32.1 C
Bhubaneswar
Friday, April 26, 2024
Homeଓଡିଶାଜିଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କୁ ଦାବୀ ପତ୍ର ପ୍ରଦାନ

ଜିଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କୁ ଦାବୀ ପତ୍ର ପ୍ରଦାନ

ଯାଜପୁର : ଯାଜପୁର ଜିଲା କୋଭିଡ ପରିଚାଳନାରେ ଅଭିଜ୍ଞ ପାରାମେଡିକାଲ କର୍ମଚାରୀଙ୍କୁ ସାମିଲ କରିବା ଦାବୀରେ ଯାଜପୁର କୋଭିଡ ୧୯ ପାରାମେଡିକାଲ ଷ୍ଟାଫ ଆସୋସିଏସନ ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । କୋରୋନା ପ୍ରଥମ ଲହରରେ କାମ କରିଥିବା ପାରାମେଡିକାଲ ଷ୍ଟାପଂ ଙ୍କୁ ଚଳିତ କୋଭିଡ ଡାକ୍ତରଖାନା ପରିଚାଳନାରେ ନିଯୁକ୍ତି ଦିଆଯାଇନାହିଁ । କେବଳ ନୂତନ ବା କୌଣସି ଅଭିଜ୍ଞତା ନଥିବା କର୍ମଚାରୀଙ୍କୁ ସାମିଲ କରାଯାଇଛି । ପଂଳରେ ରୋଗୀ ମାନଙ୍କୁ ଉନ୍ନତ ମାନର ସେବା ମିିଳିପାରୁନାହିଁ । ଆଜି ଏ ନେଇ ସଂଘ ପକ୍ଷରୁ ସିଡିଏମଓଙ୍କୁ ଦାବୀ ପ୍ରଦାନ କରାଯାଇଛି । ଅନ୍ୟ ଜିଲା ମାନଙ୍କରେ ଅଭିଜ୍ଞ ପାରାମେଡିକାଲ କର୍ମଚାରୀଙ୍କୁ ସୁଯୋଗ ଦିଆଯାଇଥିବା ବେଳେ ଯାଜପୁରରେ ଏହାର ବ୍ୟତିକ୍ରମ ଦେଖାଦେଇଛି ବୋଲି ଅଭିଯୋଗ ହୋଇଛି । ତୁରନ୍ତ ଏହାର ସମାଧାନ କରାନଗଲେ ଆନ୍ଦୋଳନ କରାଯିବ ବୋଲି ଚେତାବନି ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking