29.1 C
Bhubaneswar
Sunday, April 28, 2024
Homeଓଡିଶାଯଜ୍ଞ ପ୍ରଭା ବାର୍ଷିକ ପତ୍ରିକା ଶୁଭ ଉନ୍ମୋଚନ

ଯଜ୍ଞ ପ୍ରଭା ବାର୍ଷିକ ପତ୍ରିକା ଶୁଭ ଉନ୍ମୋଚନ

ଯାଜପୁର (ଓଏନଏ) ମା’ ବିରଜା ଟିଭି ଓ ବିରଜା ସଂସ୍କୃତି ପ୍ରଚାର ସମିତି ଅନୁକୂଲ୍ୟ ରେ ବିରଜା ସ୍ଵର୍ଣକ୍ଷେତ୍ର ମୋହଛବ
ସ୍ଥାନୀୟ ବିରଜା କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି।ବିରଜା ସଂସ୍କୃତି ପ୍ରଚାର ସମିତି ର ସଭାପତି ତଥା ଯଜ୍ଞପ୍ରଭା ର ସମ୍ପାଦକ ପଣ୍ଡିତ ଭୂପତିଭୂଷଣ ମିଶ୍ର ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଯାଜପୁର ମୁନିସିପାଲିଟି ର ପୂର୍ବତନ ଅଧକ୍ଷ ଭବ ପ୍ରସାଦ ଦାସ ଓ ଉଦ୍ଘାଟକ ଭାବେ ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ବିଜେଡି ସାଂସ୍କୃତିକ ସମନ୍ୱୟ ର ରାଜ୍ୟ ପ୍ରଭାରୀ ରବି ନାରାୟଣ ନନ୍ଦ ଯୋଗ ଦେଇଥିବା ବେଳେ ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ପଞ୍ଜାବ ନେସନାଲ ବ୍ୟାଙ୍କ ର ଆଞ୍ଚଳିକ ପ୍ରବଧକ ଉମାକାନ୍ତ ଦାସ,ସଂମାନିୟ ଅତିଥି ଭାବେ ଉପଜିଲ୍ଲାପାଳ ତଥା ବିରଜା ଟ୍ରଷ୍ଟ ବୋଡ଼ ର ଅଧକ୍ଷ ଜୋତି ରଂଜନ ମହାପାତ୍ର,ବ୍ୟସନଗର ପୂର୍ବତନ ଅଧକ୍ଷା ସବିତା ରାଉତ, ସଂଗଠନ ଉପସଭାପତି ଆଡ଼ଭୋକେଟ ବିବେକାନନ୍ଦ ମହାନ୍ତି, ମୁକ୍ତିମଣ୍ଡପ ସଭାପତି ଦେବୀପ୍ରସାଦ ପାଣି, ପଣ୍ଡିତ ସୁବାସ ଚନ୍ଦ୍ର ପାଣି ପ୍ରମୁଖ ଯୋଗ ଦେଇଥିବା ବେଳେ ମା ବିରଜା ଟିଭି ର ମୁଖ୍ୟ ପରିଚାଳକ ତଥା ବିରଜା ସଂସ୍କୃତି ପରିଷଦ ର ସମ୍ପାଦକ ହରି ହର ସ୍ବାଇଁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଛନ୍ତି।ଏହି ଅବସରରେ ସ୍ନେହାସିନୀ ନାୟକ, ସୌରୀ ରଂଜିତା, ଶିଶୁ କଣ୍ଠ ଶିଳ୍ପୀ ମାଷ୍ଟର ଦେବେଶ୍ୱର ପ୍ରମୁଖ ମା ବିରଜା ଙ୍କ ସମ୍ପର୍କ ରେ ଅଭିଭାଷଣ ଓ ସଙ୍ଗୀତ ଗାଇ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢ଼ୋକନ ଦେଇ ସ୍ୱାଗତ କରିଛନ୍ତି।ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ଦାସ ଙ୍କ ଦ୍ଵାରା ବରିଷ୍ଠ ପ୍ରଶାସନିକ ଅଧିକାରୀ ରବି ନାରାୟଣ ନନ୍ଦ, ବରିଷ୍ଠ ସାମ୍ବାଦିକ ଆନନ୍ଦ ଚନ୍ଦ୍ର ସାହୁ, ପଞ୍ଜାବ ନେସନଲ ବ୍ୟାଙ୍କ ର ଆଞ୍ଚଳିକ ପ୍ରବଧକ ଉମାକାନ୍ତ ସାହୁ ଓ ମରଣତର ସଂମାନ ଭାବେ ମା ଟିଭି ର ମୁଖ୍ୟ ପରିଚାଳକ ପ୍ରଭାତ ରାଉତଙ୍କ ଉଦ୍ୟସ ରେ ତାଙ୍କ ପୁଅ ଅର୍ପଣ ରାଉତ ଙ୍କୁ ଦିଆଯାଇଅଛି।ଅନ୍ୟ ମାନଙ୍କ ମଧ୍ୟରେ ପ୍ରେସ କ୍ଲବ ସଭାପତି ରାଜୀବ ମହାନ୍ତି,ପୂର୍ବତନ ସାଂସଦ ଅଞ୍ଚଳ ଦାସ, ସାମ୍ବାଦିକ ତପନ ମାହାରଣ୍ୟ ଶର୍ମା, ସଂଗଠନ ବାର୍ତା ସମ୍ପାଦକ ମୀନକେତନ ସାହୁ, ଶିକ୍ଷକ ପ୍ରଶାନ୍ତ ରାଉତରାୟ, ସାହିତ୍ୟିକ ନଟବର ଦାସ, ଡକ୍ଟର ସତ୍ୟରଞ୍ଜନ ପତି, ଡକ୍ଟର ସୁବାଷ ଚନ୍ଦ୍ର ପାଣି, କୈଳାଶ ବେହେରା, ବୃନ୍ଦାବନ ମିଶ୍ର, ସାମ୍ବାଦିକ ଅନିଲ କୁମାର ପଣ୍ଡା, ବିରଜା ପାଣି, ସୁରେନ୍ଦ୍ର ସାମଲ,ଅଭିମନୁ ମିଶ୍ର, ଦୀପକ ମହାନ୍ତି, ପ୍ରଭାତ ତ୍ରିପାଠୀ, ପରମେଶ୍ୱର ବେହୁରିୟା, ସନ୍ତୋଷ ମିଶ୍ର, ଭରତ ନାୟକ, ବିଧ୍ୟାଧର ସାହୁ, ସଙ୍ଗୀତ ନିର୍ଦେଶକ ରମାକାନ୍ତ ସାହୁ, ବିପିନ ସ୍ଵାଇଁ, ଗଦାଧର ରାଉତ, ବିରଜା ପାଣି ଏବଂ ବିଜେଡି ସାଂସ୍କୃତିକ ସମନ୍ୱୟ ର ଯାଜପୁର ବ୍ଲକ ସଂଯୋଜକ ଅନିଲ ଜେନା ଙ୍କ ସମେତ ସମସ୍ତ ବ୍ଲକ ର ସଂଯୋଜକ ଭାବେ ଉପସ୍ଥିତ ଥିଲେ।ମା ବିରଜା ଙ୍କ ଉପରେ ସମ୍ପକିତ ବାର୍ଷିକ ପତ୍ରିକା ଯଜ୍ଞ ପ୍ରଭା ଶୁଭ ଉନ୍ମୋଚନ ଅତିଥି ମାନଙ୍କ ଦ୍ୱାର ହୋଇ ଥିଲା l ଏହି କାର୍ଯ୍ୟକ୍ରମ କୁ ସୁପରିଚାଳନା କରିବା ପାଇଁ ଶଙ୍କର ଚିତ୍ରାଳୟ ପକ୍ଷରୁ ସମସ୍ତ ସହଯୋଗ କରାଯାଇଅଛି।ଶେଷ ରେ ସଂଗଠନ ର ଉପସଭାପତି ଆଡ଼ଭୋକେଟ ବିବେକାନନ୍ଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଛନ୍ତି। ଏହାପରେ ଅନ୍ୟସନ ଥିଏ ଟର ଗ୍ରୁପ ଓ କଳିଙ୍ଗ ଭାରତୀ ଫୌକ ଡ୍ୟାନ୍ସ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ମା ବିରଜା ଙ୍କ ଉପରେ କରାଯାଇଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking