30.1 C
Bhubaneswar
Wednesday, April 24, 2024
Homeଅପରାଧଗ୍ରାମବାସୀଙ୍କ ହାତରେ ଧରା ପଡିଲେ ଛେଳି ଚୋର

ଗ୍ରାମବାସୀଙ୍କ ହାତରେ ଧରା ପଡିଲେ ଛେଳି ଚୋର

ମୟୁରଭଞ୍ଜ:  ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ନଳଗଜା ପଞ୍ଚାୟତ ମହୁଲିଆ ଗ୍ରାମ କେନାଲ ରାସ୍ତାରୁ ଛେଳି ଚୋରି କରି ନେଉଥିବା ସମୟରେ ଅମରଦା ଠାରେ ଧରା ପଡିଲେ ଦୁଇ ଛେଳି ଚୋର l ସୂଚନାଯୋଗ୍ୟ ମହୁଲିଆ ଗ୍ରାମ କେନାଲ ରାସ୍ତା ପାର୍ଶ୍ୱରେ ଛେଳି ଚରୁଥିବା ସମୟରେ ପଡୋଶୀ ବେଙ୍ଗଲରୁ ଆସିଥିବା ଏକ ନମ୍ବର ବିହୀନ ଆପାଚି ଗାଡିରେ ଦୁଇଜଣ ଆସି ଛେଳିଟିକୁ ଉଠାଇ ନେଇଯାଉଥିବା ସମୟରେ ସେଇ ଗ୍ରାମର କିଛି ଯୁବକ ଦେଖି ପିଛା କରିବା ସହିତ ଯାଉଥିବା ରାସ୍ତାର ବିଭିନ୍ନ ଛକର ଲୋକମାନଙ୍କୁ ଫୋନ କରି ଜଣାଇ ଥିଲେ । ତେବେ ଅମରଦା ଠାରେ କିଛି ଯୁବକ ଉକ୍ତ ଗାଡିଟିକୁ ଅଟକାଇବାକୁ ଚେଷ୍ଟା କରି ଧରିବାରେ ସଫଳ ହୋଇଥିଲେ l ଦୁଇ ଚୋରଙ୍କୁ ଧରିବା ପରେ ଦୁଇଜଣ ହାତରେ ଦୌଡି ସହିତ ଗାମୁଛାକୁ ବାନ୍ଧି ଦିଆଯାଇଥିବା ଦେଖିବାକୁ ମିଳିଛି ।

ପଛରେ ପିଛା କରି ଆସୁଥିବା ଛେଳି ମାଲିକ ଏବଂ କିଛି ଯୁବକ ତାଙ୍କର ଛେଳିଟିକୁ ପାଇବା ପରେ ଅମରଦା ଫାଣ୍ଡି ଅଧିକାରୀଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ l ଘଟଣାସ୍ଥଳକୁ ଫାଣ୍ଡି ଅଧିକାରୀ ପହଂଚି ଦୁଇ ଚୋରକୁ ଉଦ୍ଧାର କରିବା ସହିତ ନମ୍ବର ବିହୀନ ବାଇକଟିକୁ ଜବତ କରିଛନ୍ତି l ଚୋର ଦୁଇଜଣ ପଡୋଶୀ ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ପରେ ଏନେଇ ଅଧିକ ତଦନ୍ତ ପାଇଁ ଅମରଦା ଫାଣ୍ଡି ଅଧିକାରୀ ରାସଗୋବିନ୍ଦପୁର ଥାନାକୁ ସମସ୍ତ ତଥ୍ୟ ଦେଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking