34.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଆସୁଛି ୨ୟ ପର୍ଯ୍ୟାୟ କୋରନା ଟୀକା

ଆସୁଛି ୨ୟ ପର୍ଯ୍ୟାୟ କୋରନା ଟୀକା

ଭୁବନେଶ୍ୱର : ଆଜି ଭୁବନେଶ୍ୱର ପହଞ୍ଚିବ ୨ ୟ ପର୍ଯ୍ୟାୟ କୋରନା ଟୀକା । ସ୍ପାଇସ ଜେଟ ଏୟାର ଲାଇନର ଏକ ସ୍ୱତନ୍ତ୍ର ବିମାନ ଯୋଗେ ଏହି ଟୀକା ପୁନେରୁ ଆସି ଭୁବନେଶ୍ୱର ପହଞ୍ଚିବ । ଏହି କୋଭାସିଲ୍ଡ ଟୀକା ୧୦ ଡୋସ ବିଶିଷ୍ଟ ୩୩ ହଜାର ୪୫୦ଟି ଭାଏଲ ଆସିବାର ଆଛି । ଏହି ଟୀକା ପ୍ରାୟ ଅପରାହ୍ନ ୪ଟା ୨୫ ମିନିଟରେ ଭୁବନେଶ୍ୱର ବିମାନବନ୍ଦର ପହଞ୍ଚିବ । ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ କୋରନା ଟୀକା କରଣ ଜାରି ରହିଛି । ଆଜି ତୃତୀୟ ଦିନରେ ୧୯୨ ଟି କେନ୍ଦ୍ରରେ ଟୀକା କରଣର ବ୍ୟବସ୍ଥା ରହିଛି । ଏହିପରି ଭାବରେ ୨୫ ତାରିଖ ସୁଦ୍ଧା ୧୬୯୮ଟି କେନ୍ଦ୍ରରେ ମୋଟ ୧ ଲକ୍ଷ ୭୮ ହଜାର ସ୍ୱାସ୍ଥ୍ୟ କର୍ମୀଙ୍କ ଟୀକା ଦେବାର ଲକ୍ଷ ରହିଛି ।

ପୁର୍ବ ୨ ଟି କୋରନା ଟୀକା କୋଭାସ୍କିନ ଓ କୋଭାସିଲ୍ଡକୁ ଯେଉଁ ଭଳି ଭାବରେ କଡ଼ା ସୁରକ୍ଷାବଳରେ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯାଇଥିଲା । ସେହିପରି ଆଜି ମଧ୍ୟ ଆସୁଥିବା ଟୀକାକୁ ପ୍ରଥମେ ରାଜ୍ୟ ଟୀକା ନିଗମକୁ ନିଆଯିବା ଓ ପରେ ରାଜ୍ୟର ବିଭିନ୍ନ ସ୍ଥାନକୁ ବିତରଣ କରାଯିବ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking