38.1 C
Bhubaneswar
Friday, April 26, 2024
Homeଅପରାଧବିପୁଳ ପରିମାଣର ନକଲି ନୋଟ ଜବତ, ୧ ଗିରଫ

ବିପୁଳ ପରିମାଣର ନକଲି ନୋଟ ଜବତ, ୧ ଗିରଫ

କୋରାପୁଟ : କୋରାପୁଟ ଜିଲ୍ଲା ସେମିଳିଗୁଡା ସହରରୁ ନକଲି ନୋଟ ଜବତ କରିଛି ଏସଟିଏଫ ଓ ସୁନାବେଡା ପୋଲିସ । ଏସଟିଏଫ ଓ ପୋଲିସ ପକ୍ଷରୁ ଚଢ଼ଉ କରି ୩ ଲକ୍ଷ ୨୭ ହଜାର ୬୦୦ଟଙ୍କାର ନକଲି ନୋଟ ଜବତ ହୋଇଛି । ଏଥିରେ ସମ୍ପୃକ୍ତ ଅନାମ ଖିଲ ନାମକ ଜଣେ ଯୁବକକୁ ଗିରଫ କରିଛି ପୋଲିସ । ଅନାମଙ୍କ ଘର ନନ୍ଦପୁର ଥାନା କେକିଡିଗୁଡା ବୋଲି ପୁଲିସ ସୂତ୍ରରୁ ପ୍ରକାଶ । ତା ନିକଟରୁ ଜବତ ହୋଇଥିବା ନକଲି ନୋଟ ମଧ୍ୟରେ ୨ ହଜାର ୯୯ଟି, ୫ ଶହ ୨୩୬ଟି, ୧୦୦ଟଙ୍କିଆ ୧୧୬ ସମେତ ଗୋଟିଏ ଜିଓ ମୋବାଇଲ ଜବତ ହୋଇଛି । ଅଭିଯୁକ୍ତ ଅନାମ ଖିଲକୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ସୁନାବେଡା ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking