32.1 C
Bhubaneswar
Friday, April 26, 2024
Homeଓଡିଶାଜେଏସପିଏଲ ଦ୍ଵାରା ରାଜ୍ୟ ସରକାରଙ୍କୁ ଦୁଇଟି ଅକ୍ସିଜେନ ଟ୍ୟାଙ୍କର ଯୋଗାଣ

ଜେଏସପିଏଲ ଦ୍ଵାରା ରାଜ୍ୟ ସରକାରଙ୍କୁ ଦୁଇଟି ଅକ୍ସିଜେନ ଟ୍ୟାଙ୍କର ଯୋଗାଣ

ଭୁବନେଶ୍ବର : କୋଭିଡ-19 ମହାମାରୀ ମୁକାବିଲାରେ ରାଜ୍ୟ ସରକାରଙ୍କୁ ସହଯୋଗ କରିବା ନିମନ୍ତେ ନବୀନ ଜିନ୍ଦଲ ନେତୃତ୍ଵାଧୀନ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିଃ (ଜେଏସପିଏଲ) ପକ୍ଷରୁ ଦୁଇଟି କ୍ରାଓଜେନିକ  ଟ୍ୟାଙ୍କର  ଯୋଗାଇ ଦିଆଯାଇଛି I   କୋଭିଡ-19 ରୋଗୀମାନଙ୍କ ଚିକିତ୍ସା ନିମନ୍ତେ ଗୁରୁତ୍ବପୂର୍ଣ ତରଳ ମେଡିକାଲ ଅକ୍ସିଜେନ ଯୋଗାଣ ନିମନ୍ତେ ଏହି ଟ୍ୟାଙ୍କର  ଦ୍ବୟ ରାଜ୍ୟ ସରକାରଙ୍କ ଦ୍ଵାରା ବ୍ୟବହାର କରାଯିବ I

ନିକଟରେ ରାଜ୍ୟରେ ଥିବା ଶିଳ୍ପାନୁଷ୍ଠାନ ଏବଂ  ସରକାରଙ୍କର ବରିଷ୍ଠ ଅଧିକାରୀ ମାନଙ୍କ ବୈଠକରେ, କୋଭିଡ-19 ମହାମାରୀ ମୁକାବିଲା ନିମନ୍ତେ ସହଯୋଗ କରିବା ପାଇଁ ଶିଳ୍ପ ସଂସ୍ଥା ମାନଙ୍କୁ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା I ଏହି ବୈଠକର ଏକ ସପ୍ତାହ ମଧ୍ୟରେ  ଜେଏସପିଏଲର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ଉଦ୍ୟମରେ କମ୍ପାନୀ ପକ୍ଷରୁ ଦୁଇଟି ଅକ୍ସିଜେନ ଟ୍ୟାଙ୍କର ବ୍ୟବସ୍ଥା କରାଯାଇ ରାଜ୍ୟ ସରକାରଙ୍କୁ ଯୋଗାଇ ଦିଆଯାଇଛି  I

ଏହା ବ୍ୟତୀତ, ଜେଏସପିଏଲ  ତାହାର ଅନୁଗୁଳ ସ୍ଥିତ ମେଗା ଇସ୍ପାତ  କାରଖାନାରୁ  ଗତ ଏପ୍ରିଲ ମାସରୁ  ତରଳ ମେଡିକାଲ ଅମ୍ଳଜାନ (LMO) ଦେଶର ବିଭିନ୍ନ ରାଜ୍ୟକୁ ଯୋଗାଇ ଦେଇଆସୁଛି  |  ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ,  ଦେଶର ବିଭିନ୍ନ ଡାକ୍ତରଖାନାକୁ ପ୍ରତିଦିନ ପ୍ରାୟ 100  ଟନ ତରଳ  ମେଡିକାଲ ଅମ୍ଳଜାନ ଜେଏସପିଏଲ ପକ୍ଷରୁ ଟ୍ୟାଙ୍କର୍ ମାଧ୍ୟମରେ ପଠାଯାଉଛି |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking