33.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶଏମିତି ଏକ ଗାଁ ଯେଉଁଠି ୧୮ ବର୍ଷ ହେଲା ଜନ୍ମ ହୋଇ ନାହାନ୍ତି ଶିଶୁ

ଏମିତି ଏକ ଗାଁ ଯେଉଁଠି ୧୮ ବର୍ଷ ହେଲା ଜନ୍ମ ହୋଇ ନାହାନ୍ତି ଶିଶୁ

ବ୍ୟୁରୋ : ଜାପାନ ର ଟୋକୁଶିମା ରେ ଶିକୋକୁ ଦ୍ୱୀପ ରେ ନାଗୋର ନାମକ ସ୍ଥାନ ରହିଛି । ଏହି ସ୍ଥାନ କୁ ନିଃସନ୍ତାନ ଗାଁ କୁହାଯାଇଥାଏ । ଏଠାକୁ ଫେରିବା ପରେ ଜଣେ ମହିଳା ଏକୁଟିଆ ହୋଇ ଏତେ ବିବ୍ରତ ହୋଇଗଲେ ଯେ ଶହ ଶହ ଜୀବନ୍ତ ଆକାରର ଡଲ୍ ତିଆରି କରି ଗାଁ କୁ ଭରି ଦେଇଥିଲେ । ଏହି ସ୍ଥାନଟି ବର୍ତ୍ତମାନ ଗୁଡିଆଁ ଗାଁ ବା ଡଲସ୍ ଗ୍ରାମ ଭାବରେ ଜଣାଶୁଣା ।
ଡେଲି ଷ୍ଟାର ର ରିପୋର୍ଟ ଅନୁଯାୟୀ, ଏହି ମହିଳାଙ୍କ ନାମ ଆୟାନୋ ସୁକିମି । ଗୁଡିଆଁ ଗାଁ ରେ ୩୦ ରୁ କମ୍ ଲୋକ ବାସ କରନ୍ତି । ଯେତେବେଳେ ଆୟୋନୋ ଏହି ଗାଁ କୁ ଆସିଲେ , ସେ ଦେଖିଲେ ଏଠାରେ କୈାଣସି ଲୋକ ନାହାନ୍ତି । ଅବଶିଷ୍ଟ ଯେଉଁ ମାନେ ଅଛନ୍ତି ସେମାନେ କେବଳ ବୃଦ୍ଧ ଅଛନ୍ତି ।ଗତ ୧୮ ବର୍ଷ ଧରି ଏଠାରେ କୈାଣସି ଶିଶୁ ଜନ୍ମ ହୋଇ ନ ଥିଲେ । ଯେଉଁଥି ପାଇଁ ଏଠାରେ ପିଲାମାନଙ୍କର କୈାଣସି ଚିହ୍ନ ନାହିଁ ।ଏଭଳି ପରିସ୍ଥିତିରେ ମହିଳା ଙ୍କ ସଂଖ୍ୟା କମିବାରୁ ଏହାର ଏକାକିତାକୁ ଦୂର କରିବା ପାଁ ମହିଳା ଜୀବନ୍ତ ଆକାରର ଡଲ୍ ତିଆରି କରିବା ଆରମ୍ଭ କରିଥିଲେ ।
ଆୟୋନୋ ସୁକିମି ଏପର୍ଯ୍ୟନ୍ତ ୩୫୦ ଟି ହସ୍ତତନ୍ତ ଡଲ୍ ତିଆରି କରିଛନ୍ତି । ଡଲ୍ ନିର୍ମାତା ଜାଣି ନ ଥିଲେ ଯେ ୩୦ ବର୍ଷରୁ କମ ବାସିନ୍ଦାଙ୍କ ସହିତ ଏକ ଖାଲି ଗାଁ ପୂରଣ କରିବାର ଯୋଜନା ଦିନେ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହେବ । ପ୍ରତିବର୍ଷ ଏହି ଗାଁ ଦେଖିବାକୁ ୩ ହଜାର ଲୋକ ଆସନ୍ତି ।
ପୂର୍ବରୁ ଏହି ଗାଁ କୁ ଆସିବାକୁ ସମସ୍ତେ ଭୟ କରୁଥିବା ବେଳେ ଏବେ ଏହା ଡଲ ପାଇଁ ପ୍ରସିଦ୍ଧ ହୋଇଛି । ସମସ୍ତ ପ୍ରକାରର ଡଲ୍ ଏଠାରେ ମିଳିବ । ଡଲ୍ ରେ ବଗିଚା, ବ, ଷ୍ଟାଣ୍ଡ ରେଅପେକ୍ଷା କରୁଥିବା ପରିବାର , ପରିତ୍ୟକ୍ତ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ର ଙ୍କର ତିଆରି ହୋଇଛି ।
ଆୟୋନା କହିଛନ୍ତି କି ସେ ତାଙ୍କ ପିତାଙ୍କ ସ୍ମୃତିରେ ଏହି ଯୋଜନା ଆରମ୍ଭ କରିଥିଲେ ।ଯାହା ଏବେ ବିଶ୍ୱର ପର୍ଯ୍ୟଟନ ସ୍ଥଳୀ ଭାବେ ପରିଣତ ହୋଇଛି ।ଏକ ସମୟରେ ଏହି ଗାଁରେ ୩୦୦ ରୁ ଅଧିକ ଲୋକ ବାସ କରୁଥିଲେ । କିନ୍ତୁ ସମୟକ୍ରମେ ଏଠାରେ ଜନସଂଖ୍ୟା କମିବା ଆରମ୍ଭ କଲା ।ଆୟୋନା ମଧ୍ୟ ଏହି ଗାଁ ରେ ବଢିଥିଲେ । ଜର୍ମାନ ଚଳଚ୍ଚିତ୍ର ନିର୍ମାତା ଫ୍ରିଜ୍ ଶୁମାନ୍ ୨୦୧୪ ରେ ତାଙ୍କ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ ।
ପ୍ରତି ବର୍ଷ ଅକ୍ଟୋବର ପ୍ରଥମ ରବିବାର ରେ ଏହି ଗ୍ରାମରେ ସ୍କାର୍କ୍ରୋ ଫେଷ୍ଟିଭାଲ ଆୟୋଜିତ ହୋଇଥାଏ ।ଯାହାକୁ ପ ର୍ଯ୍ୟଟକ ମାନେ ଦେଖିବା ପାଇଁ ବର୍ଷ ସାରା ଅପେକ୍ଷା କରିଥାନ୍ତି । ଆୟୋନା ଙ୍କୁ ଏକ ପୋଷାକ ତିଆରି କରିବା ପାଇଁ ତିନି ଦିନ ଲାଗିଥାଏ । ଏଥିପାଇଁ ସେ କାଗଜ, ସୂତା, ବଟନ୍ ତାର ଏବଂ ଅନ୍ୟାନ୍ୟ ସାମଗ୍ରୀ ବ୍ୟବହାର କରନ୍ତି ।ଡଲ ଗୁଡିକ ପ୍ରସ୍ତୁତ ହେବା ପରେ ସେ ସେମାନଙ୍କୁ ପୁରୁଣା ପୋଷାକ ପିନ୍ଧିବାକୁ ଦିଅନ୍ତି ।
ଆୟୋନା କହିଛନ୍ତି ଯେ, ମୁଁ କେବେ ଆଶା କରି ନ ଥିଲି ଯେ ସାରା ବିଶ୍ୱରୁ ଲୋକ ମାନେ ଏହି ଛୋଟ ଗାଁ କୁ ଆସିବେ । ଏହା ଗୁଡିଆ ଭାବେ ପ୍ରସିଦ୍ଧ ହେବ ।ପୂର୍ବରୁ ଏହା ଏକ ସରଳ ଗାଁ ଥିଲା ଯ।।କୁ କେହି ଗୁରୁତ୍ୱ ଦେଉ ନ ଥିଲେ ।ମୁଁ ଏଠାକୁ ଫେରିବାର କାରଣ ହେଉଛି ମୋ ବାପା ମାଙ୍କ ଯତ୍ନ ନେବା । ମୁଁ ଯେବେ ଯାଏଁ ସୁସ୍ଥ ଅଛି, ମୁଁ ନାଗୋରୋରେ ଡଲ ତିଆରି କରିବା ଜାରି ରଖିବି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking