28.1 C
Bhubaneswar
Saturday, April 27, 2024
Homeଓଡିଶାଉତ୍କଳ ସାହିତ୍ୟ ସମାଜର ସାଧାରଣ ସଂପାଦିକାଙ୍କ ପରଲୋକରେ ଶୋକ

ଉତ୍କଳ ସାହିତ୍ୟ ସମାଜର ସାଧାରଣ ସଂପାଦିକାଙ୍କ ପରଲୋକରେ ଶୋକ

ବ୍ୟାସନଗର : ଉତ୍କଳ ସାହିତ୍ୟ ସମାଜର ସାଧାରଣ ସଂପାଦିକା ମିନାକ୍ଷୀ ଦେବୀଙ୍କ ପରଲୋକରେ, ଯାଜପୁର ଜିଲ୍ଲା ଲେଖିକା ସଂସଦ ତରଫରୁ ଗଭୀର ଶୋକବ୍ୟକ୍ତ କରାଯାଇଛି । ସଂସଦର ସଭାପତି ହିରଣ୍ୟମୟୀ ମହାନ୍ତି , ସଂପାଦିକା ବ୍ରଜେଶ୍ବରୀ ସିଂହ , ଉପଦେଷ୍ଟା ଧିପ୍ରଭା ଦେବୀ , ଉପସଭାପତି ପ୍ରମିଳା ପ୍ରତାପ , ଅଞ୍ଜୁବାଳା ଜେନା , ସଦ୍ୟସ ରୀନା ମହାପାତ୍ର, ଶକୁନ୍ତଳା ଦାଶ, ମିରିନା ମହାନ୍ତି , ଅଶାନ୍ତି ସାମଲ, ପ୍ରୋମଦିନୀ ଦାସ, ଜୟନ୍ତୀ ଜେନା , ପଦ୍ମଜା ଶରଣ , ଅମ୍ରିତା ସିଂ , ମାଙ୍ଗଳିକା ଦାସ, ନୀଳିମା ମହାନ୍ତି , ଗୋମତୀ ପଣ୍ଡା ଇତ୍ୟାଦି ଶୋକବାର୍ତ୍ତା ରେ ଉଲ୍ଲେଖ କରିଛନ୍ତି, ଶିଶୁ ସାହିତ୍ୟିକ ଭାବରେ ତାଙ୍କର ଯଥେଷ୍ଟ ସୁନାମ ଥିଲା । ସେ ଅତ୍ୟନ୍ତ ମିଷ୍ଟଭାଷୀ ଓ ପରୋପକାରୀ ଥିଲେ । ଓଡିଶା ସାହିତ୍ୟ ଏକାଡେମୀ, ସଂଗୀତ ନାଟକ ଏକାଡେମୀ ଓ ବହୁ ଅନୁଷ୍ଠାନରୁ ସମ୍ମାନୀତ ହୋଇଥିଲେ । ଏହି ମହାନ ପ୍ରତିଭାଙ୍କର ବିୟୋଗ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସମସ୍ତେ ମତବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking