28.1 C
Bhubaneswar
Saturday, April 27, 2024
Homeଅପରାଧପ୍ରେମରେ ପ୍ରତାରଣା : ଯବାନ ଗିରଫ

ପ୍ରେମରେ ପ୍ରତାରଣା : ଯବାନ ଗିରଫ

ଫୁଲବାଣୀ : ଫେସବୁକରେ ଜଣେ ଯୁବତୀଙ୍କ ସହ ବନ୍ଧୁତ୍ୱ ସ୍ଥାପନକରି ପ୍ରେମ ସମ୍ପର୍କ ରଖିଥିଲେ ଜଣେ ଯବାନ । ଏହାପରେ ତାଙ୍କୁ ପ୍ରତାରଣା କରିବା ଅଭିଯୋଗରେ ସମ୍ପୃକ୍ତ ଏସଓଜି ଯବାନ ଗିରଫ ହୋଇଛନ୍ତି ।
ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଡ଼ିଣ୍ଡିରାଗାଁ ପଞ୍ଚାୟତର ଜନୈକା ଯୁବତୀଙ୍କ ସହିତ ଗିରଫ ଯବାନଙ୍କ ମଧ୍ୟରେ ଫେସ୍ ବୁକ୍‌ରୁ ବନ୍ଧୁତ୍ୱ ହୋଇଥିଲା । ଏହି ବନ୍ଧୁତ୍ୱ ପରବର୍ତ୍ତୀ ସମୟରେ ପ୍ରେମରେ ପରିଣତ ହୋଇଥିଲା । ଗତ କିଛିମାସ ଧରି ଉଭୟଙ୍କ ମଧ୍ୟରେ ପ୍ରେମ ଗଢି ଉଠିଥିବାବେଳେ ସମ୍ପୃକ୍ତ ଯବାନ ଜଣକ କୁଆଡ଼େ ଯୁୁବତୀଙ୍କୁ ଲୁଚାଛପାରେ ବିବାହ ମଧ୍ୟ କରିଥିବା ଅଭିଯୋଗ ହୋଇଛି । କିଛିଦିନ ପୂର୍ବେ ସମ୍ପୃକ୍ତ ଯୁବତୀ ଜଣକ କୌଣସି ପ୍ରକାର ଜାଣିବାକୁ ପାଇଥିଲେ ଯେ ଯବାନ ଜଣକ ପୁଣିଥରେ ଅନ୍ୟତ୍ର ବିବାହ ପାଇଁ ସବୁ ପ୍ରକାର ପ୍ରସ୍ତୁତି ସମାପ୍ତ କରିଛନ୍ତି । ଏହାପରେ ଯୁବତୀ ଜଣକ ଯବାନଙ୍କୁ ବିବାହ ପାଇଁ ଜିଦ୍ ଧରିଥିବାବେଳେ ଯବାନ ରିତିନୀତି ଅନୁସାରେ ବିବାହ ପାଇଁ ମନାକରି ଥିଲେ । ଯବାନଙ୍କ ଦ୍ୱାରା ଯୁବତୀ ଜଣକ ପ୍ରତାରିତ ହେବା ଅଭିଯୋଗ କରି ଫିରିଙ୍ଗିଆ ଥାନାରେ ଏକ ଏତଲା ଦେଇଥିଲେ ।
ଏତଲାକୁ ଭିତ୍ତିକରି ପୁଲିସ୍ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିବା ସହିତ ଉକ୍ତ ଯବାନଙ୍କୁ ସମ୍ବଲପୁର ଅଞ୍ଚଳରୁ ଗିରଫ କରିଥିବା ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓଙ୍କ ସୂତ୍ରରୁ ପ୍ରକାଶ । ଅନ୍ୟପଟେ ସମ୍ପୃକ୍ତ ଯବାନଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ଯୁବତୀ ଜଣକ ଏକତରଫା ଭାବେ ଭଲପାଇ ବସିଥିଲେ । ଗତ କିଛିଦିନ ତଳେ ଯୁବତୀ ଜଣକ ଯବାନଙ୍କୁ ବିବାହ କରିବା ପାଇଁ ଜିଦ୍ ଧରିଥିଲେ । ଏଥିରେ ଅରାଜି ହେବାରୁ ଯୁବତୀ ଜଣକ ପ୍ରଥମେ ଫିରିଙ୍ଗିଆ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ପରେ ଯୁବତୀ ଜଣକ ବିଜେପି ନେତା ଦେବ ନାରାୟଣ ପ୍ରଧାନଙ୍କ ନେତୃତ୍ତ୍ୱରେ ଏସ୍‌ପିଙ୍କୁ ମଧ୍ୟ ସାକ୍ଷାତ କରି ଅଭିଯୋଗ କରିଥିଲେ । ଏସ୍‌ପି ଉକ୍ତ ମାମଲାର ତଦନ୍ତ ପାଇଁ ସଦର ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁଙ୍କୁ ଦାୟିତ୍ୱ ଦେଇଥିଲେ । ଏସ୍‌ଡିପିଓଙ୍କ ସହ ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟାମସୁନ୍ଦର ରାଓ ଘଟଣାର ତଦନ୍ତ କରି ଶେଷରେ ସମ୍ପୃକ୍ତ ଯବାନଙ୍କୁ ଧରିବାରେ ସଫଳ ହୋଇଥିଲେ । ଯବାନଙ୍କ ଡାକ୍ତରୀ ମାଇନା କରି ପୁଲିସ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠେଇ ଅଧିକ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଶ୍ରୀ ରାଓ ସୂଚନା ଦେଇଛନ୍ତି । ପ୍ରକାଶ ଥାଉକି, ସମ୍ପୃକ୍ତ ଗିରଫ ଯବାନ ଜଣକ ରାଜ୍ୟର ଜଣେ ମନ୍ତ୍ରୀଙ୍କର ପୂର୍ବତନ ପିଏସ୍‌ଓ ଥିବା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking