40.1 C
Bhubaneswar
Thursday, April 25, 2024
Homeକରୋନାପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କରୋନା ଆକ୍ରାନ୍ତ

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସଂକ୍ରମିତ ହେବା ପରେ ତାଙ୍କୁ ବର୍ତମାନ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ୮୮ ବର୍ଷୀୟ ମନମୋହନ ସିଂହ କରୋନା ଭାଇରସର ଦୁଇଟି ଡୋଜ୍ ଟିକା ନେଇସାରିଛନ୍ତି । ଏମ୍ସ ତରଫରୁ କୁହାଯାଇଛି ଯେ, ମନମୋହନ ସିଂହଙ୍କୁ ଟ୍ରୋମା ସେଣ୍ଟରରେ ଭର୍ତ୍ତି କରାଯାଇଛି ।
ଋବିବାର ମନମୋହନ ସିଂହ କରୋନା ସଂକଟ ନେଇ ପିଏମ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ । ଚିଠି ମାଧ୍ୟମରେ ସେ ସରକାରଙ୍କୁ ଅନେକ ପରାମର୍ଶ ଦେଇଥିଲେ । ବର୍ତମାନ ପୂର୍ବତନ ପ୍ରଧାନମନ୍ତ୍ରୀ ନିଜେ କରୋନା ପଜିଟିଭ ହୋଇଯାଇଛନ୍ତି ଏବଂ ସେ ଜଲଦି ଠିକ୍ ହେବା ନେଇ କାମନା କରାଯାଉଛି ।
ଚିଠିରେ ମନମୋହନ ସିଂହ କହିଥିଲେ, ସରକାରଙ୍କୁ ଏହା କହିବା ଦରକାର ଯେ, ଭିନ୍ନ ଭିନ୍ନ ଭ୍ୟାକ୍ସିନକୁ ନେଇ କଣ ଆଦେଶ ରହିଛି ଏବଂ ଆଗାମୀ ୬ ମାସରେ ଡେଲିଭରି ହେବାର କଣ ଷ୍ଟାଟସ ରହିଛି । କହିରଖୁଛୁ ଯେ, ରାଜଧାନୀ ଦିଲ୍ଲୀ ସମେତ ସାରା ଦେଶରେ କରୋନାର ପରିବର୍ତ୍ତିତ ରୂପ ରେ ସମସ୍ତେ ଆକ୍ରାନ୍ତ ହେବାରେ ଲାଗିଛନ୍ତି । ରବିବାର ଦିଲ୍ଲୀରେ ୨୫୪୬୨ ଜଣ କରୋନାରେ ସଂକ୍ରମିତ ହୋଇଥିଲେ ଏବଂ ୧୬୧ ଜଣଙ୍କ ମୃତ୍ୟୁ ହୋଇଥିଲା ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking