28.1 C
Bhubaneswar
Saturday, April 27, 2024
Homeଓଡିଶାବ୍ୟାସନଗର ପୌରପରିଷଦ କେତେ ସ୍ୱଚ୍ଛ ଓଡି଼ଶା ଓ ସୁସ୍ଥ ଓଡ଼ିଶା ପରିମଳ ସ୍ଥିତି ଓ ବ୍ୟବସ୍ଥାକୁ...

ବ୍ୟାସନଗର ପୌରପରିଷଦ କେତେ ସ୍ୱଚ୍ଛ ଓଡି଼ଶା ଓ ସୁସ୍ଥ ଓଡ଼ିଶା ପରିମଳ ସ୍ଥିତି ଓ ବ୍ୟବସ୍ଥାକୁ ନେଇ ସାଇନ୍ ବୋର୍ଡ଼ରେ ସିମିତ

ଯାଜପୁର (ଯାଜପୁର ରୋଡ଼) : ବ୍ୟାସନଗର ପୌରପରିଷଦ ସ୍ୱଚ୍ଛ ଅଭିଯାନ ୨ବର୍ଷ ହେଲା ଚାଲିଛି । କିନ୍ତୁ ସ୍ୱଚ୍ଛ ଭାରତ ଅଭିଯାନ ଏହି ସହରରେ ମୂଲ୍ୟ ନାହିଁ । କେବଳ ପୌରପରିଷଦ ପକ୍ଷରୁ ବିଭିନ୍ନ ସ୍ଥାନରେ ବୋର୍ଡ଼ରେ ଲେଖା ଯାଇଛି ଆମ ସହର ପରିମଳକୁ ଆମେ ରଖିଲେ ପରିଷ୍କାର ସହର ସ୍‌ôଚ୍ଛତାରେ ରାଜ୍ୟରେ ଏକ ପ୍ରମୁଖ ସ୍ଥାନ ରହିଛି । କିନ୍ତୁ ଏହା କାଗଜ କଲମରେ ସହରର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇପଡ଼ିଛି । ଡ୍ରେନ୍ ଗୁଡ଼ିକ ସଫା ହେଉନାହିଁ ସହରର ବିଭିନ୍ନ ସ୍ଥାନରେ ଅଳିଆ ଆର୍ବଜନା ପଡ଼ି ସଢ଼ି ଉତ୍କଟ ର୍ଦୁଗନ୍ଧ ବାହାରୁଛି । ପରିବେଶ ଦୂଷିତ ହେଉଛି । ଏହି ପରିମଳ ବ୍ୟବସ୍ଥାକୁ ସୁଧୁରିବା ପାଇଁ ପୌରପରିଷଦ ରାଜନେତାଙ୍କ ଚାପରେ ଦୁଇବର୍ଷ ତଳେ ଜାଗୃତି ଠିକା କଂପାନୀକୁ ଦାୟିତ୍ୱ ଦେଇଥିଲେ । ଠିକା କଂପାନୀ କାର୍ଯ୍ୟ ନ କରି ପୂର୍ବତନ ବିଧାୟକଙ୍କୁ ସନ୍ତୋଷୀକରଣ କରି ପୌରପରିଷଦରୁ ମାସିକ ୨୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କା ବିଲ୍ ଭାବେ ନେଉଥିଲା । ଏ ସଂପର୍କରେ କାଉନ୍‌ସିଲରମାନେ ପୌରପରିଷଦରେ ହୋ ହାଲ୍ କରିଥିଲେ । ଏହାର ଭିଜିଲାନ୍ସ ତଦନ୍ତ କରିଥିଲେ । କିନ୍ତୁ ରାଜନେତାଙ୍କ ଚାପରେ ଜିଲ୍ଳା ପ୍ରଶାସନ ଚୁପ୍ ରହିଲା । ଏବେ ପୌରପରିଷଦ ପ୍ରଶାସକଙ୍କ ଦ୍ୱାରା ପରିଚାଳିତ । ପ୍ରଶାସକ ପରିମଳ ବ୍ୟବସ୍ଥାକୁ ସୁଧୁରିବା ପାଇଁ ବିଭିନ୍ନ କଡ଼ା ନିୟମ କରିଥିଲେ ମଧ୍ୟ କେତେକ ଦୁର୍ନିତିଗ୍ରସ୍ତ କର୍ମଚାରୀଙ୍କ ଯୋଗୁଁ ନିର୍ଦ୍ଦେଶ ପାଳନ କରାଯାଉନାହିଁ । ପୌର ପରିଷଦରୁ ଏହି କଂପାନୀ ମିଥ୍ୟା ବିଲ୍ କରି ୧୦ରୁ୧୫ଲକ୍ଷ ଟଙ୍କା ପ୍ରାପ୍ୟ ନେଉଛି । ଜାଗୃତି କଂପାନୀର କର୍ମଚାରୀ ଅଭାବ ରହିଛି । ଅଭିଯୋଗ କଲେ ମାସ ମାସ ଧରି ସଫା କାର୍ଯ୍ୟ ହୋଇପାରୁନି ।କେବଳ ପୌରପରିଷଦ ଟିକସ ଦାତାଙ୍କ ଟିକସ ଲୁଟ କରଛି । ଟିକସର ଆୟକୁ ଲୁଟ୍ କରୁଛି । ପୌର ସଂପତି ନାଗରିକମାନଙ୍କର ହୋଇଥିଲେ ମଧ୍ୟ ସହରବାସୀଙ୍କ ଠାରୁ ଟିକସ ଆଦାୟ କରି ବିକାଶ କରିବା ପରିବର୍ତ୍ତେ ଜାଗୃତି କଂପାନୀ ପୋଷୁଛି । ଏହାର ବିଧିବଧ ତଦନ୍ତ କରିବା ପାଇଁ ଜନସାଧାରଣଙ୍କର ତରଫରୁ ଦାବୀ ହେଉଛି । ଏସଂପର୍କରେ ଏଡ଼ିଏମ୍ ପ୍ରଶାସକ ଓ ପ୍ରଶାସକ ଶ୍ରୀ ମିଶ୍ରଙ୍କୁ ପଚାରିବାରୁ ସେ କହିଲେ ଜାଗୃତି କଂପାନୀ ବିରୁଦ୍ଧରେ ଅଭିଯୋଗ ଆସିଲା ପରେ ତା’ର ପେମେଣ୍ଟ ବନ୍ଦ କରାଯାଇଥିଲା । ଏବେ ତଦନ୍ତ କରାଯାଇ ପେମେଣ୍ଟ ଦିଆଯାଇଛି ଓ ତାକୁ ତଦାରଖ କରିବା ପାଇଁ ପୌରପରିଷଦ ନିର୍ବାହୀ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking