24.1 C
Bhubaneswar
Thursday, May 9, 2024
Homeବ୍ରେକୀଙ୍ଗଟେଲିକମ ସେକ୍ଟରରେ ସୃଷ୍ଟି ହେବ ୪୦ ହଜାର ପଦବୀ

ଟେଲିକମ ସେକ୍ଟରରେ ସୃଷ୍ଟି ହେବ ୪୦ ହଜାର ପଦବୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତରଫରୁ ମ୍ୟାନୁଫାକଚରିଙ୍ଗ କୁ ପ୍ରାତ୍ସାହନ ଦେବା ପାଇଁ ଲଗାତାର ଚେଷ୍ଟା ଜାରି ରଖିଛନ୍ତି । ସରକାର ସ୍ମାର୍ଟ ଫୋନ ଓ ଅନ୍ୟ ଇଲେକ୍ଟ୍ରୋନିକ୍ସ ଉପକରଣକୁ ପ୍ରୋତ୍ସାହନ ଦେବା ପାଇଁ ଏଥିପାଇଁ ପିଏଲଆଇ ସ୍କିମ କରିଛନ୍ତି । ଏହା ଅନୁସାରେ, ଏବେ ଟେଲିକମ ଉପକରଣ ର ମ୍ୟାନୁଫାକଚରିଙ୍ଗ ପାଇଁ ପିଏଲଆଇ ଅନୁସାରେ, ୧୨୧୯୫ କୋଟି ଟଙ୍କା ପ୍ରୋତ୍ସାହନ ଯୋଜନା କରିଛନ୍ତି । ସରକାରଙ୍କ ଆଶା ରହିଛି ଯେ, ଏହି ଯୋଜନାରେ ପାଂଚ ବର୍ଷରେ ୨୪୪୨୦୦ କୋଟି ଟଙ୍କାର ଟେଲିକମ ଉପକରଣ ଉତ୍ପାଦନ ହେବ ।
୪୦ ହଜାର ପ୍ରତ୍ୟେକ୍ଷ ଓ ପରୋକ୍ଷ ରୋଜଗାର ସୃଷ୍ଟି ହେବାର ସମ୍ଭାବନା
ସରକାରଙ୍କ କହିବା କଥା ହେଲା ଯେ, ୪୦ ହଜାର ପ୍ରତ୍ୟେକ୍ଷ ଓ ପରୋକ୍ଷ ରୋଜଗାର ସୃଷ୍ଟି ହେବ । ଏହାଦ୍ୱାରା ୧.୯୫ ଲକ୍ଷ କୋଟି ଟଙ୍କାର ଏକ୍ସପୋର୍ଟ ହେବ ଓ ୧୭୦୦୦ କୋଟି ଟଙ୍କାର ଟ୍ୟାକ୍ସ ରେଭିନ୍ୟୁ ସୃଷ୍ଟି ହେବ । ଏହି ସ୍କିମରେ ବିକ୍ରି ମାନକକୁ ପୁରା କରିବା ପାଇଁ ଏମଏସଏମଇକୁ ଗୋଟିଏରୁ ଅଧିକ ପ୍ରଡକ୍ଟ କ୍ୟାଟଗୋରୀରେ ନିବେଶ କରିବା ପାଇଁ ସୁବିଧା ହେବ ।

ମ୍ୟାନୁଫାକଚରିଙ୍ଗକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ଚାହୁଁଛନ୍ତି । ସେଥିପାଇଁ ପିଏଲଆଇ ସ୍କିମକୁ ବି ପ୍ରୋତ୍ସାହିତ କରୁଛନ୍ତି । କାରଣ ଏଥିରେ ରୋଜଗାରର ସମ୍ଭାବନା ଅଧିକ ରହିଛି । ସେଥିପାଇଁ ସରକାର ଏହା ଉପରେ ଜୋର୍ ଦେଉଛନ୍ତି । ସରକାର ଆଶା କରିଛନ୍ତି ଯେ, ଏଥିରେ ୩ ହଜାର କୋଟି ଟଙ୍କାର ନିବେଶ ଆସିବ ଓ ରୋଜଗାର ସୃଷ୍ଟି ହେବ । ରୋଜଗାର ବଢିବା ଏହି ସମୟରେ ସରକାରଙ୍କ ପ୍ରାଥମିକତାରେ ସବୁଠୁ ଉପରେ । ସେଥିପାଇଁ ଇନଫ୍ରାଷ୍ଟ୍ରକଚରରେ ଅଧିକ ନିବେଶ ର ଘୋଷଣା କରିଛନ୍ତି । ସରକାର ଏହା ପୂର୍ବରୁ ବି କିଛି ସେକ୍ଟରରେ ପିଏଲଆଇ ସ୍କିମରେ ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିଛନ୍ତି । ଯାହାର ସୁପରିଣାମ ଦେଖିବାକୁ ମିଳୁଛି । ସରକାରଙ୍କ ଉଦ୍ଦେଶ୍ୟ ଚୀନରୁ ବାହାରୁ ଆସିଥିବା କମ୍ପାନୀଗୁଡିକୁ ଏହି ସ୍କିମରେ ଆକର୍ଷିତ କରିବା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking