25.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶଜାପାନ ସମୁଦ୍ରକୁ ଛାଡିବ ୧ ମିଲିଅନ ଟନ୍ ଦୂଷିତ ପାଣି

ଜାପାନ ସମୁଦ୍ରକୁ ଛାଡିବ ୧ ମିଲିଅନ ଟନ୍ ଦୂଷିତ ପାଣି

ନୂଆଦିଲ୍ଲୀ: ଜାପାନ ଫୁକୁଶିମାନ ନ୍ୟୁକ୍ଲିଅର ପ୍ଲାଣ୍ଟରୁ ଏକ ମିଲିଅନ ଟନରୁ ବି ଅଧିକ ପ୍ରଦୂଷିତ ପାଣି ସମୁଦ୍ରରେ ଛାଡିବାକୁ ଯୋଜନା କରୁଛି । ଜାପାନ ସରକାର ସୋମବାର ଏନେଇ ସୂଚନା ଦେଇଛନ୍ତି । ଏହି ଘୋଷଣା ସେତେବେଳେ ହୋଇଥିଲା, ଯେତେବେଳେ ଜାପାନର ପଡୋଶୀ ଦେଶ ଓ ସ୍ଥାନୀୟ ମତ୍ସଜୀବି ଏହାର ବିରୋଧ କରୁଥିଲେ । ଯଦିଓ ଏହି ପ୍ରକ୍ରିୟା ଆରମ୍ଭ ହେବାକୁ କିଛି ବର୍ଷ ଅଛି ଏବଂ ଏହା ପୁରା ହେବାକୁ କେତେ ଦଶନ୍ଧି ଲାଗିଯିବ, ହେଲେ ଏହି ଯୋଜନାକୁ ନେଇ ଜାପାନ ସହ ଅନେକ ଦେଶ ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି । ଜାପାନ ସରକାରଙ୍କ କହିବା କଥା ହେଲା ଯେ, ଏହି ପାଣିକୁ ସମୁଦ୍ରରେ ଛାଡିବା ସୁରକ୍ଷିତ । କାରଣ ପାଣିକୁ ପ୍ରୋସେସ କରି ଏଥିରୁ ସବୁ ରେଡିଓଆକ୍ଟିଭ ତତ୍ୱ ବାହାର କରାଯାଇଛି ଏବଂ ପାଣି ଡାଇଲୁଟ ହେବ । ଏହି ଯୋଜନାର ସମର୍ଥନ ଇଣ୍ଟରନ୍ୟାସନାଲ ଅଟୋମିକ ଏନର୍ଜି ଏଜେନ୍ସି ବି କରିଛି ।
ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗା ମନ୍ତ୍ରୀମାନଙ୍କ ବୈଠକରେ କହିଛନ୍ତି ଯେ, ପାଣି ନିସ୍ତାରଣର ଏହି ପ୍ରକ୍ରିୟାକୁ ଏଡାଇ ଦିଆଯାଇପାରିବ ନାହିଁ । ନ୍ୟୁକ୍ଲିଅର ପ୍ଲାଣ୍ଟକୁ ଖାଲି କରିବାର ପ୍ରକ୍ରିୟା ଦଶନ୍ଧି ପର୍ଯ୍ୟନ୍ତ ଚାଲିବ । ସେ କହିଛନ୍ତି, ପାଣି ଛାଡିବା ପ୍ରକ୍ରିୟା ସେତେବେଳେ ହେବ, ଯେତେବେଳେ ପାଣିର ସୁରକ୍ଷିତ ସ୍ତରକୁ ସୁନିଶ୍ଚିତ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking