24.1 C
Bhubaneswar
Tuesday, March 19, 2024
Homeଓଡିଶାମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ବାଇକ୍ ଚାଳକ ଓ ଟ୍ରକ୍ ଚାଳକଙ୍କ ମୃତ୍ୟୁ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ବାଇକ୍ ଚାଳକ ଓ ଟ୍ରକ୍ ଚାଳକଙ୍କ ମୃତ୍ୟୁ

ଯାଜପୁର  :  ୧୬ ନଂ ଜାତୀୟ ରାଜପଥର ପାଣିକୋଇଲି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ବାଇକ୍ ଚାଳକ ଓ ଟ୍ରକ୍ ଚାଳକଙ୍କ ମୃତ୍ୟୁ। ଅନ୍ୟ ଜଣେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ମୃତ ବାଇକ୍ ଚାଳକ ଜଣକ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଉତ୍ତରାବାଦ ଗାଁର ସମୀର ରଞ୍ଜନ ଜେନା ହୋଇଥିବା ବେଳେ ମୃତ ଟ୍ରକ୍ ଚାଳକଙ୍କ ପରିଚୟ ମିଳିପାରି ନାହିଁ। ସ୍ଥାନୀୟ ପାଣିକୋଇଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ମିଳିଥିବା ସୂଚନା ଅନୁଯାୟୀ କଟକ ପଟୁ ଆସୁଥିବା ଏକ ଟ୍ରକ୍ କୁ ଓଭରଟେକ୍ କରିବା ସମୟରେ ବାଇକ୍ କୁ ଟ୍ରକ୍ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ବାଇକ୍ ଆରୋହୀ ଙ୍କ ମୃତ ହୋଇଯାଇଥିଲା। ସେପଟେ ଦୁର୍ଘଟଣା ଘଟାଇଥିବା ପରେ ଉକ୍ତ ଟ୍ରକ୍ ଚାଳକ ଜଣକ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ବିପରୀତ ପାର୍ଶ୍ବରୁ ଆସୁଥିବା ଏକ କାର ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଟ୍ରକ୍ ଚାଳକ ଙ୍କର ମଧ୍ୟ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡି ଗୁଡିକୁ ଜବତ କରି ତଦନ୍ତ ଚଳାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking