30.1 C
Bhubaneswar
Monday, May 20, 2024
Homeବ୍ରେକୀଙ୍ଗମହାନଦୀକୁ ଡେଇଁଲେ ମହିଳା

ମହାନଦୀକୁ ଡେଇଁଲେ ମହିଳା

କଟକ : ମହାନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । କଟକ ଜୋବ୍ରା ବ୍ୟାରେଜରୁ ମହାନଦୀକୁ ଡେଇଁ ମହିଳା ଜଣକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତେବେ ଆତ୍ମ ହତ୍ୟା ଉଦ୍ୟମ ବେଳେ ତାଙ୍କୁ ଉଦ୍ଧାର କରାଯାଇଛି । ଅଗ୍ନିଶମ ବିଭାଗ ଓ ପୋଲିସ ସହାୟତାରେ ମହିଳାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

ତେବେ ମହିଳାଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯିବା ପରେ ତାଙ୍କର ପ୍ରାଥମିିକ ଚିକିତ୍ସା ଆରମ୍ଭ କରାଯାଇଛି ଓ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ଥିବା ଜଣା ପଡିଛି । ମହିଳା ଜଣକ ତାଙ୍କ ନାମ ପ୍ରଶାନ୍ତି ବେହେରା ବୋଲି କହିଛନ୍ତି । କେଉଁ କାରଣ ଯୋଗୁଁ ସେ ନଦୀ ଭିତରକୁ ଡେଇଁ ଥିଲେ ସେ ବିଷୟ ନେଇ କୌଣସି ସୂଚନା ଏବେ ଯାଏଁ ମିଳିପାରି ନାହିଁ ।

ସୂଚନାଅନୁସାରେ କିଛି ସମୟ ପୁର୍ବରୁ ଯୋବ୍ରା ବ୍ୟାରେଜରେ ମହିଳା ଜଣକ ଠିଆ ହୋଇଥିଲେ ଏହା ପରେ ହଠାତ ନଦୀକୁ ଡେଇଁ ପଡିଥିଲେ । ସେଠାକାର ସ୍ଥାନୀୟ ଲୋକ ଓ ମାଛ ଧରାଳୀ ଦେଖିବା ପରେ ଜଣେ ମାଛ ଧରାଳୀ ନଦୀକୁ ଡେଇଁ ତଙ୍କୁୁ ରକ୍ଷା କରିଥିଲେ । ପରେ ଅଗ୍ନିଶମ ବିଭାଗ ଓ ଜଗତପୁର ଥାନା ପୋଲିସ ପହଞ୍ଚିବା ପରେ ମହିଳାଙ୍କୁ ରେସକ୍ୟୁ କରି ମେଡିକାଲରେ ଭର୍ତ୍ତି କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking