32.1 C
Bhubaneswar
Friday, April 26, 2024
Homeଓଡିଶାଯୁବକଙ୍କ ଆତ୍ମହତ୍ୟା

ଯୁବକଙ୍କ ଆତ୍ମହତ୍ୟା

ଯାଜପୁର : ପୁଣି ଆଉ ଏକ ଯୁବକଙ୍କ ଆତ୍ମହତ୍ୟା । ଏଭଳି ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅଭୟପୁର ଗ୍ରାମରେ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳୁ ସକାଳୁ ଗାଁ ପାଖ କାଜୁ ଜଙ୍ଗଲରୁ ମିଳିଥିଲା ଯୁବକଙ୍କ ଝୁଲନ୍ତା ଶବ । ମୃତ ଯୁବକ ଜଣକ ଅଭୟପୁର ଗ୍ରାମର ଗଙ୍ଗାଧର ଦେହୁରୀଙ୍କ ପୁଅ ଜ୍ୟୋତିପ୍ରକାଶ ଦେହୁରୀ  ବୋଲି ଜଣାପଡିଛି । ସେହି ଗ୍ରାମର ଜଣେ ଯୁବକ କୌଣସି ବ୍ୟକ୍ତିଗତ ଝଗଡାକୁ କେନ୍ଦ୍ରକରି ଘରେ ପସି ଜ୍ୟୋତିପ୍ରକାଶଙ୍କୁ ମାଡ ମାରିଥିଲେ । ଏହି ଅପମାନ ସହି ନପାରି ଜ୍ୟୋତିପ୍ରକାଶ ଗାଁ ପାଖରେ ଥିବା କାଜୁ ଜଙ୍ଗଲରେ ବେକରେ ରହି ଲଗାଇ ଆତ୍ମହତ୍ୟା କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତେବେ ପୋଲିସ୍ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛି । ଏଥିସହ ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking