28.9 C
Bhubaneswar
Sunday, May 5, 2024
Homeଓଡିଶାସମସ୍ତ ଅଣ ସଂଗଠିତ ଶ୍ରମିକ ମାନଙ୍କୁ ଆର୍ଥିକ ସହାୟତା ସହିତ ୩ ଦଫା ଦାବି ମୁଖ୍ୟମନ୍ତ୍ରୀ...

ସମସ୍ତ ଅଣ ସଂଗଠିତ ଶ୍ରମିକ ମାନଙ୍କୁ ଆର୍ଥିକ ସହାୟତା ସହିତ ୩ ଦଫା ଦାବି ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଦାନ -ଏ ଆଇ ୟୁ ଡବ୍ଲୁ ସି

ଯାଜପୁର -ଆଜି ଦେଶରେ କୋଭିଡ -19କରୋନା ମହାମାରୀ ର ଦ୍ୱିତୀୟ ଲହରୀ ଅତି ଭୟାନକ ଭାବେ ସଂକ୍ରମିତ ହେଉଥିବା ସମୟ ରେ ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ୧ କୋଟି ରୁ ଉର୍ଦ୍ଧ ଅଣ ସଂଗଠିତ ଶ୍ରମିକ, କର୍ମଚାରୀ, ଘୋର ଆର୍ଥିକ ସଂକଟରେ ସମ୍ମୁଖୀନ ହେବାକୁ ଯାଉଛନ୍ତି !ଏହାକୁ ଆଖି ଆଗରେ ରଖି କୋଭିଡ ଆଇନ କୁ କଡାକଡି ଲାଗୁ କରିବା ସହିତ ହେଉଥିବା କଟକଣା ରେ ଅଣ ସଂଗଠିତ ଶ୍ରମିକ ମାନେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି !ଏପରିକି ଉଠା ଦୋକାନୀ, ବୁଲା ବିକାଳୀ, ନିର୍ମାଣ ଶ୍ରମିକ, ଟଲି ଓ ରିକ୍ସା ଚାଳକ, ଘରୋଇ ଶ୍ରମିକ ମାନେ ବହୁ ଦୁର୍ଦଶା ର ସାମନା କରିବାକୁ ହେଲେ ପ୍ରତ୍ୟେକ ଙ୍କ ବ୍ୟାଙ୍କ ଜମା ଖାତାରେ ରାଜ୍ୟ ସରକାର ମାସିକ ୬ ହଜାର ଟଙ୍କା ପ୍ରଦାନ କରିବା, କରୋନା ମହାମାରୀ ରେ କାର୍ଯ୍ୟରତ ଅଣ ସଂଗଠିତ ଶ୍ରମିକ ମାନଙ୍କ ଜୀବନ ଜୀବିକା ପ୍ରତି ପୋଲିସ ର ଦୁର୍ବ୍ୟବହାର ରୋକାଯାଉ, ସେମାନଙ୍କୁ ପରିଚୟ ପତ୍ର ଦେବା ସହିତ ସଚେତନତା ପରିବର୍ତ୍ତେ ସେମାନଙ୍କୁ ଅର୍ଥନୈତିକ ଜୋରିମାନା ବନ୍ଦ କରିବା ସମେତ ୩ ଦଫା ଦାବି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ର ରାଜ୍ୟ ଅଧକ୍ଷ ବିଦ୍ୟାଧର ମହାନ୍ତି ଓ କୃଷି ବିଭାଗ ସଂଯୋଜକ ବିଜୟ କୁମାର ବୋଇତାଇ ଏକ ପତ୍ର ଲେଖି ଏହାକୁ ଗୁରୁତର ସହିତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି !ତତ ସହିତ ଶ୍ରୀ ମହାନ୍ତି ରାଜ୍ୟରେ ଅଣ ସଂଗଠିତ ଶ୍ରମିକ ଓ ପ୍ରବାସୀ ଶ୍ରମିକ ମାନଙ୍କ ଜିଲ୍ଲାର ବିଭିନ୍ନ ସମସ୍ୟା କୁ ଉପଲବ୍ଧି କରି ତୁରନ୍ତ ୩ ଦଫା ଦାବି ମୁଖ୍ୟମନ୍ତ୍ରୀ ଙ୍କ ମର୍ମରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲା ପ୍ରଶାସନ ଙ୍କ ଜରିଆରେ ପ୍ରଦାନ କରିବାକୁ ଆହ୍ୱାନ କରିଛନ୍ତି !

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking