28.1 C
Bhubaneswar
Saturday, April 27, 2024
Homeଓଡିଶାସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ମହା ଦୁର୍ନୀତି

ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ମହା ଦୁର୍ନୀତି

କଳାହାଣ୍ଡି : ଜିଲ୍ଲାର କୋକସରା ବ୍ଲକ ରେ ସରକାର ଙ୍କ ଉନ୍ନତ କାମ ରେ ଦିନ କୁ ଦିନ ଦୁର୍ନୀତି ଗନ୍ଧ ବାରି ହୋଇ ପଡିଛି।ଯାହା ସାଧାରଣ ଓ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି।ତେବେ ସରକାରୀ ସ୍ତର ରେ କିମ୍ପା ପ୍ରଶାସନ ମହଲରେ ଏହାର କୌଣସି ପ୍ରଭାବ ପଡୁନାହିଁ।ଯାହା ରାଜ ନେତା କିମ୍ପା ସରକାରୀ ଦଳିୟୀ ଛତ୍ରତଳେ ପ୍ରଶାସନ ଓ ଠିକାଦାର ରହି ହରିଲୁଟ କରୁଥିବା ଅଞ୍ଚଳ ରେ ଚର୍ଚ୍ଚା ହୁଏ।ଏଭଳି ଏକ ମହାଦୁର୍ନୀତି  କୋକସରା ବ୍ଲକ ଲଟାପଡା ରାସ୍ତା ଉନ୍ନତି କରଣ କାମ ରେ ଦେଖାଦେଇଛି।ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଥୁ-ରାମପୁର,ଭବାନୀପାଟଣା ମାଧ୍ୟମରେ ଟେଣ୍ଡାପାଲି -ଲଟାପଡା ର ରାସ୍ତା ଉନ୍ନତି କରଣ ବାବଦ କୁ ୪ଲକ୍ଷ୯୩୪ଟଙ୍କା୯୪ପଇସା ବ୍ୟୟ ବରାଦ ରେ କାମ ହୋଇଛି।ସୂଚନାଫଳକ ଅନୁଯାୟୀ  ଟେଣ୍ଡାପାଲି ଠାରୁ ଲଟାପଡା  ରାସ୍ତା କାମ କରିବା ବ୍ୟବସ୍ଥା ଥିଲେ ହିଁ ଟେଣ୍ଡାପାଲି ଲିମ୍ବପଡା ଯୋର ଠାରୁ ଗାଁ ଉପର ମୁଣ୍ଡ ପଯ୍ୟନ୍ତ କେବଳ ଆନୁମାନିକ ୧୩୦ମିଟର ଯାଏ କାମ ହୋଇଛି।ଯାହା ବିଭାଗୀୟ ମାଧ୍ୟମରେ କାମ କରାଯାଉଥିବା ସୂଚନା ଫଳକ ରେ ଦର୍ଶା ଯାଇଛି।ଯେଉଁଥିରେ ୧୧ଟ୍ରିପ ମେଟାଲ ଓ ୨୧ଟ୍ରିପ ମୁରୁମ ପଡିଥିବା ଗ୍ରାମ୍ୟଲୋକେ ପ୍ରକାଶ କରନ୍ତି।ଠିକ ସେଠାରୁ ହିଁ ଧର୍ମଗଡ଼ ବ୍ଲକ କେବିକେ ଯୋଜନା ରେ ଅନ୍ୟଏକ କାମ କରାଯାଇଛି।ଯାହାର ମୂଲ୍ୟ ୨ଲକ୍ଷ ଥିବାବେଳେ ପ୍ରାୟ ୨ଶହ ମିଟର ପଯ୍ୟନ୍ତ କାମ ହେଇଛି।ତେବେ ଏଥିରୁ ଅନୁମାନ କରାଯାଏ  କିଭଳି ଭାବେ ସରକାରୀ ଅର୍ଥ କୁ ଲୁଟପାଟ କରାଯାଉଛି।ଅନ୍ୟପଟେ ମେଜେର୍ମେଣ୍ଟ କଲାବେଳ କୁ ଧର୍ମଗଡ଼ ବ୍ଲକ ମାଧ୍ୟମରେ ହୋଇଥିବା କାମ ସାଙ୍ଗରେ ଯୋଡ଼ା ଯାଇ ଥିବା ଲୋକେ ପ୍ରକାଶ କରନ୍ତି। ଏଥିରୁ ସ୍ପଷ୍ଟ ପ୍ରମାଣିତ କରାଯାଏ ଏହି କାମରେ ମହା ଦୁର୍ନୀତି ହୋଇଛି ଯାହା ତଦନ୍ତ ସାପେକ୍ଷ।ତୁରନ୍ତ ଜିଲ୍ଲା ପ୍ରଶାସନ ଉଚ୍ଚ ସ୍ତରୀୟ ତଦନ୍ତ କରି ପ୍ରକୃତ ରହସ୍ୟ କୁ ଉନ୍ମୋଚନ କରିବା ସହ ସମ୍ପୃକ୍ତି ବ୍ୟକ୍ତି ବିରୋଧ ରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଞ୍ଚଳ ବାସୀ ଙ୍କ ଦାବି ହୁଏ।ଏନେଇ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ପ୍ରଶାସକ ବିରଞ୍ଚି ନାରାୟଣ ଦର୍ବ।ନଙ୍କୁ ପଚାରିବାରୁ ଫୋନ ଉଠାଇ ନଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking