26.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶବିଜେପିରେ ଯୋଗ ଦେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ବିଜେପିରେ ଯୋଗ ଦେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ନୂଆଦିଲ୍ଲୀ : ଗତକାଲି କଂଗ୍ରେସ ରୁ ଇସ୍ତଫା ଦେଇଥିଲେ ଜ୍ୟୋତିରାଦିତ୍ୟ । ସମସ୍ତ କଳ୍ପନା ର ଅନ୍ତ ଘଟାଇ ଦିଲ୍ଲୀ ବିଜେପି ମୁଖ୍ୟାଳୟକୁ ଆସି ଜ୍ୟୋତିରାଦିତ୍ୟ ବିଧିବଦ୍ଧ ଭାବେ ବିଜେପି ରେ ଯୋଗ ଦେଲେ । ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ବିଜେପି ରେ ସାମିଲ ହେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ । ବିଜେପି ମୁଖ୍ୟାଳୟରେ ମିଶ୍ରଣ ପର୍ବ ରେ ବହୁ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ସହ ରାଷ୍ଟ୍ର ଉପଧାକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଏହି ମିଶ୍ରଣ ପର୍ବ ରେ ସାମିଲ ଥିବା ନଜର ଆସିଛନ୍ତି ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେବା ପରେ ତାଙ୍କ ସମର୍ଥନରେ ମଧ୍ୟ ପ୍ରଦେଶର ୨୨ ଜଣ ବିଧାୟକ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି। ଏହା ପରେ ସେଠାରେ ରାଜନୀତିକ ଅସ୍ଥିରତା ଦେଖାଯାଇଛି। ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ସରକାର ଭାଙ୍ଗିବା ସ୍ଥିତିରେ ଥିବା ବେଳେ ବିଜେପି ସେଠାରେ ସରକାର ଗଢ଼ିବା ଲାଗି ସଜବାଜ ହେଉଥିବା କୁହାଯାଉଛି। ଯଦିଓ କଂଗ୍ରେସ ଲଗାତାର କହି ଆସୁଛି ଯେ ତା’ ପାଖରେ ବହୁମତ ରହିଛି, ତଥାପି ଏଭଳି ଆଲୋଚନା ଜୋର ଧରିଛି।
https://onakhabar.com/2020/03/11/bjp-lodge-mlas-in-gurugram-hotel-congress-to-move-flock-to-jaipur/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking