29.1 C
Bhubaneswar
Wednesday, May 1, 2024
Homeବଲିଉଡଫୋକସ୍‌ରେ ଜାହ୍ନବୀଙ୍କ ନେକ୍‌ଲେସ

ଫୋକସ୍‌ରେ ଜାହ୍ନବୀଙ୍କ ନେକ୍‌ଲେସ

ମୁମ୍ବାଇ: ନିକଟରେ ଫିଲ୍ମ ନିର୍ମାତା ବୋନି  କପୁରଙ୍କ ଫିଲ୍ମ ମୈଦାନରେ ଏକ ସ୍ୱତନ୍ତ୍ର ସ୍କ୍ରିନିଂ ହୋଇଥିଲା । ସେଠାରେ  ବହୁ ସେଲିବ୍ରିଟି ମଧ୍ୟ ଯୋଗଦେଇଥିଲେ ।  ଏଠାରେ ବୋନିଙ୍କ ଝିଅ ଜାହ୍ନବୀଙ୍କୁ ଗ୍ଲାମରସ୍  ଲୁକ୍‌ରେ ଦେଖିବାକୁ ମିଳିଥିଲା । ସେ ଏକ ଧଳା ସୁଟ୍ ପିନ୍ଧିଥିଲେ ଏବଂ ଖାସ୍ କରି ସେ ପିନ୍ଧିଥିବା ନେକ୍‌ଲେସ୍ ଉପରେ ସଭିଙ୍କ ନଜର ରହିଥିଲା ।  କାରଣ  ସେଥିରେ ଶିଖୁ ବୋଲି ଲେଖାଯାଇଥିଲା । ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଖବର ଅନୁଯାଇ , ଶିଖୁ ହେଉଛି ଶେଖର ପହରିଆଙ୍କ ଡାକନାମ ।  ସେମାନେ ଉଭୟ ଉଭୟଙ୍କ ପ୍ରତି ସିରିୟସ ଅଛନ୍ତି ବୋଲି ସେମାନଙ୍କ ପ୍ରଶଂସକ ମତ ରଖିଛନ୍ତି । ଏକ ସାକ୍ଷାତକାରରେ ବୋନି କହିଥିଲେ ଯେ ସେ ଶିଖରଙ୍କୁ ବହୁତ ପସନ୍ଦ କରନ୍ତି ବୋଲି ଏବଂ ଜାହ୍ନବୀ ଓ ଶିଖର ପରସ୍ପରଙ୍କୁ ଡେଟ୍ ନ କରିବା ପୂୂୂର୍ବରୁ , ସେମାନଙ୍କ ମଧ୍ୟରେ ଭଲ ବଣ୍ଡିଂ ଥିଲା । ସେ ଉଭୟଙ୍କୁ ପରସ୍ପର ପାଇଁ ଉପଯୁ୍‌କ୍ତ ବୋଲି ମଧ୍ୟ କହିଛନ୍ତି । ସେ ଶିଖରଙ୍କୁ ପ୍ରଶଂସା କରିବା ସହ ‘ମୁଁ ଶିଖରଙ୍କୁ ବହୁତ ଭଲ ପାଏ’ ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking