29.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଜୟାଙ୍କୁ ଇମୋସନାଲ ଆଟାକ କଲେ କଙ୍ଗନା

ଜୟାଙ୍କୁ ଇମୋସନାଲ ଆଟାକ କଲେ କଙ୍ଗନା

ମୁମ୍ବାଇ: ସଂସଦରେ ବର୍ଷିବା ପରେ ଜୟା ବଚ୍ଚନଙ୍କୁ କଙ୍ଗନା ରାଣାଓତ ଟାର୍ଗେଟ କରିଛନ୍ତି । ପୁଅ ଅଭିଷେକ ଓ ଝିଏ ଶ୍ୱେତାଙ୍କ ନାଁ ନେଇ ଜୟାଙ୍କୁ ଜବାବ ଦେଇଛନ୍ତି କଙ୍ଗନା । ଯଦି ଅଭିଷେକ ନିର୍ଯାତନା ଅଭିଯୋଗ କରି ଫାଶିରେ ଝୁଲି ଥାଆନ୍ତେ.. ଯଦି ଅଳ୍ପ ବୟସରୁ ମୋ ଭଳି ଆପଣଙ୍କ ଝିଏ ଶ୍ୱେତାଙ୍କୁ ଡ୍ରଗ୍ସ ଦିଆଯାଆନ୍ତା.. ମାଡ ମରାଯାଆନ୍ତା, ଶୋଷଣ ହୁଅନ୍ତା ତେବେ କି କଣ ଆପଣ ଏଭଳି କହିବେ ..? ଆମମାନଙ୍କ ପ୍ରତି ମଧ୍ୟ ଟିକିଏ ଦୟା ମନୋଭାବ ଦେଖାନ୍ତୁ ବୋଲି କଙ୍ଗନା କହିଛନ୍ତି । ବଲିଉଡ ଓ ଡ୍ରଗ୍ସ ଲିଙ୍କ୍ ମାମଲାରେ ସଂସଦରେ ବର୍ଷିଥିଲେ ଜୟା ବଚ୍ଚନ । ବଲିଉଡକୁ ବଦନାମ ପାଇଁ ଷଡଯନ୍ତ୍ର କରାଯାଉଥିବା କହିଥିଲେ ଜୟା । ବଲିଉଡରୁ ନାମ ହାସଲ କରିଥିବା ଲୋକେ ଏହାକୁ ନର୍ଦ୍ଦମା କହିଛନ୍ତି । ଏହା ଦୁର୍ଭାଗ୍ୟପୂର୍ଣ୍ଣ, ମୁଁ ଏଥିରେ ରାଜି ନୁହେଁ । ଏପରି ଲୋକଙ୍କ ଏଭଳି ଭାଷା ବ୍ୟବହାର ଉପରେ ସରକାର ରୋକ ଲଗାନ୍ତୁ । କିଛି ଖରାପ ଲୋକଙ୍କ ପାଇଁ ବଲିଉଡକୁ ଖରାପ କହିବା ଠିକ୍ ନୁହେଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking