29.1 C
Bhubaneswar
Monday, May 6, 2024
Homeଓଡିଶାଦୀର୍ଘ ୩ ବର୍ଷ ଧରି ପିଜି ପରୀକ୍ଷାରୁ ବଞ୍ଚିତ ଛାତ୍ର ଛାତ୍ରୀ ପୁଣିଥରେ ଭେଟିଲେ ଜିଲ୍ଲାପାଳଙ୍କୁ

ଦୀର୍ଘ ୩ ବର୍ଷ ଧରି ପିଜି ପରୀକ୍ଷାରୁ ବଞ୍ଚିତ ଛାତ୍ର ଛାତ୍ରୀ ପୁଣିଥରେ ଭେଟିଲେ ଜିଲ୍ଲାପାଳଙ୍କୁ

ଯାଜପୁର : ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଦଶରଥପୁର ବ୍ଲକ ଅଧିନସ୍ଥ ଚିତାଳ ମହାବିଦ୍ୟାଳୟର ପି ଜି ଛାତ୍ରଛାତ୍ରୀ । ୨୦୧୭-୧୮ ରେ ନୂଆକରି ପିଜି ଖୋଲିଥିବା ଚିତାଳ ମହାବିଦ୍ୟାଳୟରେ ଫିଜିକ୍ସ ଏବଂ ଓଡ଼ିଆରେ ନାମ ଲେଖାଇଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ପ୍ରତିବର୍ଷ ୩୨ଜଣ ଲେଖାଏଁ ନାମ ଲେଖାଇ ଥିଲେ ମଧ୍ୟ ଆଜି ଯାଏ ପରୀକ୍ଷା ଦେବାରୁ ବଂଚିତ ହେଉଛନ୍ତି ଛାତ୍ର ଛାତ୍ରୀ । ମୋଟା ଅଙ୍କର ପଇସା ନେଇ ଆଡ୍ମିସନ ଦେଇଥିବା କଲେଜ କିନ୍ତୁ ଏବେ ବିଶ୍ୱ ବିଦ୍ୟାଳୟର ଦୋଷଦେଇ ପିଲା ମାନଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି । ପୁର୍ବରୁ ଛାତ୍ର ଛାତ୍ରୀ ମାନେ ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଭେଟିବା ପରେ ଉପଜିଲ୍ଲାପାଳଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର କୌଣସି ସୁଫଳ ନମିଳିବାରୁ ପୁନର୍ବାର ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ନ୍ୟାୟ ଭିକ୍ଷା କରିଥିଲେ । ଜିଲ୍ଲାପାଳ ସେମାନଙ୍କୁ ତିନି ସପ୍ତାହ ମଧ୍ୟରେ ତଦନ୍ତ କରି ନ୍ୟାୟ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking