28.1 C
Bhubaneswar
Friday, April 26, 2024
Homeଦେଶ ବିଦେଶ୧୧ ଦିନିଆ ୟୁଏସ୍‌ ଗସ୍ତରେ ଜୟଶଙ୍କର

୧୧ ଦିନିଆ ୟୁଏସ୍‌ ଗସ୍ତରେ ଜୟଶଙ୍କର

ନୂଆଦିଲ୍ଲୀ : ୧୧ ଦିନିଆ ଯୁଏସ ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଏହି ଗସ୍ତ ସମୟରେ ଆମେରିକାରେ ଆୟୋଜିତ ୭୭ତମ ଜାତିସଂଘ ସାଧାରଣ ପରିଷଦ (ୟୁଏନ୍‌ଜିଏ)ରେ ଯୋଗ ଦେବେ । ଏନେଇ ବୈଦେଶିକ ମନ୍ତ୍ରଣାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଜାତିସଂଘ ସାଧାରଣ ପରିଷଦ ସହ କ୍ୱାଡ(କ୍ବାଡ୍‌), ବ୍ରିକ୍ସ(ବ୍ରିକ୍ସ)ଏବଂ ଅନ୍ୟାନ୍ୟ ପ୍ରମୁଖ ଗୋଷ୍ଠୀର ବୈଠକରେ ଯୋଗଦେବେ ବୈଦେଶିକ ମନ୍ତ୍ରୀ । ଏହି ଗସ୍ତ ସମୟରେ ସେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଏବଂ ବାଡେନ ପ୍ରଶାସନର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଆଜିଠାରୁ ଆସନ୍ତା ସେପ୍ଟେମ୍ବର ୨୪ ପର୍ଯ୍ୟନ୍ତ ସେ ନ୍ୟୁୟର୍କରେ ରହିବେ, ୨୫ରୁ ୨୮ ସେପ୍ଟେମ୍ବର ପର୍ଯ୍ୟନ୍ତ ୱାଶିଂଟନ୍ ଡିସି ଗସ୍ତ କରିବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡିଛି ।
ନ୍ୟୁୟର୍କରେ ମିଳିତ ଜାତିସଂଘ ସାଧାରଣ ସଭାର ୭୭ ତମ ଅଧିବେଶନରେ ବୈଦେଶିକ ମନ୍ତ୍ରୀ “high level week” ପାଇଁ ଭାରତର ପ୍ରତିନିଧିତ୍ୱ କରିବେ ବୋଲି ମନ୍ତ୍ରଣାଳୟ ତରଫରୁ କୁହାଯାଇଛି ।

ଯାହାର ଥିମ ରହିଛି ‘ଓ୍ବାଟରସିଡ ମୋମେଣ୍ଟ ଟ୍ରାନ୍ସଫରମେଟିଭ ସଲ୍ୟୁସନ ଟୁ ଇଣ୍ଟର ଲକିଂ ଚ୍ୟାଲେଞ୍ଜେସ’ । ୟୁଏନ୍‌ଜିଏ ଅଧିବେଶନରେ ଜୟଶଙ୍କର ସେପ୍ଟେମ୍ବର 24 ତାରିଖ ପୂର୍ବାହ୍ନରେ ସମ୍ବୋଧନ କରିବେ । ବହୁପକ୍ଷବାଦରେ ସୁଧାର ପାଇଁ ଭାରତର ଦୃଢ ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ଜି ୪ ରାଷ୍ଟ୍ର ଭାରତ, ବ୍ରାଜିଲ,ଜାପାନ, ଜର୍ମାନର ଏକ ମନ୍ତ୍ରୀସ୍ତରୀୟ ବୈଠକ ହେବ । ଏଥିସହ ବହୁପକ୍ଷବାଦକୁ ମଜବୁତ କରିବା ପାଇଁ ଓ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ବ୍ୟାପକ ସୁଦ୍ଧାର ପାଇଁ ଏଲ୍‌.୬୯ ଗ୍ରୁପ ଉଚ୍ଚସ୍ତରୀୟ ବୈଠକରେ ଭାଗ ନେବ । ଏଲ୍‌.୬୯ ଗ୍ରୁପ ବିକାଶଶୀଳ ଦେଶ ଏସିଆ, ଆଫ୍ରିକା, ଲାଟିନ୍ ଆମେରିକା, କାରିବିଆନ୍ ଏବଂ କ୍ଷୁଦ୍ର ଦ୍ୱୀପ, ବିକାଶଶୀଳ ରାଜ୍ୟକୁ ନେଇ ଗଠିତ ।

ଆଜାଦି କା ଅମୃତ ମହୋତ୍ସବକୁ ନେଇ ସେପ୍ଟେମ୍ବର ୨୪ରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜୟଶଙ୍କର India@75: Showcasing India UN Partnership in Actionକୁ ସମ୍ବୋଧିତ କରିବେ, ଯାହା ଦେଶର ବିକାଶ ଯାତ୍ରା ଏବଂ ଦକ୍ଷିଣ-ଦକ୍ଷିଣ ସହଯୋଗରେ ଏହାର ଅବଦାନକୁ ପ୍ରତିଫଳନ କରିବ ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି । ଏହା କାର୍ଯ୍ୟକ୍ରମକୁ ୟୁଏନ୍‌ଜିଏର ୭୭ତମ ସଭାପତି ସମ୍ବୋଧନ କରିବେ ବୋଲି କୁହାଯାଉଛି । ଏନେକ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ ଓ ୟୁଏନ୍‌ଡିପି ପ୍ରଶାସକ ଏଥିରେ ସାମିଲ ରହିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking