29.1 C
Bhubaneswar
Thursday, April 25, 2024
Homeଓଡିଶା୧୭ ବର୍ଷ ଧରି ଭଙ୍ଗାକୁଡ଼ିଆରେ ବିତୁଛି ଜୀବନ

୧୭ ବର୍ଷ ଧରି ଭଙ୍ଗାକୁଡ଼ିଆରେ ବିତୁଛି ଜୀବନ

ଫୁଲବାଣୀ : ଦୀର୍ଘ ୧୭ ବର୍ଷ ଧରି ଏକ ଭଙ୍ଗାକୁଡ଼ିଆରେ ଜୀବନ ବିତାଉଛନ୍ତି ଜଣେ ଅଧାପୋଡ଼ା ମଣିଷ । କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଲକ ତଲାରିମାହା ପଞ୍ଚାୟତର ପ୍ରଧାନପଡ଼ା ଗ୍ରାମର ତପନ କହଁର ଗତ ୨୦୦୩ ମସିହାରେ ନିଆଁରେ ପୋଡ଼ି ହୋଇଯାଇଥିଲେ । ଫଳରେ ତାଙ୍କର ଗୋଡ଼ ଓ ହାତ ସଂପୂର୍ଣ୍ଣ ଅକାମୀ ହୋଇଯାଇଛି । ଅର୍ଥ ଅଭାବ ଯୋଗୁଁ ଅଧିକ ଚିକିତ୍ସା କରିପାରୁନାହାନ୍ତି ତପନଙ୍କ ପରିବାର । ଦିନକୁ ଦିନ ସଂକ୍ରମିତ ହୋଇ ବର୍ତ୍ତମାନ ପୋଡ଼ିଯାଇଥିବା ଅଂଶ ନଷ୍ଟହେବାକୁ ବସିଲାଣି । ପରିବାର କହିଲେ, ସ୍ତ୍ରୀ ଓ ପୁଅ-ବୋହୂ ଅଛନ୍ତି । ବର୍ତ୍ତମାନ ତପନ ଚଲାବୁଲା କରିବା ସମ୍ଭବ ହେଉନାହିଁ ବୋଲି ପ୍ରକାଶ କରିଛନ୍ତି । ପୂର୍ବରୁ ସେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସେହିଭଳି କିଛି ସୁବିଧା ପାଇ ନାହାନ୍ତି ବୋଲି ସେ ପ୍ରକାଶ କରିଛନ୍ତି । ଜୀବନ ଓ ମରଣ ସହିତ ସଂଗ୍ରାମ କରୁଛନ୍ତି ତପନ । ଏଭଳି ସ୍ଥଳେ ତପନଙ୍କୁ ତୁରନ୍ତ ସମସ୍ତ ପ୍ରକାର ଚିକିତ୍ସା ସେବା ମାଗଣାରେ ଯୋଗାଇ ଦେବା ସହିତ ଘରଖଣ୍ଡେ ଓ ଭତ୍ତା ପ୍ରଦାନ ସହିତ ବିିଭିନ୍ନ ସାମାଜିକ ଯୋଜନାରେ ସାମିଲ୍ କରିବା ପାଇଁ ଗଟାମାହା ଗ୍ରାମର ଯୁବ ସମାଜସେବୀ ରାଜେଶ କୁମାର ବଗର୍ତ୍ତି ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking