26.1 C
Bhubaneswar
Wednesday, May 8, 2024
Homeଓଡିଶାକରୋନାକୁ ଲାତ୍ ଦେଲେ ୯୫ବର୍ଷୀୟା ବୃଦ୍ଧା

କରୋନାକୁ ଲାତ୍ ଦେଲେ ୯୫ବର୍ଷୀୟା ବୃଦ୍ଧା

ଯାଜପୁର : କରୋନାକୁ ହରାଇଲେ ୯୫ ବର୍ଷୀୟ ସୁଶୀଳା ବାଳା ପହି। ଦୀର୍ଘ ୧୫ଦିନ କାଳ କରୋନା ସହିତ ଲଢେଇ କରି ସେ ସୁସ୍ଥ ହୋଇ ଫେରିଛନ୍ତି। କେନ୍ଦୁଝର ଜିଲ୍ଲାର ପ୍ରଥମ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ତଥା ଠାକୁରପାଟଣା ନିବାସୀ ସୁଶୀଳାବାଳା ପହି ଜ୍ଵରରେ ଆକ୍ରାନ୍ତ ହେବା ପରେ ଗତ ୨୫ ତାରିଖରେ ତାଙ୍କର ସ୍ୱାବ ଟେଷ୍ଟ କରାଯାଇଥିଲା। ଟେଷ୍ଟରୁ ସେ କରୋନା ପଜିଟିଭି ଚିହ୍ନଟ ହୋଇଥିଲେ।ଏହାପରେ ସ୍ଵତନ୍ତ୍ର ଡାକ୍ତରୀ ଦଳଙ୍କ ତତ୍ତ୍ଵାବଧାନରେ ରହି ସେ ଘରେ ଚିକିତ୍ସିତ ହୋଇଥିଲେ। ଚିକିତ୍ସା ପରେ ଏବେ ସୁସ୍ଥ ହୋଇଛନ୍ତି। ୯୫ ବର୍ଷ ବୟସରେ ସୁଶୀଳା ବାଲା ପହି ସୁସ୍ଥ ହେବା ପରେ ଏହା କରୋନାକୁ ନେଇ ଆତଙ୍କିତ ହେଉଥିବା ଯୁବ ଗୋଷ୍ଠୀଙ୍କୁ ଏକ ବାର୍ତ୍ତା ଦେଇଛି। କରୋନା ଆକ୍ରାନ୍ତ ହେଲେ ଦୃଢ଼ ମନୋବଳ ରଖି ଚିକିତ୍ସିତ ହେବାକୁ ସୁଶୀଳା ବାଲା ପହି ପରାମର୍ଶ ଦେଇଛନ୍ତି।

୧୯୯୭ ରୁ ୨୦୦୨ ମସିହା ପର୍ଯ୍ୟନ୍ତ ହୋଇଥିବା ପ୍ରଥମ ଜିଲ୍ଲା ପରିଷଦରେ ସୁଶୀଳା ବାଲା ପହି ଉପାଧକ୍ଷା ଭାବେ ନିର୍ବାଚିତ ହୋଇଥିଲେ। ପୂର୍ବରୁ ହାର୍ଟ ସମସ୍ୟା କାରଣରୁ ଦୀର୍ଘଦିନ ମଧ୍ୟ ସେ ଚିକିତ୍ସିତ ହୋଇ ସୁସ୍ଥ ହୋଇଥଲେ। ସିଡିଏମଓ ଡାକ୍ତର ଅଶୋକ ଦାସଙ୍କ ସୂଚନା ଅନୁଯାୟୀ , ସୁଶୀଳାଙ୍କ ଅବସ୍ଥା ଭଲ ନଥିଲା। ତାଙ୍କ ରକ୍ତଚାପ ବାରମ୍ବାର ଫ୍ଲକଚୁଏଟ୍ କରୁଥିଲା। ନିଃଶ୍ୱାସ ପ୍ରଶ୍ୱାସରେ ସେମିତି କିଛି ଅସୁବିଧା ନଥିଲା। ହୃଦରୋଗରେ ପୂର୍ବରୁ ଆକ୍ରାନ୍ତ ହୋଇ ଭଲ ହୋଇଥିବାରୁ ବିପଦ ବି ଥିଲା। ରକ୍ତଚାପକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଢେର ସମୟ ଲାଗିଥିଲା। ତେବେ ଯାହା ହେଉ ପ୍ରତ୍ୟେକ ଦିନ ରାପିଡ ରେସ୍ପନ୍ସ ଟିମ୍ ତାଙ୍କ ନିକଟକୁ ଯାଇ ତାଙ୍କର ଚିକିତ୍ସା କରୁଥିଲେ। ରୋଗୀଙ୍କ ମାନସିକ ଦୃଢ଼ତା ଓ ମନୋବଳ ଯୋଗୁଁ ସେ ରକ୍ଷା ପାଇଯାଇଥିବା ଡାକ୍ତର ଦାସ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking