26.1 C
Bhubaneswar
Friday, March 29, 2024
Homeଓଡିଶାରାଜ୍ୟ ସରକାରଙ୍କ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକଙ୍କୁ ପେନସନ୍ ବନ୍ଦ କରିବା ଧମକ ନିନ୍ଦନୀୟ : ଲେଖାଶ୍ରୀ ସାମନ୍ତସିଂହାର

ରାଜ୍ୟ ସରକାରଙ୍କ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକଙ୍କୁ ପେନସନ୍ ବନ୍ଦ କରିବା ଧମକ ନିନ୍ଦନୀୟ : ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ୱର: ରାଜ୍ୟସରକାର ବେଆଇନ ଭାବେ ବିଶ୍ୱବିଦ୍ୟାଳୟମାନଙ୍କର ଅବସରପ୍ରାପ୍ତ ସମସ୍ତ କର୍ମଚାରୀମାନଙ୍କର ପେନସନ୍ ବନ୍ଦ କରିବା ଧମକ ଅତ୍ୟନ୍ତ ନିନ୍ଦନୀୟକେଉଁ ଆଧାରରେ ରାଜ୍ୟସରକାର ଏହି କଥାକୁ ଚିଠିରେ ଲେଖିଛନ୍ତି ?ଏହି ନିର୍ଦ୍ଦେଶ ଅତ୍ୟନ୍ତ ଅସାମ୍ବଧାନିକ, ବେଆଇନ ଏବଂ ଅମାନବିକତୁରନ୍ତ ରାଜ୍ୟ ସରକାର ଏହି ଚିଠିକୁ ଫେରାଇ ନିଅନ୍ତୁ ଓ ଶିକ୍ଷକ ସମାଜ ଆଗରେ କ୍ଷମା ମାଗନ୍ତୁଭୁବନେଶ୍ୱର,ତା.୨୪/୩: ରାଜ୍ୟ ସରକାର ଜୋର ଜବରଦସ୍ତି ଆଇନ ପ୍ରଣୟନ କରି ବିଶ୍ୱବିଦ୍ୟାଳୟମାନଙ୍କୁ ନିଜ ଅକ୍ତିଆରକୁ ଆଣି ବିଶ୍ୱବିଦ୍ୟାଳୟର ସ୍ୱାୟତ୍ୱତାକୁ ସଂପୂର୍ଣ୍ଣ ଭାବେ କ୍ଷୁର୍ଣ୍ଣ କରିସାରିଲେଣି ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।
ଚଳିତ ବର୍ଷ ଫେବୃଆରୀ ୧୨ ତାରିଖରେ ରାଜ୍ୟ ସରକାର ଚିଠି କରି ସମସ୍ତ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ କର୍ମଚାରୀମାନେ ମାର୍ଚ୍ଚ ୨୫ ତାରିଖ ସୁଦ୍ଧା ଉକ୍ଟଜ୍ଞକ୍ଟ୍ରଗ୍ଧକ୍ସକ୍ଟକ୍ଷକ୍ଷରକ୍ସ କ୍ଟଲ ୠସଦ୍ଭବଦ୍ଭମର ଙ୍କ ନିକଟରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି, ନଚେତ୍ ତାଙ୍କୁ ଆଉ ପେନସନ ବନ୍ଦ  କରାଯିବ ନାହିଁ ବୋଲି ଚିଠିରେ ଉଲ୍ଲେଖ ହୋଇଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ରାଜ୍ୟ ସରକାରଙ୍କ ହୀନ ଚକ୍ରାନ୍ତର ଆଉ ଗୋଟିଏ ଅଂଶବିଶେଷ ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଡ.ଲେଖାଶ୍ରୀ କହିଛନ୍ତି ।
ଭାରତୀୟ ସମ୍ବିଧାନରେ ପେନସନ୍‌କୁ ସ୍ୱତନ୍ତ୍ର ସ୍ଥାନ ଦିଆଯାଇଛି । ପେନସନ ହେଉଛି ଗୋଟିଏ ବ୍ୟକ୍ତିର ମୌଳିକ ଅଧିକାର । ଜଣେ ବ୍ୟକ୍ତି ଅବସର ଗ୍ରହଣ କଲାପରେ ପେନସନ୍ ହେଉଛି ତାର ଜୀବିକାର ଏକମାତ୍ର ମାଧ୍ୟମ । ଏହା ହେଉଛି ତାଙ୍କର ସରକାର ଓ ରାଜ୍ୟବାସୀଙ୍କ ପାଇଁ କରିଥିବା ସେବାର ଅବଦାନ । ତେଣୁ ପେନସନ୍ ଥରେ ମିଳିବା ପରେ ତାକୁ କେହି ବନ୍ଦ କରିପାରିବେ ନାହିଁ । ମାତ୍ର ରାଜ୍ୟ ସରକାର ଏଠି ସାଧାରଣ ଜନତାଙ୍କ ପେନସନକୁ ନିଜ ସମ୍ପତି ଭଳି ଧରି ଦେଇଛନ୍ତି ବୋଲି ଡ. ଲେଖାଶ୍ରୀ ଅଭିଯୋଗ କରିଛନ୍ତି ।
ରାଜ୍ୟ ସରକାର ଜାଣି ରଖିବା ଉଚିତ୍ ଯେ, ଅଧିକାଂଶ ପେନସନଧାରି ବରିଷ୍ଠ ଏବଂ ବୃଦ୍ଧ ବୃଦ୍ଧା । ସେମାନଙ୍କ ମଧ୍ୟରୁ କିଏ ତାଙ୍କ ପିଲାମାନଙ୍କ ପାଖରେ ବିଦେଶରେ ରହୁଛନ୍ତି ତ କିଏ ଦୁରାରୋଗକ୍ରାନ୍ତ । ସେଥିପାଇଁ ପେନସନ ଦେବାର ପ୍ରକ୍ରିୟାରେ ବର୍ଷକୁ ଥରେ ଯେଉଁ ବ୍ୟାଙ୍କ୍ ମାଧ୍ୟମରେ ପେନସନ ଆସେ, ସେହି ବ୍ୟାଙ୍କରେ ହିଁ ଜୀବିତ ବୋଲି ଗୋଟିଏ ଲାଇଫ୍ ସାର୍ଟିଫିକେଟ୍ ପ୍ରମାଣ ଦିଅନ୍ତି । ପେନସନଧାରୀଙ୍କୁ କାହା ଆଗରେ ବ୍ୟକ୍ତିଗତ ହାଜିରା ଦେବାର କୌଣସି ନିୟମ ନାହିଁ । କେଉଁ ଆଧାରରେ ରାଜ୍ୟସରକାର ଏହି କଥାକୁ ଚିଠିରେ ଲେଖିଛନ୍ତି ବୋଲି ପ୍ରଶ୍ନ କରିବା ସହ ଏହା ଅସାମ୍ବଧାନିକ, ବେଆଇନ ଏବଂ ଅମାନବିକ ଅଟେ ବୋଲି ଡ. ଲେଖାଶ୍ରୀ କହିଛନ୍ତି ।
ଏହି କରୋନା ସମୟରେ ପେନସନଧାରି ବରିଷ୍ଠ ନାଗରିକମାନଙ୍କୁ ସେମାନଙ୍କ ୩୦/୪୦ ବର୍ଷର ପରିଶ୍ରମର ଉପହାର ଦେଉଛନ୍ତି କି ? ସେମାନଙ୍କ ସେବାକୁ ସମ୍ମାନ ଦେଇ ତାଙ୍କ ଘରକୁ ଯାଇ ପେନସନ ଦେବା ବଦଳରେ ସେମାନେ ଆସି ବ୍ୟକ୍ତିଗତ ହାଜିର ଦେଲେ ପେନସନ ପାଇବାର ନିର୍ଦ୍ଦେଶ ଦେବା କେତେଦୂର ଯଥାର୍ଥ ବୋଲି ଡ. ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି ।
ରାଜ୍ୟସରକାର ବେଆଇନ ଭାବେ ବିଶ୍ୱବିଦ୍ୟାଳୟମାନଙ୍କର ଅବସରପ୍ରାପ୍ତ ସମସ୍ତ କର୍ମଚାରୀମାନଙ୍କର ପେନସନ୍ ବନ୍ଦ କରିବା ଧମକ ଅତ୍ୟନ୍ତ ନିନ୍ଦନୀୟ । ଜୀବନ ଜୀବିକା ଉପରେ ଗୋଟିଏ ବ୍ୟକ୍ତିର ଯେଉଁ ଅଧିକାର ରହିଛି ତାହା ଅକ୍ଷୁର୍ଣ୍ଣ ରହିବା ଓ ସମ୍ମାନର ସହ ବଂଚିବାର ଅଧିକାରକୁ ବଜାୟ ରଖିବାର ଦାୟିତ୍ୱ ହେଉଛି ରାଜ୍ୟ ସରକାରଙ୍କର । ନାଲି ଆଖି ଦେଖାଇ ପେନସନ ବନ୍ଦ କରିବାର ଧମକ ଦେବା ଉଚିତ ନୁହେଁ । ରାଜ୍ୟ ସରକାରଙ୍କ ପେନସନ ବନ୍ଦ କରିବା ଧମକ ଅତ୍ୟନ୍ତ ନିନ୍ଦନୀୟ । ତୁରନ୍ତ ରାଜ୍ୟ ସରକାର ଏହି ଚିଠିକୁ ଫେରାଇ ନିଅନ୍ତୁ ଓ ଶିକ୍ଷକ ସମାଜ ଆଗରେ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି ଡ. ଲେଖାଶ୍ରୀ । ଏହି ଅବସରରେ ରାଜ୍ୟ ମୁଖପାତ୍ର ସୋନାଲି ସାହୁ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking