29.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବେ ଜୋ ବାଇଡେନ

ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବେ ଜୋ ବାଇଡେନ

ଆମେରିକା : ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଅମେରିକାର ନୂତନ ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ । ବାଇଡେନଙ୍କୁ କ୍ଷମତା ହସ୍ତାନ୍ତର ପାଇଁ ଆମେରିକା ସଂସଦ ପକ୍ଷରୁ ଚାଲିଛି ବିଶେଷ ପ୍ରସ୍ତୁତି । ଏହି ଶପଥ ଗ୍ରହଣ ଉତ୍ସବ ପାଇଁ ହ୍ୱାଇଟ ହାଉସ ଓ କ୍ୟାପିଟାଲ ହିଲ ଚର୍ତୁପାଶ୍ୱର୍ରେ ସୁରକ୍ଷାକୁ ବଢାଇ ଦିଆଯାଇଛି । ତେବେ ପୁର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ସମାରୋହରେ ଯୋଗ ନେଦଉନଥିବାରୁ , ଉପରାଷ୍ଟ୍ରପତି ମାଇକ ପେନ୍ସ ,ବାଇଡେନଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବେ । ଅନ୍ୟପଟେ ଉପରାଷ୍ଟ୍ରପତି ମାଇକ ପେନ୍ସ କ୍ୟାପିଟାଲ ହିଲ ହିଂସା ପରଠାରୁ ବିଶେଷ ପଦକ୍ଷେପ ନେଇଛନ୍ତି । ସେ ଫୋନଯୋଗେ ଗତ ଗୁରୁବାର ଦିନ ଉପରାଷ୍ଟ୍ରପତି ଉତ୍ତରାଧୀକାରୀ କମଲା ହାରିସଙ୍କୁ ଶୁଭେଚ୍ଛା ଜଣାଇଥିଲେ ଓ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ସ୍ୱତନ୍ତ୍ର ଏୟାର ଫୋର୍ସ ୨ ବିମାନ ବ୍ୟବହାର କରିବା ପାଇଁ ଅନୁରୋଧ କରିଥିଲେ ।

ତେବେ ଏହିି ନିର୍ବାଚନକୁ ଅସ୍ୱିକାର କରି ଟ୍ରମ୍ପଙ୍କୁ ରାଷ୍ଟ୍ରପତି ଘୋଷଣା କରାଯାଉ ବୋଲି ସେ ପୁର୍ବରୁ ଦାବି କରୁଥିଲେ । ଏହାକୁ ଭିତ୍ତି କରି କ୍ୟାପିଟାଲ ହିଲରେ ହିଂସା ମଧ୍ୟ ହୋଇଥିଲା । ମାତ୍ର ଗଣତନ୍ତ୍ରର ଗରିମାକୁ ବଜାୟ ରଖିବା ସହ ଉପରାଷ୍ଟ୍ରପତି ମାଇକ ପେନ୍ସ ବାଇଡେନଙ୍କୁ ବିଜୟ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking