33.1 C
Bhubaneswar
Tuesday, April 30, 2024
Homeଦେଶ ବିଦେଶଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର, ମୁକୁଳିବେ ୧୭ ଭାରତୀୟ

ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର, ମୁକୁଳିବେ ୧୭ ଭାରତୀୟ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢୁଥିବା ଯୁଦ୍ଧ ଆଶଙ୍କା ମଧ୍ୟରେ କେନ୍ଦ୍ର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର, ଇରାନ୍ ପ୍ରତିପକ୍ଷଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି । ଜୟଶଙ୍କର ରବିବାର ଇରାନର ବୈଦେଶିକ ମନ୍ତ୍ରୀ ଏଚ୍ ଅମିରାବଦୋଲ୍ଲାହିୟନ୍‌ଙ୍କ ସହ ଫୋନ ଯୋଗେ କଥା ହୋଇ ସେଠାରେ ଫଶିରହିଥିବା ପ୍ରାୟ ୧୭ ଭାରତୀୟ ଜାହାଜ କର୍ମଚାରୀଙ୍କୁ କିପରି ସୁରକ୍ଷିତ ଅଣାଯାଇପାରିବ ସେସମ୍ପର୍କରେ ଚର୍ଚ୍ଚା କରିଥିବା ସୂଚନା ମିଳିଛି ।
ଏସମ୍ପର୍କରେ ନିଜେ ଜୟଶଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି କହିଛନ୍ତି, ଇସ୍‌ଲାମିକ୍ ରିପବ୍ଲିକ ଅଫ ଇରାନର ବୈଦେଶିକ ମନ୍ତ୍ରୀ ଏଚ୍‌. ଅମିରା ବଦୋଲ୍ଲାହିୟନ୍‌ଙ୍କ ସେ କଥା ହୋଇଛନ୍ତି । ଇରାନ ବିଦେଶ ମନ୍ତ୍ରୀ ମଧ୍ୟ ଏହି ୧୭ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ଭାରତ ପଠାଇବାକୁ ତାଙ୍କୁ ପ୍ରତିଶ୍ରୂୁତି ଦେଇଛନ୍ତି । ଉଭୟଙ୍କ ମଧ୍ୟରେ ସେଠାକାର ସ୍ଥିତିକୁ ନେଇ ବି ଆଲୋଚନା ହୋଇଛି । ଆଲୋଚନା ସମୟରେ ଇରାନ୍‌-ଇସ୍ରାଏଲ ମଧ୍ୟରେ ବଢୁଥିବା ଟେନସନରୁ ଉଭୟ ପକ୍ଷ ଦୂରେଇ ରହିବା, ସଂଯମତା ଏବଂ କୂଟନୈତିକ ଅବସ୍ଥାକୁ ଫେରିବା ଉଚିତ୍ ବୋଲି ମତବ୍ୟକ୍ତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking