32.1 C
Bhubaneswar
Saturday, May 18, 2024
Homeଓଡିଶାବ୍ରଜରାଜନଗର ଉପନିର୍ବାଚନ : ତୃତୀୟ ସ୍ଥାନରୁ ଦ୍ୱିତୀୟ ସ୍ଥାନକୁ ଗଲା କଂଗ୍ରେସ

ବ୍ରଜରାଜନଗର ଉପନିର୍ବାଚନ : ତୃତୀୟ ସ୍ଥାନରୁ ଦ୍ୱିତୀୟ ସ୍ଥାନକୁ ଗଲା କଂଗ୍ରେସ

ଭୁବନେଶ୍ୱରର : ତୃତୀୟ ସ୍ଥାନରୁ ଦ୍ୱିତୀୟ ସ୍ଥାନ ଅଧିକାର କରିଛି କଂଗ୍ରେସ । ବ୍ରଜରାଜନଗର ଉପନିର୍ବାଚନରେ କଂଗ୍ରେସର ଭଲ ପ୍ରଦର୍ଶନ । କିନ୍ତୁ ଉପନିର୍ବାଚନରେ ବଜେପିର ଶୋଚନୀୟ ପରାଜୟ ହୋଇଛି । ତେବେ ଏହାର ଫଳାଫଳ ଆଗାମୀ ଦିନରେ ପ୍ରଭାବ ପକାଇ ପାରେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । କାହିଁକି ବିଜେପିର ନୈରାଶ୍ୟ ଜନକ ପ୍ରଦର୍ଶନ ରହିଲା । ଯାହାକୁ ନେଇ ଦଳରେ ମାନସ ମନ୍ଥନ ଚାଲିଛି । ବଡ ବଡ ନେତାଙ୍କର ପ୍ରଚାର ବି ଫେଲ ମାରିଲା । ବିଜେପିର ରଣନୀତି ରେ ତ୍ରୁଟି ରହିଲାକି, ଏ ନେଇ ରାଜନୈତିକ ମହଲରେ ଚର୍ଚ୍ଚା କରାଯାଉଛି । ପଶ୍ଚିମ ଓଡିଶାକୁ ଭାରତୀୟ ଜନତା ପାର୍ଟିର ଗଡ କୁହାଯାଉଥିବା ବେଳେ ବିଜେପି ଏଠାରୁ ଫେଲ ମାରିଛି । ଅନ୍ୟ ପଟେ କଂଗ୍ରେସ ପାଇଁ ଏହା ଟର୍ଣ୍ଣଂ ପଏଣ୍ଟ ହେବ କି ? ବ୍ରଜରାଜନଗର ଉପନିର୍ବାଚନରେ କଂଗ୍ରେସକୁ ସଫଳତା ମିଳିଥିବା ଆଲୋଚନା ହେଉଛି । କଂଗ୍ରେସ ଠାରୁ ମଧ୍ୟ ପଛରେ ପଡିଛି ବିଜେପି । ବିଜେପି ଠୁ କଂଗ୍ରେସର ଭୋଟ୍ ବ୍ୟବଧାନ ୫ ହଜାର ୨୪୯ ରହିଛି । ତେବେ ତିର୍ତ୍ତୋଲ , ପିପିଲି, ବାଲେଶ୍ୱର ରେ ବିଜେପି ପ୍ରଚାର କରୁଥିବା ସମୟରେ ପ୍ରଭାବ ପଡିଥିଲା ତେବେ ଏଠି କାହିଁକି ପ୍ରଭାବ ପଡିଲା ନାହିଁ । ଯାହାକୁ ନେଇ ଚର୍ଚ୍ଚା କରାଯାଉଛି ।
ତେବେ ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ବଡ ବିଜୟ ହୋଇଛି । ବିଜେଡି ଏଥିରେ ୬୫ ହଜାରରୁ ଅଧିକ ଭୋଟରେ ବାଜିମାରିଛି । ୨୦୧୪ ପରେ ପ୍ରଥମଥର ପାଇଁ ୨ୟ ସ୍ଥାନରେ ରହିଛି କଂଗ୍ରେସ । ବିଜେପିର ରାଧାରାଣୀଙ୍କୁ ପଛରେ ପକାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ । ଅଳକା ମହାନ୍ତିଙ୍କୁ ମୋଟ୍ ୯୩ହଜାର ୭୯୦ ଭୋଟ୍ ମିଳିଛି । ସେହିପରି କଂଗ୍ରେସର କିଶୋର ପଟେଲଙ୍କୁ ୨୭ହଜାର ୫୬୫ ଭୋଟ୍ ମିଳିଛି । ବର୍ତ୍ତମାନ ରାଜ୍ୟରେ ବିଜେପି ମୁଖ୍ୟ ବିରୋଧୀ ଦଳ ଭୂମିକା ତୁଲାଉଛି । ଏହାବାଦ ବି ବ୍ରଜରାଜନଗର ଉପନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିଛି । ୨୦୧୪ ପରେ ଦଳ କୌଣସି ବି ଉପନିର୍ବାଚନରେ ଦ୍ୱିତୀୟ ସ୍ଥାନରେ ରହିନଥିଲା । ହେଲେ ଏବେ ମୁଖ୍ୟ ବିରୋଧୀ ଦଳକୁ ପଛରେ ପକାଇ ଦ୍ୱିତୀୟ ସ୍ଥାନରେ ରହିଛି କଂଗ୍ରେସ । ଏହି ରେଜଲ୍ଟ ପରେ କଂଗ୍ରେସ ପୁଣି ଶାସନ କ୍ଷମତାକୁ ଫେରିବ ବୋଲି ଦଳୀୟ ଶିବିରରେ ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking