରର ରାସ୍ତା ନିର୍ମାଣ ଘଟଣା, ଭାଜପା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ଗୁଣୁପୁର : ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ମରମା ପଞ୍ଚାୟତ ଇରିଡି ଘାଟିରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ପ୍ରାୟ ଦେଢ କିଲୋମିଟର ରାସ୍ତା ଦୀର୍ଘ 6 ମାସ ହେଲା ନିର୍ମାଣ କରାଯାଇଛି । ଘଟଣା ସମ୍ପର୍କରେ ଗୁଣୁପୁର ଉପଜିଲ୍ଲାପାଳ ଅବଗତ ହେବା ପରେ ଉକ୍ତ ଅଞ୍ଚଳକୁ ଯାଇ ସେଠାରେ ଓଡ଼ିଶାର ସୀମା ଫଳକ ତୁରନ୍ତ ଲଗେଇବା ବ୍ୟବସ୍ଥା କରିଥିଲେ । ତେବେ ସେଠାକାର ପଞ୍ଚାୟତ, ରାଜସ୍ୱ ସର୍କଲ, ଜଙ୍ଗଲ ବିଭାଗ କିପରି ଏହି ଘଟଣା ସମ୍ପର୍କରେ କିଛି ଜାଣିପାରିଲେ ନାହିଁ ବୋଲି ଭାଜପା ପ୍ରଶ୍ନ କରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼ ଗିରିଧର ଗମାଙ୍ଗଙ୍କ ନେତୃତ୍ୱରେ ଭାଜପାର ଏକ ପ୍ରତିନିଧି ଦଳ ଇରିଡି ଘାଟିରେ ସ୍ଥିତି ଅନୁଧ୍ୟାନ କରିଥିଲେ । ତୁରନ୍ତ ରାଜ୍ୟ ସରକାର ଏହି ଘଟଣାକୁ ଗୁରୁତ୍ୱ ଦେଇ ଏହି ଅଞ୍ଚଳରେ ଓଡ଼ିଶାର ସୀମାରେଖା ନିର୍ଦ୍ଧାରଣ କରନ୍ତୁ ବୋଲି ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking