41.1 C
Bhubaneswar
Sunday, April 28, 2024
Homeଓଡିଶାନାଟକ ଗାନ୍ଧିଜୀ ଙ୍କ ଓଡିଶା ଆଗମନ

ନାଟକ ଗାନ୍ଧିଜୀ ଙ୍କ ଓଡିଶା ଆଗମନ

ଯାଜପୁର : ଓଡିଶା ର ୧୦୦ବର୍ଷ ର ପୃତି ଅବସରରେ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ସଂସ୍କୃତି ପରିଷଦ ଯାଜପୁର ଆନୁକୂଲ୍ୟରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଅୟୋଜିତ ନାଟକ ଗାନ୍ଧୀ ଙ୍କ ଓଡିଶା ନାଟକ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ପୁରଣ୍ୟ ଉତ୍କଳ ଯାଜପୁର ଦ୍ୱାରା ପରିବେଷିତ ନାଟକ କୁ ମୂଖ୍ୟ ଅତିଥି ଭାବେ ବରୀ ବିଧାୟିକା ସୁନନ୍ଦା ଦାସ, ଯାଜପୁର ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ ବିଶାଳ ଦେବ ଉଦଘାଟକ ଭାବେ ଯୋଗଦେଇଥିଲେ l ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ଅକ୍ଷୟ କୁମାର ମଲ୍ଲିକ, ପୁରଣ୍ୟ ଉତ୍କଳ ର ଅଧକ୍ଷ ମନୋରଞ୍ଜନ ମହାପାତ୍ର, ବିଜେଡ଼ି ସାଂସ୍କୃତିକ ସମନ୍ୱୟ ର ଜିଲ୍ଲା ସଂଯୋଜକ ତଥା ବରିଷ୍ଠ ସାମ୍ବାଦିକ ହରିହର ସ୍ୱାଇଁ, ଚଳଚ୍ଚିତ୍ର ତଥା ନାଟ୍ୟ ନିର୍ଦ୍ଦେଶକ ନରୋତ୍ତମ ପରିଡ଼ା, ତାପସ ମହାପାତ୍ର, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱାଳନ କରି ମା’ ବିରଜା ଙ୍କ ଫୋଟୋ ଓ ମହାତ୍ମା ଗାନ୍ଧୀଙ୍କ ଫୋଟୋ ଚିତ୍ର ରେ ପୁଷ୍ପ ପ୍ରଦାନ କରି ଶୁଭ ଉଦଘାଟନ କରିଥିଲେ। ଜିଲ୍ଲା ପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଓ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ଆସି ନାଟକ ଦେଖିଥିଲେ।ଏହି ନାଟକ କୁ ନିର୍ଦେଶନା ଦେଇଛନ୍ତି ଚଳଚ୍ଚିତ୍ର ନିର୍ଦେଶକ ନରୋତ୍ତମ ପରିଡ଼ା, କାହାଣୀ ଶଙ୍କର ତ୍ରିପାଠୀ, ସହଯୋଗୀ ନିର୍ଦେଶକ ବର୍ଷା ରାଣୀ ନାୟକ, ବାଦଲ ରାଉତ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସଂସ୍କୃତି ପରିଷଦ ର ସଭ୍ୟ ଡକ୍ଟର ଜ୍ଞାନ ରଞ୍ଜନ ପତି, ଅଧ୍ୟାପକ ବଟକୃଷ୍ଣ ମହାପାତ୍ର, କଂଗ୍ରେସ ନେତା ସନ୍ତୋଷ କୁମାର ନନ୍ଦ, ବିରଜା ବଳ, ଆଇନିଜୀବି ପ୍ରତିମା କର ପ୍ରମୁଖ ଉପସ୍ଥିତ ରହି ନାଟକ ଟିକୁ ଉପଭୋଗ କରିଥିଲେ। ଗାନ୍ଧୀ ଙ୍କ ଓଡିଶା ନାଟକ ରେ ଅଭିନୟ କରିଛନ୍ତି ଦିବ୍ୟ ଜୋତି ପଣ୍ଡା,ବରଦା ପ୍ରସନ୍ନ ରାଉତ,ବାବାଜୀ ଚରଣ ବେହେରା,ବୃନ୍ଦାବନ ମିଶ୍ର, ମଧୁସୂଦନ ଜେନା,ଅକ୍ଷୟ କୁମାର ବାରିକ,ଗୌରାଙ୍ଗ ଶତପଥୀ,ବାଇଧର ମାଝୀ, ବାଦଲ ରାଉତ,ବର୍ଷାରାଣୀ ନାୟକ,ଇଛାମୟୀ ଧଳ, ଶିଶୁ ଅଭିନେତ୍ରୀ ଅଶ୍ୱରୟା ପ୍ରମୁଖ ଅଭିନୟ କରିଛନ୍ତି। ଏହି ନାଟକ ଟି କୁ ଅତି ଚମକତ୍କାର ହୋଇଅଛି ବୋଲି ଦର୍ଶକ ମାନେ ମତ ଦେଇଛନ୍ତି l
ଏହି କାର୍ଯ୍ୟକ୍ରମ କୁ ସଂଚାଳନ କରିଥିଲେ ଡକ୍ଟର ଦାମୋଦର ବେହେରା ବିଶେଷ ଭାବେ ବରୀ ବ୍ଲକ ବିଜେଡ଼ି ସାଂସ୍କୃତିକ ସମନ୍ୱୟ ର ସଂଯୋଜକ ନଟବର ମହାନ୍ତି ଙ୍କ ନେତୃତ୍ୱରେ ଦୁଇଟି କୀର୍ତ୍ତନ ଦଳ ଯୋଗ ଦେଇ ଦର୍ଶକ ଙ୍କୁ ବିମୋହିତ କରିଛନ୍ତି l

ରିପୋର୍ଟ ଅଭିମନ୍ୟୁ ମିଶ୍ର, ଓଏନଏ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking